AFFILIATE MARKETING

https://binomo.com?a=90810425bb57&t=0

Wednesday, October 1, 2025

ଓଡ଼ିଶା ଫେରିଲେ ଦୁବାଇରେ ଚିକିତ୍ସିତ ହେଉଥିବା ଓଡ଼ିଆ ଶ୍ରମିକ

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସହାୟତା ପ୍ରଦାନ

ଭୁବନେଶ୍ଵର, ୩୦/୯: ଦୁବାଇରେ ଚିକିତ୍ସିତ ହେଉଥିବା ଜଣେ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାରେ ବାସ କରୁଥିବା ସ୍ୱପ୍ନିଲ ପଟ୍ଟନାୟକ ଦୁବାଇରେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେଠାରେ ସେ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଓଡ଼ିଶା ଫେରି ଆସିବା ପାଇଁ ଅନୁରୋଧ କରିଥିଲେ। ଏହି ସମ୍ବନ୍ଧୀୟ ସୂଚନା ମିଳିବା ପରେ ଦୁବାଇ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ (କନ୍‌ସୁଲେଟ ଜେନେରାଲ ଅଫ୍ ଇଣ୍ଡିଆ, ଦୁବାଇ), ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ କଟକ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ୱପ୍ନିଲ ପଟ୍ଟନାୟକଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ସେ ଶ୍ରୀରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, କଟକ ଠାରେ ଚିକିତ୍ସିତ ହେଉଛନ୍ତି। ସ୍ଵପ୍ନିଲଙ୍କ ସହ ତାଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବା ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ପ୍ରଦାନ କରଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...