AFFILIATE MARKETING

https://binomo.com?a=90810425bb57&t=0

Saturday, January 27, 2024

MELANISTIC TIGER PARK ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରି

COASTAL NEWS ODIA 1686

MELANISTIC TIGER PARK 

ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ  ସଫାରି



ଭୁବନେଶ୍ବର - (CNO) ଖୁବଶୀଘ୍ର କଳାବାଘ ସଫାରି ହେବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାବାଘ ସଫାରି ପାଇଁ ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥରିଟି (ଏନଟିସିଏ) ପକ୍ଷରୁ ଅନୁମତି ମିଳିଛି।

ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସରୁ ପର୍ଯ୍ୟଟକମାନେ କଳାବାଘ ସଫାରି ବୁଲିବେ। ଶିମିଳିପାଳ ଅଭୟାରଣ୍ୟକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଏକ ନୂତନ ଅନୁଭୂତି ଦେବ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ ୧୫ କିମି ଦୂରରେ ଏହି ସଫାରି ହେବ। ଶିମିଳିପାଳ ଅଭୟାରଣ୍ୟର ୨୦୦ ହେକ୍ଟର ଜମିରେ କଳାବାଘ ସଫାରି ପ୍ରତିଷ୍ଠା ହେବ। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ବାଘ ରହଣି ସ୍ଥଳ ହେବ। ବଳକା ୧୦୦ ହେକ୍ଟର ଜମିରେ ପାର୍କିଂ ଓ ସ୍ଵାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ।



ସ୍ୱାସ୍ଥ୍ୟ କେନ୍ଦ୍ରଟି ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ। ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା ୩ଟି କଳାବାଘ ଓ ଗୋଟିଏ ଧଳାବାଘଙ୍କୁ ଏହି ସଫାରିକୁ ଅଣାଯିବ। ଏଠାରେ ଖୋଲା ଏନକ୍ଲୋଜର ମଧ୍ୟରେ ବାଘମାନଙ୍କୁ ରଖାଯିବ।

ପ୍ରାରମ୍ଭିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୩ଟି କଳା ଓ ଧଳାବାଘଙ୍କୁ ସେଠାକୁ ନିଆଯିବ। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ବାଘ, ଅନାଥ ହୋଇଯାଇଥିବା ବାଘମାନଙ୍କୁ ଏଠାକୁ ଅଣାଯିବ। ଯେଉଁମାନେ ଜଙ୍ଗଲରେ ରହିବାକୁ ଯୋଗ୍ୟ ନଥିବେ ଏବଂ ପ୍ରଦର୍ଶନୀ ପାଇଁ ଯୋଗ୍ୟ ଥିବେ ସେମାନଙ୍କୁ ସଫାରିର ଖୋଲା ଏନ୍‌କ୍ଲୋଜରରେ ରଖାଯିବ।

ଓଡ଼ିଶାରେ ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରକୁ ଉତ୍ସାହିତ କରିବାରେ ଏହି ସଫାରି ବେଶ୍‌ ସହାୟକ ହେବ। ଏଭଳି ପଦକ୍ଷେପ ନିଆଯିବା ଦ୍ଵାରା ପରିବେଶବିତ୍‌, ଗବେଷକ, ବନ୍ୟପ୍ରାଣୀ କ୍ଷେତ୍ରରେ ଉତ୍ସାହିତ ବ୍ୟକ୍ତି ଓ ସାଧାରଣ ଲୋକେ କଳା ବାଘଙ୍କୁ ନିକଟରୁ ଦେଖିବା ସହ ସେମାନଙ୍କ ସଂରକ୍ଷଣ ସମ୍ପର୍କରେ ଜାଣିପାରିବେ। ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସଫାରି ଭ୍ରମଣ କରିପାରିବେ।

ଏନଟିସିଏର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୧୮ଟି ମହାବଳ ବାଘ ଅଛନ୍ତି। ସେଥିମଧ୍ୟରୁ ୯ଟି କଳାବାଘ ରହିଛନ୍ତି। ବାଘମାନେ ସୁସ୍ଥ ରହିଛନ୍ତି ଓ ନିର୍ଭୟରେ ଘୂରି ବୁଲୁଛନ୍ତି। ଏହି ରିପୋର୍ଟକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...