୩୦ ଯାଏଁ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଜିରୋ କାଜୁଆଲିଟି ଲକ୍ଷ୍ୟ
ଭୁବନେଶ୍ଵର: ବାତ୍ୟା ମନ୍ଥା ମୁକାବିଲା ନେଇ ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉନ୍ନୟନ କମିଶନର , ଅଗ୍ନିଶମ ଡିଜି, ସ୍ଵାସ୍ଥ୍ୟ, କୃଷି, ଜଳ ଓ ଶକ୍ତି ବିଭାଗର ବହୁ ସଚିବ ଉପସ୍ଥିତ ଥିଲେ। ପ୍ରଖର ବେଗରେ ମାଡି ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ କିଭଳି ମୁକାବିଲା କରାଯିବ ସେ ନେଇ ଆଲୋଚନା ହୋଇଛି।
ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଏସ୍ଆରସି ଦେଓରଞ୍ଜନ ସିଂହ। ମଙ୍ଗଳବାରଠୁ ୩୦ ତାରିଖ ଯାଏଁ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି।
ବାତ୍ୟାର ଗତି ବଢୁଛି , ଯେତେ ବଢିବ ତାର ପ୍ରଭାବ ସେତେ କମିବ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି , ଯାହା ପରାମର୍ଶ ଦିଆଯାଇଛି ମାନନ୍ତୁ। ମାଲକାନଗିରି , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ। କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି।
No comments:
Post a Comment