AFFILIATE MARKETING

https://binomo.com?a=90810425bb57&t=0

Monday, October 20, 2025

ଖବର ଆଜିର, ୨୦ ଅକ୍ଟୋବର, ସୋମବାର

*ଖବର ଆଜିର, ୨୦ ଅକ୍ଟୋବର, ସୋମବାର*

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ। ୨୩ ତାରିଖରେ ଅବପାତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 

ରାଜ୍ୟରେ ୪୭୧ ଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେଲା

ସୁଭଦ୍ରା ଯୋଜନାର ନୂଆ ଅପଡେଟ। ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ଟଙ୍କା।

ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ରାଜ୍ୟ ସରକାର

ମିଠା କିଣୁଛନ୍ତି କି? ପ୍ୟାକେଟ ଉପରେ ମ୍ୟାନୁଫାକ୍ଚରିଙ୍ଗ ଏବଂ ଏକ୍ସପାଏରୀ ତାରିଖ ଦେଖିକରି କିଣନ୍ତୁ। ରଙ୍ଗଦିଆ ମିଠା ବିକିବା ମନା।

କଟକରେ ମଧ୍ଯ ୨ ଘଣ୍ଟା ୭ ଟାରୁ ୯ ଟା, ବାଣ ଫୁଟାଇ ପାରିବେ ଲୋକେ। କଟକଣା କଲା ପୋଲିସ 

ଆଜି ଦୀପାବଳିି ପାଇଁ ଅପରାହ୍ଣ ୩ଟା ରୁ ଆମ୍ ବସ୍ ସେବା ବନ୍ଦ ରହିବ।

ଭୁବନେଶ୍ୱରରେ ଡରାଇଲାଣି ବାୟୁ ପ୍ରଦୂଷଣ। ଆଜି ଦୀପାବଳିରେ ଭୟଙ୍କର ରୂପ ନେଇପାରେ। ଶ୍ୱାସ ରୋଗୀ ସତର୍କ ରୁହନ୍ତୁ

ବ୍ରହ୍ମପୁରରେ ଖଣ୍ଡା ବୁଲାଇବା  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଗିରଫ ହେଲେ ଯୁବକ।

ବ୍ରହ୍ମପୁରରେ ହତ୍ୟା, ଡକାୟତି ଭଳି ଜଘନ୍ୟ ମାମଲା ଗୁଡିକରେ ଜଡ଼ିତ ଥିବା ଅପରାଧୀ ଚିଆଁ ଧରାପଡ଼ିଲା।

ଭୁବନେଶ୍ୱର ଭରତପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲାରେ ଧରା ପଡିଲା ମୁଖ୍ୟ ଅଭିଯୁକ୍ତ।

ଢେଙ୍କାନାଳ ପରଜଙ୍ଗରେ ନାବାଳିକାକୁ ଅସଦାଚରଣ ଉଦ୍ୟମ ଅଭିଯୋଗ, ବାପାର ପଥରମାଡ଼ରେ ଯୁବକର ମୃତ୍ୟୁ

ନବରଙ୍ଗପୁର ପାପଡାହାଣ୍ଡି ସରକାରୀ ବିଦ୍ୟାଳୟ ହଷ୍ଟେଲରୁ ମଦ ପାଉଚ ମିଳିବା ପରେ ୯ ଛାତ୍ର ବହିଷ୍କୃତ

ମୟୁରଭଞ୍ଜ ବଡ଼ସାହିରେ ଟ୍ୟୁସନ ମାଷ୍ଟରଙ୍କୁ ୨ ରାଉଣ୍ଡ ଗୁଳି କଲା ଦୁର୍ବୃତ୍ତ। ହସପିଟାଲରେ ଭର୍ତ୍ତି ହେଲେ

ଭୁବନେଶ୍ୱର ନନ୍ଦନକାନନ ଥାନା କେନ୍ଦୁପାଟଣା ଆଶ୍ରମରେ ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ବାବା

ନୂଆପଡା ନିର୍ବାଚନ ସହ ଲିଙ୍କ ଥାଇ ଧରା ପଡିଥିବା ସତୁରୀ ଲକ୍ଷ ଟଙ୍କା ମାମଲାକୁ ପ୍ରଶାସନ ଚପାଇ ଦେଲା ବୋଲି ଅଭିଯୋଗ

କାମାକ୍ଷାନଗର ବୁଢାପଙ୍କ - ଡ଼ୁବୁରୀ ରେଳଧାରଣା କଡ଼ରେ ଛିଡ଼ା ହୋଇଥିବା ବେଳେ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଟ୍ରେନ। ବୃଦ୍ଧଙ୍କର ମୃତ୍ୟୁ

ଦେଶରୁ ୧୦୦୦ କୋଟି, ରାଜ୍ୟରୁ ୧୩୯ କୋଟି ଠକେଇ। ହେଜେକ୍ସ ଫଣ୍ଡ ଓଡ଼ିଶା ମୁଖ୍ୟ ପ୍ରତାପ ରାଉତ ଗିରଫ

ମୁମ୍ବଇ ଷ୍ଟେସନରୁ ବିହାର ଯାଉଥିବା କର୍ମଭୂମି ଏକ୍ସପ୍ରେସରୁ ୩ ଜଣ ଯାତ୍ରୀ ଖସିପଡ଼ିଲେ, ଦୁଇ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗରେ ଜାଲ ପାସପୋର୍ଟ ରାକେଟର ପର୍ଦ୍ଦାଫାସ। ଅବୈଧ ବାଂଲାଦେଶୀଙ୍କୁ ପାସପୋର୍ଟ ଦେଉଥିଲା। ସେଥିରୁ ଅନେକ ଓଡ଼ିଶାରେ ଥିବା ସନ୍ଦେହ

ପ୍ରଥମ ଦିନିକିଆ କ୍ରିକେଟରେ ଭାରତକୁ ୭ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ। ବର୍ଷା ଯୋଗୁଁ ଲାଗୁ ହେଲା ଡିଏଲ ମେଥଡ

ପ୍ରୋଭିଡ଼େଣ୍ଡ ଫଣ୍ଡ ନୂତନ ନିୟମରେ, ଚାକିରି ଛାଡିବାର ଗୋଟିଏ ବର୍ଷ ପରେ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ।

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୭୦୦ ସ୍ଥାନରେ ସତୁରୀ ଲକ୍ଷ ଆମେରିକା ନାଗରିକ ଏକାଠି ହେଲେ ।

No comments:

COASTAL NEWS

ଖବର ଆଜିର, ୨୦ ଅକ୍ଟୋବର, ସୋମବାର

*ଖବର ଆଜିର, ୨୦ ଅକ୍ଟୋବର, ସୋମବାର* ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ। ୨୩ ତାରିଖରେ ଅବପାତ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ...