AFFILIATE MARKETING

https://binomo.com?a=90810425bb57&t=0

Wednesday, January 17, 2024

COASTAL NEWS ODIA 1667 ଛାତ୍ରୀଙ୍କ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

COASTAL NEWS ODIA 1667

 ଛାତ୍ରୀଙ୍କ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ



ଧରାକୋଟ - (CNO) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ଗ୍ରାମ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଛାତ୍ରୀ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରୀ ଜଣକ ହେଲେ ସପ୍ତମ ଶେଣ୍ରୀର ରାଣୀ ଭୁୟା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ବିଷ ପିଇବା ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନାନୁସାରେ ଛାତ୍ରୀ ଜଣକ ସ୍କୁଲର ଖାଇବା ଛୁଟିରେ ବ୍ୟାଗରେ ନେଇଥିବା ଏକ ବିଷ ବୋତଲରୁ ବିଷ ପିଇ ଦେଇଥିବା ଜଣେ ସହପାଠୀ ଦେଖ୍ ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଅଣାଯାଇଥିଲା । ହେଲେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । 

ସେପଟେ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିକ୍ରିୟା କହିଛନ୍ତି ବିଷ ସ୍କୁଲକୁ ଆସିଲା କେମିତି ତା ଉପରେ ତଦନ୍ତ କରାଯିବ । ଆଗାମୀ ଦିନରେ ଏହା ଉପରେ ଅଧିକ ଯତ୍ନବାନ ହେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଜାଗ ରହିବାକୁ ହେବ । ଅଭିଭାବକମାନଙ୍କୁ ଏ ନେଇ କାଉନସେଲିଂ କରାଯିବ ବୋଲି ବିଇଓ କହିଛନ୍ତି । ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ସେ ବିଷ ପିଇ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏନେଇ କିଛି ସ୍ପଷ୍ଟ ହୋଇନି ।    


No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...