AFFILIATE MARKETING

https://binomo.com?a=90810425bb57&t=0

Thursday, January 4, 2024

ଘନ କୁହୁଡି ହେଉଛି କାଳ ରାସ୍ତା ପାଲଟୁଛି ମରଣଯନ୍ତା

COASTAL NEWS ODIA 1640

ACCIDENT DUE TO FOGGING 
ଘନ କୁହୁଡି ହେଉଛି କାଳ ରାସ୍ତା ପାଲଟୁଛି ମରଣଯନ୍ତା 



ଖୋର୍ଦ୍ଧା - (CNO) ଘନ କୁହୁଡି ହେଉଛି କାଳ ରାସ୍ତାକୁ ବାହାରିଲେ ବିପଦ । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ୍ କୁହୁଡି ପାଇଁ ଏବେ ବହୁ ସଂଖ୍ୟାରେ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସୁଛି। ଆଜି ପ୍ରବଳ କୁହୁଡି ହେତୁ ବୋଲଗଡ ଏବଂ ବେଗୁନିଆର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଭାବେ ଘଟିଛି ଦୁଇ ଦୁଇଟି ମୋଟର ଦୁର୍ଘଟଣା । 

ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ସୁନାଖଳା କୁମାରୀ ଛକଠାରେ ଏକ ପିକନିକ ବସ୍ ସହିତ ବାଲି ବୋଝେଇ ଟ୍ରକ ଧକ୍କା ହୋଇଛି। ପିପିଲି ଅଂଚଳର ଏକ ପିକନିକ ବସ୍ ନୟାଗଡ ପଟୁ ପିପିଲି ଅଭିମୂଖେ ଫେରୁଥିବା ବେଳେ ଘନ କୁହୁଡି ହେତୁ ଏକ ଟ୍ରକ ସହିତ ଧକ୍କା ହୋଇଛି। ଫଳରେ ବସ୍ ଡ୍ରାଇଭର ସହିତ ଚାରି ଆହତ ହୋଇଥିବା ଜଣା ପଡିଛି । ସମସ୍ତ ଗୁରୁତର ଯାତ୍ରୀଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।



ଅନ୍ୟ ଗୋଟିଏ ଦୁର୍ଘଟଣା ବେଗୁନିଆ ଗୋବିନ୍ଦପୁର ଠାରେ ଖୋର୍ଦ୍ଧା କଣ୍ଟିଲୋ ରାସ୍ତାରେ  ସଙ୍ଗଠିତ ହୋଇଛି l ଏକ କାର ଗଛରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ଘନ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା ବେଳେ କାର ଗାଡ଼ିର ସାମ୍ନାପଟ ସମ୍ପୂର୍ଣ ଭାଙ୍ଗିଯାଇଛି। ଉଭୟ ସ୍ଥାନରେ ଗାଡି ଗୁଡିକୁ ପୋଲିସ ଜବତ କରିବାସହିତ ଅଧିକ ତଦନ୍ତ ଜାରୀ ରହିଛି  । 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...