ସମୁଦୁଣୀ ! ମୋର ନମସ୍କାର ନେବ,
ଚିଠିଟିଏ ଆଜି ଲେଖୁଛି,
ବୋହୁ ବିରୁଦ୍ଧରେ, ଅଭିଯୋଗ ନୁହେଁ,
ଜଣାଉଛି ଯାହା ଦେଖୁଛି !
ସମୁଦୁଣୀ ତୁମେ, କେଉଁ ଇସ୍କୁଲରେ,
ପାଠ ପଢ଼େଇଲ ଝିଅକୁ,
ଭଲ କଥାଟିଏ, କହୁଥିଲେ ମଧ୍ୟ,
ନେଇ ଯାଉଅଛି ଦିହକୁ !
ଦିନସାରା ବସି, ଟିଭି ଦେଖୁଅଛି,
ଶାଶୁଟା ବିଚରା ଖଟୁଛି,
ସଞ୍ଜ ହେଲାପରେ, ଖାଇ ଶୋଉଛି ଯେ,ଦିନ ବାରଟାରେ ଉଠୁଛି !
ମୋବାଇଲ ଫୋନ୍, କାନରୁ ହଟୁନି,
ଚୁପୁଚୁପୁ କହି ହସୁଛି,
ଯାହା ସାଥେ ଆମ, ଭଲ ପଡୁନାହିଁ,
ତାହା ଘରେ ଯାଇ ବସୁଛି !
ଶାଢ଼ୀ ପିନ୍ଧା ତାକୁ, ଶିଖେଇନ ବୋଧେ,କହିଲେ ଫାଇଟି କରୁଛି,
ନାଇଟି ଗୋଟିଏ ବେକଠାରୁ ଗୋଡ଼, ଗଳେଇ ଖାଲି ବୁଲୁଛି ।
ଚପଲ ମଡ଼େଇ, ପଶି ଯାଉଅଛି,
ରୋଷେଇ ଘରର ଭିତରେ,
ଶାଶୁ ଶ୍ୱଶୁର ଦିଅରଙ୍କ ପ୍ରତି,
ସ୍ନେହ ନାହିଁ ତାର ଚିତ୍ତରେ !
ପଟେ ପଟେ ଚୁଡ଼ି, ହାତରେ ପିନ୍ଧୁଛି,
ଘାଆ ହୋଇଯିବ କହୁଛି,
ସିନ୍ଥିରେ ସିନ୍ଦୁର ଜମା ଲଗାଉନି,
ଟିକିଲି ଗୋଟାଏ ନାଉଛି !
ଗୋଡ଼ ଆଙ୍ଗୁଠିରେ, ଝୁଣ୍ଟିଆ ପିନ୍ଧୁନି,
କହୁଛି ମୋଜାରେ ଲାଗିବ,
କିଛି କାମ ତାକୁ, କରିବାକୁ ଦେଲେ,
ନାକ ଫୁଲେଇକି ରାଗିବ !
ଉପର-ବେଳାରେ, ଭ୍ୟାନିଟି ଝୁଲେଇ,ପଟ୍ଟାମୁଣ୍ଡାଇ କୁ ଯାଉଛି,
ଗୁପୁଚୁପୁ, ଚାଟ୍, ମୋମୋ, ଦହିବରା,ପେଟ ପୂରେଇକି ଖାଉଛି !
ପୁନେଇଁ, ସଂକ୍ରାନ୍ତି, ସୋମ, ଗୁରୁବାର,ଆମିଷରେ ନାହିଁ ବାରଣ,
ପରିବାର ମଧ୍ୟେ, ସୁଖ, ଶାନ୍ତି ନାହିଁ,
ସବୁ ଅନର୍ଥର କାରଣ !
ଯେଉଁ ରାଗ ତୁମ, ଆମଠାରେ ଅଛି,
ଝିଅ ଦ୍ୱାରା ଦେଲ ଶୁଝେଇ,
ଆର ମାସେ ଝିଅ, ତୁମ ଘର ଗଲେ,
ତାକୁ ଟିକେ ଦେବ ବୁଝେଇ !
ତୁମେ ମଧ୍ୟ ଜଣେ ନାରୀ ଓ଼ ଗୃହିଣୀ,
ଏ କଥା ଭାବିବ ମନରେ,
ମଣିଷ-ପଣିଆ, ବ୍ୟବହାରେ ଥାଏ,
ନ ଥାଏ ସେ ସବୁ ଧନରେ !
ଖୋଲା ଚିଠିଟିଏ, ଲେଖି ପଠେଇଲି,ଲଫାପା ମୁହଁକୁ ନ ମୁଦି,
ଚିଠି ପଢି କେବେ, ରାଗ କରିବନି,
*ଇତି ତୁମର "ସମୁଦି"* !
*ଵି :ଦ୍ର.*
*ସମୁଦୁଣୀ ଙ୍କ ଉତ୍ତର !*
*ସମୂଦି!*
କାଲି ନୁହେଁ ଏବେ ଚିଠି ମୁଁ ଲେଖୁଛି
ଚିହ୍ନି ନାହଁ ମୋତେ ତୁମେ,
କଅଣ ଭାବିଲ କଅଣ ଲେଖିଛ
ଭାବିଛ କି ଟିକେ ମନେ ?
ଝିଅ ବାହା ଦେଇ ପସ୍ତେଇ ହଉଛି
ଏତେ କମ୍ପ୍ଲେନ୍ କରୁଛ ?
ଆପଲ୍ ଫୋନ୍ କୁ ଧରି ଶିଖିଲନି
ପୋଷ୍ଟ କାର୍ଡ ରେ ଲେଖିଛ ?
ଲଜ୍ଜା ଟିକେ ନାହିଁ ମୁହଁକୁ ତୁମର
ସ୍କୁଲ ପାଟିରେ ପଶୁନି,
ମାନ୍ଧାତା ଅମଳ ଇସ୍କୁଲ୍ କହୁଛ
ଯୁକ୍ତାକ୍ଷର ବି ଦିଶୁନି ।
ଗୁଡ଼ ମର୍ଣ୍ଣିଂ ଲେଖି ଆସୁନାହିଁ
ନମସ୍କାର ତୁମ ରଖ,
କମ୍ପ୍ଲେନ କେତେ ଯେ କରୁଛ
ସାମାନ୍ୟ କଟସି ଶିଖ ।
ଏଇ ଫେବ୍ରୁଆରି ଗଲା କାଲି ମୋର
ଛୟାଳିଶି ମୋତେ ହେଲା,
କେକ୍ କଟା ଫଟୋ, ଲିଚୁ ଲାଇଟ୍ ର ଭିଡିଓ ଛାଡିଛି ଗଲା ।
ଷାଠିଏ ବରଷ ଟପିଲା ତୁମକୁ
ଧିକ ମୋ ଲାଇଫ ହେଲା,
କାହାକୁ କହିବି ମୁହଁ ଲୁଚାଉଛି
ବୁଢ଼ା ସମୁଦି ମିଳିଲା ।
ତୁମେ କି ବୁଝିବ ଜେନେରେସନ ଗ୍ଯାପ୍ ମଡର୍ଣ୍ଣ ବୋହୁଙ୍କ କଥା,
ଏଇ କେତେ ବର୍ଷ ବିଭାଘର ହେଲା
ଏତେ ଶୀଘ୍ର ମୁଣ୍ଡ ବ୍ୟଥା ?
ଜିଦ୍ କଲ ତୁମେ ସାମ୍-ସଙ୍ଗ ଟିଭି
ମାସକ ମଧ୍ୟରେ ନେବେ ,
ଅଲିଅଳି ଝିଅ ଦେଖିବନି ମୋର
ଗାଁ ବାଲା ଆସି ଦେଖିବେ ?
ଯାଜପୁରି ଝିଅ ମୋ କେନ୍ଦ୍ରାପଡ଼ା ବୋହୁ ସହଜେ ଥଣ୍ଡା ପଡିଲା,
ଭୋର୍ ବାରଟାରେ ଉଠିଲା ବେଳକୁ ତୁମ ପ୍ରାଣ ଛାଡିଗଲା ?
ଡିମାଣ୍ଡ ତୁମର ପୁଅ କରି ଥିଲେ
ଆଇ ଫୋନ ଟାଏ ଦବ,
ମୁଣ୍ଡ ଟା ତୁମର ବେକାର ବିନ୍ଧୁଛି
ପଇସା କିପରି ଉଠିବ ?
ରାତି ନ ପାହୁଣୁ ଦାଣ୍ଡ କମ୍ପୁଅଛି
ସମସ୍ତ ଙ୍କ ସହ କଳି,
କା ' ସାଥେ ପଡନ୍ତା କିପରି ଭାବୁଛ
ଝିଅ ମୋ ପାରୁନି ଚଳି ।
ରମାଦେବୀ ଛାତ୍ରୀ, ଶାଢ଼ୀ ପିନ୍ଧା ପିନ୍ଧି କୋର୍ସ ରେ ତାଙ୍କର ନାହିଁ,
ନାଇଟି ଲେହେଙ୍ଗା ଯୁଗ ଚାଲିଅଛି
ଏତିକି ଶିଖିଲ ନାହିଁ ?
ରୋଷେଇ ଘରଟା ଖାଲି ବାଲି ମାଟି
ଚପଲ ମାଡ଼ୁଛି ଝିଅ,
ପାଦ ଧୂଳି ହେବ ଜାଣି ପାରୁନ କି
କିପରି ଚାଲିବ କୁହ ?
ଯୌତୁକ ଡିମାଣ୍ଡ ଲିଷ୍ଟ ରେ ନଥିଲା
ସେନେହ ହାଣ୍ଡିଏ ପାଇଁ,
ଶ୍ୱଶୁର ଶାଶୁ ଦିଅର ମୁଣ୍ଡରେ
ଘସିଥାନ୍ତା ଏଠୁ ନେଇ ।
ବୋଝେ ବୋଝେ ଚୂଡି ପିନ୍ଧିବା ପାଇଁ କି ଡାକ୍ତର ମନା କରୁଛି,
ସିନ୍ଦୁରଟା ପରା କେବଳ ପାରଦ
କେମିଷ୍ଟ୍ରି ବହିରେ ସେ ପଢିଛି ।
ମାଇଚିଆ ତୁମେ ଗୋଡ଼କୁ ଦେଖୁଛ
ଝୁଣ୍ଟିଆ ଅଛିକି ନାହିଁ,
ଗାଆଁରେ ଶୁଣିଲେ କଅଣ କହିବେ
ଟିକିଏ ଚେତିଲ ନାହିଁ ?
ଛବିଶି ବରଷ ଝିଅକୁ ମୋହର
ବେଶି ତ ବଳେଇ ନାହିଁ,
ସକ ତାର ଦେଖିବା ପାଇଁକି ଦେହରେ କି ଯାଉ ନାହିଁ ?
ଲଜ୍ଜା ନାହିଁ ଟିକେ ଭାନିଟି ନେବନି
ଅଖାଟାଏ ଧରି ଯିବ ?
ବରା ଗୁପ୍ ଚୁପ୍ ଖାଇବନି ଆଉ
ଏଣ୍ଡୁରି ପିଠା ଖାଇବ ?
ସମୁଦୁଣି ଆମ ଏଣ୍ଡୁଳ ଝିଅ ଏଣ୍ଡୁରି ପିଠା ଖାଇଚି l
ସେ ଯାହା ଖାଇଲେ ମୋ ଝିଅ ଖାଇବ କୋଉ ଶାସ୍ତ୍ରେ ଲେଖା ହୋଇଛି l
ମାଛ ମାଂସ ଅଣ୍ଡା ପ୍ରୋଟିନରେ ଭରା
ଦେହ ପାଇଁ ହିତକର,
ପିଲାଟି ଦିନରୁ ଝିଅ ମୋ ଖାଇଛି
*ରଖ ତୁମ ଗୁରୁ ବାର* ।
ଫାଲତୁ କଥାକୁ କହିବନି ତୁମେ
ମୋ ରାଗ ଜାଣିନା ତମେ,
ସମାସ୍କନ୍ଦ ବନ୍ଧୁ ନୁହେଁ କେବେ ତୁମେ
ପସ୍ତଉଛୁ ଆଜି ଆମେ ।
ଲେଖିବନି ଆଉ କହିଦେଲି ସଫା
କୋଓଟ୍ ଦେଖେଇ ଦେବି,
ଚିହ୍ନି ନାହଁ ମୋତେ ରୂପ ମୋ ଦେଖିନା ଛଇ ମୁଁ ଛଡେଇ ଦେବି ।
*ତୁମ ବଇଁଶୀ ବଜେଇ ଦେବି*
ଇତି
*ସମୁଦୁଣୀ*😂😂😜
No comments:
Post a Comment