AFFILIATE MARKETING

https://binomo.com?a=90810425bb57&t=0

Thursday, October 30, 2025

୩ରେ ମଇଦାନକୁ ଓହ୍ଲାଇବେ ନବୀନ

୩ରେ ମଇଦାନକୁ ଓହ୍ଲାଇବେ ନବୀନ
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଆହ୍ବାନ ହୋଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି ଦଳର ତୁଙ୍ଗନେତା। ଘରକୁ ଘର ବୁଲି ପ୍ରଚାର ସାଙ୍ଗକୁ ଶୋଭାଯାତ୍ରାରେ କମ୍ପୁଛି ପ୍ରଚାର ମଇଦାନ। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ। ନୂଆପଡ଼ାର ଭୋଟର ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି। ଉଭୟ ନେତା ପ୍ରଚାର କରିବା ପରେ ଭୋଟର ସେମାନଙ୍କ ମତ ସ୍ଥିର କରିବେ ବୋଲି କୁହାଯାଉଛି।

ନଭେମ୍ବର ପହିଲାରୁ ନୂଆପଡ଼ାରେ ପ୍ରଚାର ଜମିବ। ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ। ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ। ଏଥିପାଇଁ ତିନି ଦଳ ପ୍ରସ୍ତୁତ। ପ୍ରଚାର ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଯାଇପାରନ୍ତି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନବୀନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ। ନବୀନଙ୍କ ଗସ୍ତ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରସ୍ତୁତ ଭିଡିଓ ଦଳୀୟ କର୍ମୀଙ୍କ ଦ୍ବାରା ପ୍ରଘଟ କରାଯାଉଛି। 

ନବୀନ ନିଜେ ମଧ୍ୟ ନୂଆପଡ଼ା ଗସ୍ତ କରିବା ନେଇ ପୂର୍ବରୁ ସୂଚନା ଦେଇସାରିଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପନିର୍ବାଚନରେ ଦଳର ଗଡ଼ ରକ୍ଷା କରିବାକୁ ନବୀନ ଦୁଇଥର ନୂଆପଡ଼ା ଯିବେ। ଆସନ୍ତା ୩ ତାରିଖରେ ସେ କୋମନାରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ନଭେମ୍ବର ୭ ତାରିଖରେ ନବୀନ ଖରିଆର ରୋଡ୍‌ରୁ ନୂଆପଡ଼ା ଯାଏଁ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଛି। ୭ ତାରିଖ କାର୍ଯ୍ୟକ୍ରମ ଏବେ ସୁଦ୍ଧା ଚୂଡ଼ାନ୍ତ ହୋଇନି। ହେଲେ ନବୀନ ୨ ଥର ନୂଆପଡ଼ା ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ତିନି ପ୍ରମୁଖ ଦଳର ପ୍ରାର୍ଥୀ ନୂଆପଡ଼ାରେ ପ୍ରଚାର ଚଳାଇଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ପରିବାର ଓ ସମ୍ପର୍କୀୟ ପ୍ରଚାର କରୁଛନ୍ତି। ବହୁ ବିଧାୟକ, ମନ୍ତ୍ରୀ ନୂଆପଡ଼ାରେ ଡେରା ପକାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ତୁଙ୍ଗନେତା। ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ନେତାଙ୍କ ପର୍ଯ୍ୟନ୍ତ ନୂଆପଡ଼ା ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ଓ ଅନ୍ୟମାନେ ପ୍ରଚାର ଜାରି ରଖିଛନ୍ତି। ଆଗକୁ ଦଳର ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

No comments:

COASTAL NEWS

18 ADHYAYA BHAGABAT GEETA

कोस्टाल म्यूजिक निवेदित  श्रीमद्भगवद्गीता अष्टादशोऽध्यायः — मोक्षसन्न्यासयोगः अर्जुन उवाच । 1 सन्न्यासस्य महाबाहो तत्त्वमिच्छामि...