AFFILIATE MARKETING

https://binomo.com?a=90810425bb57&t=0

Thursday, January 4, 2024

No more blood will be sold କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ବିକ୍ରି ହେବନି ବ୍ଲଡ୍

COASTAL NEWS ODIA 1637

No more blood will be sold
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ବିକ୍ରି ହେବନି ବ୍ଲଡ୍


ନୂଆଦିଲ୍ଲୀ - (CNO) ଦେଶରେ ଏବେ ଆଉ ବ୍ଲଡ ବିକ୍ରି ହେବ ନାହିଁ । ଏଭଳି ପରିସ୍ଥିତିରେ ରକ୍ତ ଅଭାବରୁ ଆଉ ଦେଶରେ କେହି ମରିବେ ନାହିଁ । ବର୍ତ୍ତମାନ ଡାକ୍ତରଖାନା ଏବଂ ଘରୋଇ ବ୍ଲଡ ବ୍ୟାଙ୍କଗୁଡ଼ିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ ଆଦାୟ କରିପାରିବେ ନାହିଁ । କାରଣ ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହା ଅନ୍ତର୍ଗତ ବ୍ଲଡ ବ୍ୟାଙ୍କ କିମ୍ବା ଡାକ୍ତରଖାନା କେବଳ ରକ୍ତଦାନ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯାଇ ପାରିବ ।


ଏହା ବ୍ୟତୀତ ଯେଉଁ ଦେୟ ଆଦାୟ କରାଯାଉଥିଲା ତାହା ଆଉ ଆଦାୟ କରାଯିବ ନାହିଁ । ସରକାରଙ୍କ ଦ୍ୱାରା ଏନେଇ ଆଡଭାଇଜରୀରେ ଦେଶର ସମସ୍ତ ଡାକ୍ତରଖାନା ଏବଂ ବ୍ଲଡ ବ୍ୟାଙ୍କକୁ ଦିଆଯାଇଛି । ନୂତନ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କରେ ଗୋଟିଏ ବ୍ଲଡ୍ ପ୍ୟାକେଟ୍ ପାଇଁ ୨ରୁ ୬ ହଜାର ଟଙ୍କା ଦାବି କରାଯାଉଥିଲା ।

ଏମିତି କି ବିରଳ ବ୍ଲଡ୍ ଗ୍ରୁପର ରକ୍ତ ପାଇବା ପାଇଁ କିଛି କିଛି ଜାଗାରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବି ଦାବି କରାଯାଉଥିବା ଦେଖିବାକୁ ମଧ୍ୟ ମିଳିଛି । ଏ ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ନୂତନ ନିୟମ ଅନୁଯାୟୀ କେବଳ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯିବ, ଯାହା ୨୫୦ ରୁ ୧୫୫୦ ଟଙ୍କା ମଧ୍ୟରେ ରହିଛି । ପ୍ଲାଜ୍ମା ଏବଂ ପ୍ଲେଟଲେଟ୍ ପାଇଁ ପ୍ୟାକ୍ ପିଛା ୪୦୦ ଟଙ୍କା ଶୁଳ୍କ ଆଦାୟ କରାଯିବ ।

ସରକାରଙ୍କ ଏହି ପଦକ୍ଷେପ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବ୍ଲଡ ଫି କୁ ନେଇ ସରକାର ନେଇଥିବା ନିଷ୍ପତ୍ତି ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଥାଲାସେମିଆରେ ପୀଡିତ ଲୋକମାନଙ୍କ ପାଇଁ ଏହା ଏକ ଜୀବନ ରକ୍ଷାକାରୀ, ଯେଉଁମାନେ ବର୍ଷକୁ ଅନେକ ଥର ରକ୍ତ ବଦଳାଇବାକୁ ପଡ଼ିଥାଏ । ଦୁର୍ଘଟଣାଗ୍ରସ୍ତ ପୀଡିତ ଏବଂ ଗୁରୁତର ରୋଗ ପାଇଁ ଅସ୍ତ୍ରୋପଚାର କରୁଥିବା ବ୍ୟକ୍ତିମାନେ ମଧ୍ୟ ଯେକୌଣସି ସମୟରେ ରକ୍ତ ଆବଶ୍ୟକ କରିପାରନ୍ତି, ଏପରି ପରିସ୍ଥିତିରେ ଯଦି ରକ୍ତ ସହଜରେ ଉପଲବ୍ଧ ହୁଏ, ତେବେ ସେମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ ।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...