AFFILIATE MARKETING

https://binomo.com?a=90810425bb57&t=0

Saturday, January 6, 2024

ସ୍ଥଗିତ ରହିବ ନାହିଁ ଡ୍ରାଇଭର ଆନ୍ଦୋଳନ

COASTAL NEWS ODIA 1646

ସ୍ଥଗିତ ରହିବ ନାହିଁ ଡ୍ରାଇଭର ଆନ୍ଦୋଳନ



ଭୁବନେଶ୍ୱର: ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିବ ନାହିଁ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଆସିଥିଲା ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ବୋଲି ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି । 


ଏବେ ପରିସ୍ଥିତି ଅଣାୟତ୍ତ ହୋଇଛି , କମିଶନରଙ୍କ ହଁ ମାତ୍ର ଡ୍ରାଇଭରଙ୍କ ନା । ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ଆଦିତ୍ୟ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି ଯେ ପରିବହନ କମିଶନର କାହା ସହ ଆଲୋଚନା କରି ଆନ୍ଦୋଳନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ଆମେ ତାହା ଜାଣିନୁ । ଆନେ୍ଦାଳନ ସ୍ଥଗିତ ରହିବା ସମ୍ପର୍କରେ ଆମ ରାଜ୍ୟ ସଭାପତି କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି । 

ପ୍ରକାଶ ଯେ ପରିବହନ କମିଶନର ଅମିତାଭ ଠାକୁର ଆନ୍ଦୋଳନ ସ୍ଥଗିତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ତେଣୁ ପରିବହନ ବିଭାଗକୁ ସହଯୋଗ କରି ଡ୍ରାଇଭରମାନେ ଆନେ୍ଦାଳନକୁ ସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ବୋଲି ଶ୍ରୀ ଠାକୁର କହିଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...