AFFILIATE MARKETING

https://binomo.com?a=90810425bb57&t=0

Wednesday, January 24, 2024

ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ

COASTAL NEWS ODIA 1679

ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ



ବଡୋଦରା - (CNO) ଗୁଜୁରାଟ ବଦୋଦରା ନିକଟ ହରନୀ ହ୍ରଦରେ ବଡ ଅଘଟଣ । ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ।

ଗୁଜରାଟର ବଡୋଦରା ଜିଲ୍ଲା ହରନୀ ହ୍ରଦରେ ଡଙ୍ଗା ବୁଡି ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୪ରୁ ୧୫ ବର୍ଷ ଭିତରେ ଓ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ହ୍ରଦରେ ବୋଟ ଓଲଟି ପଡିବାରୁ ବଣଭୋଜି କରିବାକୁ ଯାଇଥିବା ସନରାଇଜ ସ୍କୁଲର ୧୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ବୋଟ ହ୍ରଦର କୂଳ ନିକଟରେ ଥିବା ବେଳେ ଓଲଟି ପଡିଥିଲା । ସେହି ସମୟରେ ବୋଟରେ ୨୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ଯାତ୍ରୀ ଥିଲେ । ଉପସ୍ଥିତ ଲୋକମାନେ ତୁରନ୍ତ ଉଦ୍ଧାର ଉଦ୍ୟମ କରିଥିବା ବେଳେ ପାଣିରେ ବୁଡି ୨ ଶିକ୍ଷକଙ୍କ ସମେତ ୧୬ ଜଣ ସ୍କୁଲ ପିଲାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଖବର ପାଇ ତୁରନ୍ତ ଏନଡିଆରଏଫ ଟିମ ପହଂଚି ହ୍ରଦରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୁରକ୍ଷାରେ ତ୍ରୁଟି ଓ ଅବହେଳା ଯୋଗୁଁ ବୋଟ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସ୍କୁଲ ପିଲାଙ୍କୁ ଲାଇଫ ଜ୍ୟାକେଟ ଦିଆଯାଇଥିଲେ ନୀରିହ ଶିଶୁଙ୍କ ଜୀବନ ଯାଇନଥାନ୍ତା ବୋଲି ଅଭିଯୋଗ ହୋଇଛି । ବଡୋଦରା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲ କ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । 

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆୟୋଜକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ବର୍ତମାନ ସୁଦ୍ଧା ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।*

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...