AFFILIATE MARKETING

https://binomo.com?a=90810425bb57&t=0

Monday, January 1, 2024

ନୂଆ ବର୍ଷରେ ବଦଳିଲା ଏହି ନିୟମ

COASTAL NEWS ODIA 1627

ନୂଆ ବର୍ଷରେ ବଦଳିଲା ଏହି ନିୟମ



ନୂଆଦିଲ୍ଲୀ - (CNO) ନୂଆ ବର୍ଷରେ ବଦଳିଲା ଏହି ନିୟମ, ଜାଣି ରଖନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ  2023 ବର୍ଷ ବିଦାୟ ପରେ ଆସିଛି ଇଂରାଜୀ ନବ ବର୍ଷ 2024 । ଏହା ସହ ନୂଆ ବର୍ଷରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଲାଗୁ ହୋଇଛି ଅନେକ ନୂଆ ନିୟମ । 

ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଏପିରିକି ନିଷ୍କ୍ରିୟ ୟୁପିଆଇ ଏବଂ ବ୍ୟାଙ୍କ ଲକରକୁ ନେଇ ହୋଇଛି ନିୟମରେ ପରିବର୍ତ୍ତନ । ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଲେ ସିଜେଆଇ, ଜାଣନ୍ତୁ ସେହି ତଥ୍ୟ କଣ? 

ନୂଆ ବର୍ଷରେ ଲାଗୁ ହୋଇଛି  ନୂଆ ନିୟମ ସୁକନ୍ୟା ଯୋଜନାରେ 8 ପ୍ରତିଶତ ବଦଳରେ ମିଳିବ 8.2 ପ୍ରତିଶତ ସୁଧ । ଏହା ଦ୍ୱାରା ସଞ୍ଚୟ ରାଶିରେ ବୃଦ୍ଧି ହେବ । ସେହିପରି ତିନି ବର୍ଷିଆ ମିଆଦି ଜମାରେ 7.1 ପ୍ରତିଶତ ସୁଧ ମିଳିବ । ବ୍ୟାଙ୍କ ଲକର୍ ନୂଆ ନିୟମ ଲାଗୁ କରାଯିବ । 2023 ଡିସେମ୍ବର 31 ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବେ । ଏହା ବାଦ୍ କାର୍ କମ୍ପାନୀ ମାନେ ଦର ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବ । 

ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ । ସେହିପରି ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ । ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ । ସ୍ୱାସ୍ଥ୍ୟ ବୀମା ପଲିସି ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ । 

ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଡିଜିଟାଲ KYC ଜରିଆରେ ହିଁ ସିମ୍ କିଣିହେବ । ଫଳରେ ଫେକ୍ ଡକ୍ୟୁମଣ୍ଟ ଦେଇ ଆଉ ସିମ୍ କାରବାର ହୋଇପାରିବ ନାହିଁ ଏବଂ ଗ୍ରାହକର ଡକ୍ୟୁମେଣ୍ଟ ଚୋରି ହେବ ନାହିଁ । ଏଥି ସହ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ନୂଆ ନିୟମ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ପାନ, ଗୁଟଖା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...