AFFILIATE MARKETING

https://binomo.com?a=90810425bb57&t=0

Wednesday, January 3, 2024

ନିଯୁକ୍ତି ସୂଚନା

COASTAL NEWS ODIA 1635

ପୂରଣ ହେବ ୩୯୯ ଓସିଏସ୍‌ ପଦ,  ଆବେଦନର ଶେଷ ତାରିଖ ଫେବୃଆରୀ ୧୬


କଟକ - (CNO) ଓଡ଼ିଶା ସିଭିଲ ସର୍ଭିସର ୩୯୯ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଜାନୁଆରୀ ୧୭ରୁ ଓସିଏସ-୨୦୨୩ ପ୍ରିଲିମିନାରୀ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୬ରେ ଶେଷ ହେବ। ପ୍ରଲିମିନାରୀ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ସହ ସାକ୍ଷାତକାର ଏବଂ ପ୍ରମାଣପତ୍ର ଯାଞ୍ଚ କରାଯିବ।

ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ତାଲିକା ଅନୁଯାୟୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ୩୦ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ। ସେଥିରୁ ଅସଂରକ୍ଷିତ ବର୍ଗ ବା ସାଧାରଣବର୍ଗ (ୟୁଆର)ରେ ୧୫ଟି, ଅନୁସୂଚିତ ଜାତି (ଏସ୍‌ସି) ୨ବର୍ଗରେ ୮ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ୭ଟି ପଦ ସଂରକ୍ଷିତ ରହିଛି। ଓଡ଼ିଶା ବିତ୍ତ ସେବା (ଓଏଫଏସ)ରେ ୫୮ଟି ପଦ ରହିଛି। ତନ୍ମଧ୍ୟରୁ ସାଧାରଣ ବର୍ଗରେ ୨୮, ଏସଇବିସିରେ ୬, ଏସ୍‌ସିରେ ୯ ଓ ଏସ୍‌ଟିରେ ୧୩ଟି ପଦ ପୂରଣ ହେବ। ଓଡ଼ିଶା ପୁଲିସ ସେବା(ଓପିଏସ୍‌)ରେ ୬ଟି ପଦ ରହିଛି। ଓଡ଼ିଶା କୋ-ଅପରେଟିଭ ସର୍ଭିସ (ଓସିଏସ୍‌)ରେ ୧୨ଟି ପଦ ଖାଲି ଅଛି। ଓଡ଼ିଶା ରେଭିନ୍ୟୁ ସର୍ଭିସ (ଓଆରଏସ୍‌)ରେ ୯୦ଟି ପଦରେ ନିଯୁକ୍ତି ପରୀକ୍ଷା କରାଯିବ। ଏଥିରୁ ୪୫ଟି ଅଂସରକ୍ଷିତ ଥିବାବେଳେ ୧୮ଟି ଏସଇବିସି, ୧୪ଟି ଏସସି ଓ ୧୩ଟି ଏସ୍‌ଟି ବର୍ଗରେ ସଂରକ୍ଷିତ ରହିଛି। ଓଡ଼ିଶା ଲେବର ସର୍ଭିସ (ଓଏଲଏସ୍‌)ରେ ୧୧୩ଟି ପଦ ପୂରଣ ହେବ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...