ପଶ୍ଚିମବଙ୍ଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାର କ୍ରାଇମସିନ୍ ରିକ୍ରିଏସନ୍ କଲା ପୁଲିସ, ଛାତ୍ରୀଙ୍କୁ କେଉଁବାଟେ କେମିତି ଘୋଷାଡ଼ି ନେଇଥିଲେ ଦେଖାଇଲେ ଦୁର୍ବୃତ୍ତ
ପୀଡିତା ଜଣଙ୍କ ଧିରେ ଧିରେ ସୁସ୍ଥ ହେଉଥିବାବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ କହିଛନ୍ତି ଛାତିଥରା କାହାଣୀ। ସେଦିନ କାଳ ରାତିର କଳା କାହାଣୀକୁ ବଖାଣିଛନ୍ତି । କହିଛନ୍ତି, ଜଣେ ବନ୍ଧୁଙ୍କ ସହ ଡିନର କରିବାକୁ ଯାଇଥିବାବେଳେ କିଛି ଯୁବକ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ । ଏହାକୁ ଦେଖି ସେ ଓ ତାଙ୍କ ବନ୍ଧୁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ । ୩ ଜଣ ଯୁବକ ତାଙ୍କୁ ପିଛା କରିଥିଲେ ।
ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମକୁ ନେଇ ପଶ୍ଚିମବଙ୍ଗରୁ ଓଡ଼ିଶା କମ୍ପୁଥିବାବେଳେ, କ୍ରାଇମସ୍ପଟରେ ଅପରାଧର ଡେମୋ ଦେଖାଇଛନ୍ତି ଜହ୍ଲାଦ । ମେଡିକାଲ କଲେଜ ବାହାରେ ଓ ଜଂଗଲ ଭିତରେ ଭିଆଇଥିବା ଛାତିଥରା କାଣ୍ଡର ସିନ ରିକ୍ରିଏସନ କରିଛନ୍ତି ସଇତାନ । ଛାତ୍ରୀ ଜଣଙ୍କୁ କେମିତି ଓ କେଉଁବାଟ ଦେଇ ଘୋଷାଡି ଜଂଗଲ ଭିତରକୁ ନେଇଥିଲେ ଗୋଟି ଗୋଟି କରି ଦେଖାଇଛନ୍ତି ଅଭିଯୁକ୍ତ । ଏଥିସହ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଅପରାଧ ସମୟରେ ସେମାନେ ବ୍ୟବହାର କରିଥିବା ପୋଷାକକୁ ଜବତ କରିଛି ଏସଆଇଟି ।
ପୀଡିତା ଜଣଙ୍କ ଧିରେ ଧିରେ ସୁସ୍ଥ ହେଉଥିବାବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ କହିଛନ୍ତି ଛାତିଥରା କାହାଣୀ। ସେଦିନ କାଳ ରାତିର କଳା କାହାଣୀକୁ ବଖାଣିଛନ୍ତି । କହିଛନ୍ତି, ଜଣେ ବନ୍ଧୁଙ୍କ ସହ ଡିନର କରିବାକୁ ଯାଇଥିବାବେଳେ କିଛି ଯୁବକ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ । ଏହାକୁ ଦେଖି ସେ ଓ ତାଙ୍କ ବନ୍ଧୁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ । ୩ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ତାଙ୍କୁ ଧରିବା ପରେ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଇ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ । ତା’ପରେ ଯୁବକମାନେ ତାଙ୍କୁ ଜଙ୍ଗଲ ଭିତରକୁ ନେଇ ତଳେ ପକାଇ ଦେଇଥିଲେ । ଚିତ୍କାର କରିବାରୁ ଚୁପ୍ ରହିବାକୁ ଧମକ ଦେଇଥିଲେ । ପାଟି କଲେ ଆଉ କିଛି ଯୁବକଙ୍କୁ ଡାକିବେ ବୋଲି ଧମକ ଦେଇ ଚୁପ୍ ଚାପ୍ ରହ ବୋଲି କହିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଂଗ ସରକାରକୁ ନିନ୍ଦା କରିଛନ୍ତି ମନମୋହନ ସାମଲ ।
ପଶ୍ଚିମବଂଗରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ମମତାଙ୍କ ଖାମଖିଆଲ ବୟାନ ନୂଆ ବିବାଦକୁ ଜନ୍ମ ଦେଇଛି ।
No comments:
Post a Comment