AFFILIATE MARKETING

https://binomo.com?a=90810425bb57&t=0

Wednesday, January 17, 2024

ଜାନୁଆରୀ 29 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ

COASTAL NEWS ODIA 1668

ଜାନୁଆରୀ 29 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ 


ଭୁବନେଶ୍ବର - (CNO) - ଓଡିଶା ସରକାର ରାଜ୍ୟରେ ଶିକ୍ଷକ କର୍ମଗରୀ ମାରଣ ନୀତି ର ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକମାନେ । ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି ।ମାଧ୍ୟମିକ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରିତ କରିଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟକୁ ଏଥୁରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଶିକ୍ଷା ଅଧିକାର ଆଇନରେ ସମସ୍ତ ପଞ୍ଚମଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀରେ ରୂପାନ୍ତରିତ କରିବା ଯାହା ଆଇନ ଥୁଲା, ତାହା ନାଲିଫିତା ତଳେ ଆଜି ପର୍ଯ୍ୟନ୍ତ ଗପିହୋଇ ରହିଛି । 

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ବ୍ୟୟ ବରାଦ ଅଧିକ ନ ହେବାରୁ ସେମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ଯାହାଦ୍ବାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହୋଇପାରୁ ନାହିଁ । ଶିକ୍ଷା ଅଧ୍ବକାର ଅଧ୍ୱନିୟମକୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କଲେ ନାହିଁ । ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ ପଦବୀ ସଂଖ୍ୟା ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟର ସମସ୍ତ ଠିକା କର୍ମଋରୀ ମାନଙ୍କୁ ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନକ୍ରିମେଣ୍ଟ ଦେଇ ମୂଳ ଖରକିରରେ ଗଣନା କରିବା ସହିତ ସେମାନଙ୍କୁ ନିୟମିତ କରାଗଲା । ପ୍ରାଥମିକ ଶିକ୍ଷାରୁ ନା ଉଠିଲା ଠିକା ନିଯୁକ୍ତି ନା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା । ଯେଉଁ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ କମ୍ ଟଙ୍କା ପାରିତୋଷିକ ପାଇ ରାଜ୍ୟ ସରକାରଙ୍କ ରାଜକୋଷକୁ ଭରଣା କରିଥିଲେ ସେମାନଙ୍କର ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଋକିରିରେ ଗଣନା କରାଗଲା ନାହିଁ । ଆମ ଦେଶର ପ୍ରାୟ ସବୁ ରାଜ୍ୟର ପ୍ରାଥମିକ ଶିକ୍ଷକ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକ ୨୨୦୦ ଗ୍ରେଡ୍ ପେରେ ଦରମା ପାଉଛନ୍ତି । ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । 

ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ବହୁ ଭାଗରେ ବିଭକ୍ତ କରି ଶୋଷଣ କରୁଛନ୍ତି । ଏକ୍ସ-କ୍ୟାଡ଼ର ମାନଙ୍କୁ କ୍ୟାଡ଼ରଭୁକ୍ତ କରୁନାହାଁନ୍ତି ଓ କଳାକ୍ରିଡ଼ା ଶିକ୍ଷକ ମାନଙ୍କର କ୍ୟାରିଅର ଆଡ଼ଭାନସମେଣ୍ଟ ପଲିସ କରୁନାହାଁନ୍ତି ।ଜଗତୀକରଣ, ଉଦାରୀକରଣ ଅର୍ଥନୀତି ଋପରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ଶିକ୍ଷକ କର୍ମଚାରୀ ମାନଙ୍କୁ ସେଥ୍‌ରେ ବିଶେଷ କିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ । ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି । ଯାହାଦ୍ବାରା ଅବସରର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି । ୧ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ନଭେମ୍ବର-୨୦୨୨ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । 

ମୁଖ୍ୟ ଶାସନ ସଚିବଙ୍କ ସହିତ ଦୁଇଥର ଆଲୋଚନା ଓ ଲିଖୁତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । କିନ୍ତୁ ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ । ପ୍ରତିଶ୍ରୁତିର ୧୦ ମାସ ପରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି ସେପ୍ଟେମ୍ବର-୨୦୨୩ରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ମିନିଷ୍ଟେରିଆଲ କମିଟି ସହିତ ଆଲୋଚନା ଓ ୫-ଟି ଅଧକ୍ଷକଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ କୁ ସୁଗିତ ରଖାଯାଇଥିଲା । ଡିସେମ୍ବର ମାସରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ କରାଯିବ ବୋଲି ସମସ୍ତେ ଆଶା ରଖୁଥିଲେ । କିନ୍ତୁ ଡିସେମ୍ବରରେ କୌଣସି ଦାବି ପୂରଣ କରାଗଲା ନାହିଁ । 

ରାଜ୍ଯ ସରକାର ୩ଟି ମୁଖ୍ୟ ଦାବି ପୂରଣ ନକରି କ୍ୟାଡ଼ର ସଂଶୋଧନ କରୁଛନ୍ତି ବୋଲି ଶୁଣାଯାଉଛି । ଯଦି ସରକାର ଆସନ୍ତା ୨୭ ତାରିଖ ସୁଦ୍ଧା ଦାବି ପୂରଣ ନକରିବେ, ତେବେ ବାଧ୍ୟ ହୋଇ ପ୍ରାଥମିକ ଶିକ୍ଷକମାନେ ଜାନୁଆରୀ ୨୯ ତାରିଖ ଦିନ ସବୁବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଦିଲ୍ଲୀପ ସେଠୀ, ଦାପକ ସାହୁ, ଅଗାଧୁ ସେଠୀ,ଟୁଲୁ ଦେଇ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ସଂଗଠନ ସମ୍ପାଦକ ଆଭାଲିନ ପରିଡ଼ା, ଜନ୍ମଞ୍ଜୟ ପରିଡ଼ା, ଝୁନା ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ। 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...