AFFILIATE MARKETING

https://binomo.com?a=90810425bb57&t=0

Wednesday, January 24, 2024

BSKY Nabin Card - ୨ ଦିନ ପରେ ବନ୍ଦ ହୋଇଯିବ BSKY ନବୀନ କାର୍ଡର ପଞ୍ଜୀକରଣ

COASTAL NEWS ODIA 1680


BSKY Nabin Card - ୨ ଦିନ ପରେ ବନ୍ଦ ହୋଇଯିବ BSKY ନବୀନ କାର୍ଡର ପଞ୍ଜୀକରଣ 


 
ଭୁବନେଶ୍ବର - (CNO) BSKY Nabin Card । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ଜାନୁଆରୀ ୨୬ ତାରିଖ ବନ୍ଦ ହୋଇଯିବ BSKY ନବୀନ କାର୍ଡର ପଞ୍ଜୀକରଣ  ପରେ ଆପଣ ଆଉ ଏହି ସୁବିଧା ପାଇବେ ନାହିଁ । ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ଭାବେ ସରକାରୀ BSKY ନବୀନ କାର୍ଡ ଆରମ୍ଭ କରିଥିଲେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ପଞ୍ଜିକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । 

ସୂଚନା ଅନୁସାରେ ଜାନୁଆରୀ ୬ ତାରିଖରେ BSKY ନବୀନ କାର୍ଡରେ ପଞ୍ଜିକରଣ ଆରମ୍ଭ କରାଯାଇଥିଲା । ଯାହାକି ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଥିଲା ଯାହା ପରେ ଜାନୁଆରୀ ୨୬ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ଅନଲାଇନ୍ ପଞ୍ଜୀକରଣ ଅବଧି ବୃଦ୍ଧି ନେଇ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ । ତେଣୁ ଅନଲାଇନ୍ ପଞ୍ଜିକରଣ କରିବାର ଅବଧି ଆଉ ମାତ୍ର ୨ ହିଁ ରହିଛି । ତେଣୁ ଖବର ଏହା ମଧ୍ୟ ରହିଛି ଯେ ଆଗକୁ ଆଉ ସମୟ ସୀମା ବୃଦ୍ଧି କରାଯାଇ ନ ପାରେ । 

BSKY ନବୀନ କାର୍ଡ ପାଇଁ ଯୋଗ୍ୟତା ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ପରିବାର ଆର୍ଥିକ ବର୍ଷ ୨୦୨୨-୨୩ରେ ପରିବାରର କୌଣସି ସଦସ୍ୟ ଆୟକରଦାତା ଶ୍ରେଣୀରେ ନଥିବେ, କୌଣସି ପରିବାର ସଦସ୍ୟ ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ ନା BSKY କିମ୍ବା ରେସନ କାର୍ଡ ଧାରକ ହୋଇନଥିବେ।

ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି ।

BSKY ନବୀନ କାର୍ଡ  ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବର୍ତ୍ତମାନ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇଁ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...