AFFILIATE MARKETING

https://binomo.com?a=90810425bb57&t=0

Wednesday, October 29, 2025

ଗୋପୀ ମାନଙ୍କ କାର୍ତ୍ତିକ ବ୍ରତ

ଗୋପୀ ମାନଙ୍କ କାର୍ତ୍ତିକ ବ୍ରତ 
         
ତ୍ରେତା ଯୁଗର କଥା l ପ୍ରଭୁ ଶ୍ରୀରାମ ଚଉଦ ବର୍ଷ ବନବାସରେ ଯାଇ ଦଣ୍ଡକ ବନରେ ବାସ କଲେ l ସେହି ବନପ୍ରଦେଶରେ ପ୍ରଭୁ ଦିନେ ବାସ କରିବେ ଜାଣି ବହୁ ମୁନିଋଷି ଆସି ପୁର୍ବରୁ ସେଠାରେ ବାସ କରୁ ଥାନ୍ତି l ଋଷି ମାନେ କୋଟି କନ୍ଦର୍ପର ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି କୋଦଣ୍ଡଧାରୀ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଦର୍ଶନରେ ଖୁବ୍ ମୋହିତ ହୋଇ ପଡ଼ିଲେ l ୠଷିମାନେ ବିଚାର କଲେ, ଯଦି ବିଧାତା ଆମ୍ଭଙ୍କୁ ନାରୀ କରି ଜନ୍ମ କରିଥାନ୍ତେ ଓ ଏ ଅପୂର୍ବ ପୁରୁଷ, ଆମ୍ଭର ସ୍ବାମୀ ହୋଇଥାନ୍ତେ ସତେ ଆମେ କେଡେ ସୌଭାଗ୍ୟବତୀ ହୋଇ ନ ଥାନ୍ତେ ! କି ଲାଭ ଏହି ବ୍ରହ୍ମ ସାଧନାରେ? ଏଭଳି ସୁନ୍ଦରପୁରୁଷ ପାଇଲେ କୌଣସି ବ୍ରହ୍ମ ପଦର କି ଦରକାର l ବ୍ରହ୍ମ ସାଧନ କରୁଥିବା ମୁନୀମାନେ ସ୍ୱୟଂ ପରଂ ବ୍ରହ୍ମଙ୍କୁ ଦେଖି ପ୍ରଲୋଭିତ ନ ହେବେ କିପରି ? ଏତେ ମାତ୍ରାରେ ସେମାନେ ମୋହିତ ହୋଇଗଲେ ଯେ ନିଜ ଜଟା ଜୁଟକୁ ବେଣୀ ଭାବରେ ସଜେଇ ଓ ଭିକ୍ଷା ପାତ୍ର ଲାଉ ତୁମ୍ବା ଗୁଡିକୁ ନିଜ ବକ୍ଷୋଜଭାବେ ସଜାଇ ଶ୍ରୀରାମଙ୍କୁ ପ୍ରେମନିବେଦନ କରିବାକୁ ଲାଗିଲେ l କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ତପସ୍ୱୀମାନଙ୍କ ସେହି ଭାବକୁ ବର୍ଣ୍ଣନା କରି ଲେଖିଲେ:-
         ବିଧାତା ଆମ୍ଭଙ୍କୁ କରନ୍ତେ ନାରୀ l
         ବର ହୁଅନ୍ତେ ଏ କୋଦଣ୍ଡଧାରୀ ll
ପ୍ରଭୁ ଶ୍ରୀରାମ ମୁନିଜନଙ୍କ ବ୍ୟାକୁଳତାକୁ ଉପଲବ୍ଧି କରି ସ୍ୱୀକୃତି ଦେଲେ, ତୁମ୍ଭ ମାନଙ୍କ ଏ ଅଭିଳାଷ ପୂରଣ ହେବ, ଦ୍ୱାପର ଯୁଗରେ l ସେତେ ବେଳେ ବ୍ରଜ ପୁରରେ ମୁଁ ଶ୍ରୀକୃଷ୍ଣ ରୂପେ ଅବତୀର୍ଣ୍ଣ ହେବି l ତୁମ୍ଭେ ମାନେ ସମସ୍ତେ ହେବ ବ୍ରଜାଙ୍ଗନା ଗୋପୀ l ବୃନ୍ଦାବନରେ ରାସକେଳି ହେବ ଆଉ ତୁମେ ମୋ ସାନ୍ନିଧ୍ୟ ଲାଭକରିବ l ଏ ଜନ୍ମରେତ ମୁଁ ଏକପତ୍ନୀ ବ୍ରତରେ ସୀତାଙ୍କୁ ମୋ ବଲ୍ଲଭୀ କରିସାରିଛି l 
ତ୍ରେତୟା ଯାଇ ଦ୍ଵାପରଯୁଗ ଆସିଲା l ଭଗବାନ କୃଷ୍ଣ ଅବତାର ଧରି ବ୍ରଜ ପୁରରେ ଲୀଳା କଲେ l ତ୍ରେତୟାର ସେହି ଦଣ୍ଡକବନ ବାସୀ ମୁନି ମାନେ ଗୋପ ପୁରରେ, ଗୋପୀ ରୂପରେ ଜନ୍ମ ହେଲେ l
ତ୍ରେତା ଯୁଗର ପ୍ରଭୁଙ୍କର ସେ ଆଶ୍ଵାସନା ତାଙ୍କର ପାଶୋର ଯାଇ ନ ଥାଏ l ଭଗବାନ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ ପାଇଁ, ସେମାନେ ସର୍ବଦା ବ୍ୟାକୁଳ ରହୁ ଥାନ୍ତି l ଶ୍ରୀକୃଷ୍ଣ ମଧ୍ୟ ତ୍ରେତୟାର ତାଙ୍କ ସେ ପ୍ରତିଜ୍ଞା ପାଳନପାଇଁ ଚିତ୍ତାକର୍ଷକ ମୋହନବଂଶୀ ନାଦରେ ଗୋପୀମାନଙ୍କ ଚିତ୍ତ ଚୋରିକଲେ l
ସମସ୍ତ ଗୋପୀମାନେ କୃଷ୍ଣଙ୍କୁ କିପରି ପତିଭାବେ ଲାଭ କରିବେ ଏ କଥା ବିଚାର କରି ଯାଇ ଗର୍ଗ ମୁନିଙ୍କୁ ସେମାନେ ପଚାରିଲେ l ଗର୍ଗ ମୁନି ତାଙ୍କ  ମନୋଭାବ ଜାଣି, ଶ୍ରୀକୃଷ୍ଣଙ୍କୁ ସଚେତନ କରାଇ ଦେଲେ l ବ୍ରଜନାରୀ ମାନଙ୍କ ଏହି ସଂକଳ୍ପ ଶୁଣି, ଗୋପି ବୃନ୍ଦାବତୀ ଦିନେ ଯାଇ ତାଙ୍କ ନିକଟରେ ପହଞ୍ଚି କହିଲେ, ତୁମେ ମାନେ ଯଦି କୃଷ୍ଣଙ୍କୁ ପତି ରୂପେ ପାଇବାପାଇଁ ଚାହୁଁଛ ତେବେ ତୁମେ ମାଆ କାତ୍ୟାୟନୀଙ୍କ ପୂଜାକର l ତୁମର ଅଭୀଷ୍ଟ ମାଆ ନିଶ୍ଚୟ ପୂର୍ଣ୍ଣ କରିବେ l 
ଏମିତି ବୃନ୍ଦାବନରେ ଶରତ ଋତୁ ଯାଇ ହେମନ୍ତ ଋତୁ ଆସିଗଲା l ଗୋପୀମାନେ ବୃନ୍ଦାଙ୍କ କଥାକୁ ଘାରି ହେଉଥାନ୍ତି l କାର୍ତ୍ତିକ ମାସ l ଵୃନ୍ଦାଙ୍କ କଥା ଅନୁସାରେ, ଗୋପୀ ମାନେ ଦିନେ ଯାଇ ଯମୁନା କୂଳରେ ଏକତ୍ରିତ ହୋଇ, ମାଆ କାତ୍ୟାୟନୀଙ୍କ ପୂଜା ଆରମ୍ଭ କରି ଦେଲେ l 
ସେମାନେ ଯମୁନାକୁଳରେ ମାଆ କାତ୍ୟାୟନୀଙ୍କ ଏକ ବାଲୁକା ବିଗ୍ରହ ଗଢ଼ି ଏକମାସକାଳ ନିଷ୍ଠାର ସହ ବ୍ରତ ରଖିଲେ l ପ୍ରତିଦିନ ପ୍ରଭାତରୁ ଗୋପୀ ମାନେ ଯାଇ ଯମୁନା ଜଳରେ ସ୍ନାନ କରି କୃଷ୍ଣଙ୍କ ଦମୋଦର ରୂପକୁ ସ୍ମରଣ କରି, ମାଆଙ୍କୁ ପ୍ରାର୍ଥନା କଲେ :- 
         କାତ୍ୟାୟନୀ ମହାମାୟେ 
              ମହାଯୋଗୀନ୍ୟଧୀଶ୍ୱରୀ l
         ନନ୍ଦଗୋପ ସୂତମ୍ ଦେବ 
             ପତି ମେଁ କୁରୁତେ ନମଃ ll
ଓଡ଼ିଆ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ କହିଲେ, ଗୋପୀମାନେ ପ୍ରାର୍ଥନା କଲେ :-
      ହେ କାତ୍ୟାୟନୀ ମହାମାୟୀ l
               ପରମ ଯୋଗେଶ୍ୱରୀ ତୁହି ll
      ଭୋ ମାତ ଶଙ୍କର ଯୁବତୀ l
                  ନନ୍ଦ କୁମରେ ଦିଅ ପତି ll
ମାଆ କାତ୍ୟାୟନୀ ଷୋଳସହସ୍ର ଗୋପ ନାରୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟାହୋଇ ତାଙ୍କୁ ଇପ୍ସିତ ବରଦାନ କଲେ ଓ ଗୋପୀକାମାନେ କାର୍ତ୍ତିକପୂର୍ଣ୍ଣିମାର ବ୍ରହ୍ମ ଯାମିନିରେ ପରିବୃତ୍ତ ହୋଇ ରାସ କ୍ରୀଡ଼ାରେ ରତ ହୋଇ ଗୋପୀନାଥଙ୍କ ସାନ୍ନିଧ୍ୟ ଲାଭ କଲେ l 
ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷଙ୍କ ସେହି ରସ ମୟ ଲୀଳାର ସାକ୍ଷୀସ୍ୱରୂପେ ଆଜି ବ୍ରଜ ଭୂମିରେ ଦେବୀ କାତ୍ୟାୟନୀ ଦଣ୍ଡାୟମାନ ଅଛନ୍ତି l ମାଆ ବ୍ରଜଭୂମିର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା l 
ସମ୍ଭବତଃ, ଗୋପୀ ମାନଙ୍କ ଏହି କାର୍ତ୍ତିକ ବ୍ରତରୁ, କାର୍ତ୍ତିକମାସରେ ଦମୋଦର ଉପାସନାର ଉଦ୍ଭବ ହୋଇଛି l କାର୍ତ୍ତିକ ମାସରେ, ଭଗବାନଙ୍କ ନାମ ଦାମୋଦର l ଏଣୁ କାର୍ତ୍ତିକ ମାହାତ୍ମ୍ୟ ଆରମ୍ଭରେ ଭଗବାନ ଦମୋଦରଙ୍କୁ ମହାଦେବ ଦାସ ସ୍ତୁତି କରିଛନ୍ତି:-
   ନମସ୍ତେ ଦେବ ଦାମୋଦର l 
            ଯା ନାମ ଶରଣ ସୋଦର ll 
    ଅଶେଷ ବ୍ରହ୍ମାଣ୍ତର ନାଥ l 
               ଯାର ଚରିତ ପୁଣ୍ୟପଥ ll 
     ଆରତ ଜନ ପରିତ୍ରାଣ l 
                 ଅଭୟ ପଙ୍କଜ ଚରଣ ll
                     🙏🙏🙏

No comments:

COASTAL NEWS

18 ADHYAYA BHAGABAT GEETA

कोस्टाल म्यूजिक निवेदित  श्रीमद्भगवद्गीता अष्टादशोऽध्यायः — मोक्षसन्न्यासयोगः अर्जुन उवाच । 1 सन्न्यासस्य महाबाहो तत्त्वमिच्छामि...