AFFILIATE MARKETING

https://binomo.com?a=90810425bb57&t=0

Wednesday, January 17, 2024

COASTAL NEWS ODIA 1669 ୧୯୪୮ ରେ ସ୍ଥାପିତ ମଧୁସାଗର ବିଦ୍ୟାପୀଠର ପ୍ଲାଟିନମ୍ ଜୁବୁଲି

COASTAL NEWS ODIA 1669

୧୯୪୮ ରେ ସ୍ଥାପିତ ମଧୁସାଗର ବିଦ୍ୟାପୀଠର ପ୍ଲାଟିନମ୍ ଜୁବୁଲି



ମାର୍ଶାଘାଇ - (CNO) - ବନବିଦ୍ୟାଳୟ ଶୈଳୀରେ ଗଢା ହୋଇଥିବା ମଧୁସାଗର ବିଦ୍ୟାପୀଠର ସ୍ୱତନ୍ତ୍ରତା ଥିଲା। ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶରେ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତାମଣି ଗୁରୁଜୀଙ୍କ ଦ୍ବାରା ପ୍ରତିଷ୍ଠା ଲାଭ କରିଥିବା ଏହି ଅନୁଷ୍ଠାନ ଏକ ମଣିଷ ତିଆରି କାରଖାନା ଥିଲା ବୋଲି ପ୍ଲାଟିନମ୍ ଜୁବୁଲି ଉତ୍ସବର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । 

ପୁରାତନ ଛାତ୍ର ସଂସଦର ସଭାପତି ପ୍ରହ୍ଲାଦ ଚନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ଅଫ୍ ଇଣ୍ଡିଆର ଆଜୀବନ ସଦସ୍ୟ ଶ୍ରୀରାମ ଦାସ ମୁଖ୍ୟବକ୍ତା, ପ୍ରାକ୍ତନ ଛାତ୍ର ତଥା ଆଇନଜୀବୀ ଧ୍ରୁବ ଚରଣ ଜେନା, ଭକ୍ତଚରଣ ମଲ୍ଲ, କୁହୁଡି ସରପଂଚ ପ୍ରଭାତ ରଂଜନ ଦାସ, ଜିଲ୍ଲାପରିଷଦ ସଦସ୍ୟା ଦୁର୍ଗାବତୀ ପ୍ରଧାନ, ମୋସ୍କୁଲ ଅଭିଯାନର ସଭାପତି ଭ୍ରମର ରାଉତ, ଉମାକାନ୍ତ ଦାସ ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ। 

ପ୍ରାକ୍ତନ ଛାତ୍ର ଭକ୍ତ ଚରଣ ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧୀରଂଜନ ବାରିକ ମଂଚ ସଂଯୋଜନା ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଦ୍ୟାପୀଠର ମୁଖପତ୍ର ‘୭୫ବର୍ଷର ସ୍ମୃତିକଥା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ଓ ଜୁବୁଲି କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଚିନ୍ତାମଣି ଗୁରୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ  ପ୍ରାକ୍ତନ ଛାତ୍ର ଭ୍ରମର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...