ୟୁରୋପିଆନ ମଡେଲ ECMWF ଓ GFS ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଓଡ଼ିଶାରେ ବର୍ଷା ସମ୍ଭାବନା ।

ୟୁରୋପିଆନ ମଡେଲ ECMWF ଓ GFS ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଓଡ଼ିଶାରେ ବର୍ଷା ସମ୍ଭାବନା l
ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ୟୁରୋପିଆନ ମଡେଲ୍ର ପୂର୍ବାନୁମାନ । ମଡେଲ୍ କହିଲା, ବାତ୍ୟାର ରୂପ ନେବ ଏହି ଲଘୁଚାପ । ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ ସ୍ପଷ୍ଟ ହେଉନି କୁଆଡ଼େ ମୁହାଁଇବ ବାତ୍ୟା । ୨୮ କିମ୍ବା ୨୯ ତାରିଖରେ ହୋଇପାରେ ଲ୍ୟାଣ୍ଡଫଲ୍ ।
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ l
ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହେବ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଲଘୁଚାପ ଘନୀଭୂତ ହେବା ପାଇଁ ଏବେ ବଙ୍ଗୋପସାଗରରେ ପାଣିପାଗ ଅନୁକୂଳ ରହିଛି ।
ଦୁଇ ଅନ୍ତର୍ଜାତୀୟ ପାଣିପାଗ ମଡେଲ ECMWF ଏବଂ GFS ଆକଳନ କରିଛି ଯେ ୨୪ ତାରିଖରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାହା ଧୀରେ ଧୀରେ ଘନୀଭୂତ ହେବ । ଆସନ୍ତା ୨୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବା ପରେ ଅବପାତରେ ପରିଣତ ହେବ l
ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ ବୋଲି ୟୁରୋପୀୟାନ ମଡେଲ ECMWF ଆକଳନ କରିଛି । ଏହି ମଡେଲର ଆକଳନ ଅନୁଯାୟୀ, ଗଭୀର ଅବପାତ ବାତ୍ୟାର ରୂପ ନେଇପାରେ । ଯାହା ଆସନ୍ତା ୨୮ କିମ୍ବା ୨୯ ତାରିଖରେ ଏହା ଲ୍ୟାଣ୍ଡଫଲ୍ କରିପାରେ । କିନ୍ତୁ ପଶ୍ଚିମାଝଡ଼ର ପ୍ରଭାବରେ ବାତ୍ୟାର ଦିଗ ବଦଳିପାରେ ବୋଲି ECMWF ମଡେଲ କହୁଛି ।
ତେବେ ପାଣିପାଗ ବିଭାଗର କହିବା କଥା, ଲଘୁଚାପ ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ ତାର ଗତିପଥ ଓ ତୀବ୍ରତା । ତାହା କେଉଁ ରୂପରେ କେଉଁ ଉପକୂଳ ଅତିକ୍ରମ କରିବ, ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଗହୋଇପାରିବ। ଅନ୍ୟପଟେ ଆସନ୍ତା ୨୭ ତାରିଖରେ ଏକ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ l

ଯାହା ଗଭୀର ଅବପାତର ଦିଗ ବଦଳାଇବାର କ୍ଷମତା ରଖିଛି । ଯଦି ପଶ୍ଚିମା ଝଡ଼ ଆସେ, ତେବେ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୭ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।
No comments:
Post a Comment