COASTAL NEWS ODIA 1665
ପଟ୍ଟମୁଣ୍ଡାଇ
ପଟ୍ଟାମୁଣ୍ଡାଇ - (CNO) କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୂଖ ବ୍ୟବସାୟିକ ପେଣ୍ଠସ୍ଥଳ | ପଟ୍ଟାମୁଣ୍ଡାଇର ନାମକରଣ ସଂପର୍କରେ ଅନେକ ଲୋକକଥା ରହିଛି। ଘୋଡ଼ାଡିଆଁ ପାଟ, ବୋଇତାଳ ପାଟ ଓ ଓସଙ୍ଗରାପାଟ ଏହି ପାଟ ଗୁଡିକର ର ମିଶ୍ରଣକୁ ଉତିକଣ ପାଟ କୁହାଯାଉଥିଲା। ଏହି ବିଶାଳକାୟ ନିମ୍ନଭୂମି ଅଧିକାଂଶ ସମୟରେ ଜଳପୂର୍ଣ୍ଣ ହୋଇ ରହୁଥିଲା । ଏପରିକି ଏହି ପାଟରେ ଡଙ୍ଗା, ବୋଇତ ପ୍ରଭୃତି ଜଳଯାନ ଯାତାୟତ କରିପାରୁଥିଲା । ଉପରୋକ ତିନିଟି ପାଟମଧ୍ୟରୁ ବୃହତ୍ତମ ପାଟକୁ ବୋଇତାଳପାଟ ବୋଲି କୁହାଯାଉଥିଲା।
ଏହି ବିଶାଳ ପାଟର ଅବବାହିକା ଅଂଚଳରେ ଥିବା ଜନବସତିଗୁଡିକୁ ପ୍ରଥମେ ପାଟମୁଣ୍ଡ ଗ୍ରାମ ଭାବେ ନାମିତ କରାଯାଇଥିଲା। ସେହି ଦୃଷ୍ଟିରୁ ପଟ୍ଟାମୁଣ୍ଡାଇର ପ୍ରଥମ ନାମଥିଲା ‘ପାଟମୁଣ୍ଡା’। ସୁବିଧା ସୃଷ୍ଟିରୁ କାଳକ୍ରମେ ପାଟମୁଣ୍ଡକୁ ପାଟମୁଣ୍ଡିଆ, ପାଟମୁଣ୍ଡେଇ, ପରେ ଅପଭ୍ରଂଶ ହୋଇ ପାଟମୁଣ୍ଡି ଓ ପରେ ପାଟମୁଣ୍ଡେଇ ବୋଲି କୁହାଯାଉଥିଲା। ଏବଂ ଶେଷରେ ‘ପଟ୍ଟାମୁଣ୍ଡାଇ’ରେ ଅଟକି ଗଲା।
ସନ ୧୯୨୧ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଥାନାର ନାମ ‘ପଟ୍ଟାମୁଣ୍ଡି’ ଲେଖାଯାଉଥିଲା ବୋଲି ଅଂଚଳର ବିଶିଷ୍ଟ ସାହିତ୍ୟିକ ଦିବାକର ବିଶ୍ବାଳ କୁହନ୍ତି| | ଇତି ମଧ୍ୟରେ ପଟାକୁ ପଟ୍ଟା କରିଦିଆଯାଇଛି ଏବଂ ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରି ନିଲାମ ହେବା ପରଠାରୁ ଏହି ପଟ୍ଟାମୁଣ୍ଡାଇର ନାମକରଣ ପ୍ରଚଳିତ ହୋଇଆସୁଛି। ଆଜିମଧ୍ୟ ପଟ୍ଟାମୁଣ୍ଡାଇ ଏହିସବୁ ପାଟନାଳିରେ ଜାଲ ଭଳିଛନ୍ଦି ହୋଇରହିଛି। ଜଳସେଚନ ପାଇଁ ଉତିକଣ ଭେଡାର ବୋଇତାଳ ପାଟରେ ଶତାଧିକ ପାଟନାଳି ସକ୍ରିୟ ହୋଇ ରହିଛି।
୧୮୬୬ ମସିହାରେ ରେଭେନସା ସାହେବ ପଟ୍ଟାମୁଣ୍ଡାଇ କେନାଲ ଖୋଳାଇ ସମସ୍ତ ପଟ୍ଟାମୁଣ୍ଡାଇକୁ ସମାନ ଦୁଇ ଭାଗ କରିଦେଇଥିଲେ। ଧୋୟା ଅଂଚଳ ଓ ଅଣଧୋୟାଞ୍ଚଳ |ଏହାଫଳରେ ୫୦ ଭାଗ ପଟ୍ଟାମୁଣ୍ଡାଇ ଅଂଚଳ କେନାଲ ଜଳସେଚିତ ଅଂଚଳ ଭାବେ ରହିଥିବା ବେଳେ ତାହାସହ ପାଟନାଳିଗୁଡିକ ମଧ୍ୟ କେନାଲ ଜଳରେ ପରିପୃଷ୍ଟ ହୋଇ ଜଳ ସେଚନ କାର୍ଯ୍ୟ ତୁଲାଇ ଆସୁଛି। ଏବେ ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପଟ୍ଟମୁଣ୍ଡାଇ ସହରାଞ୍ଚଳ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି l
No comments:
Post a Comment