ଓଡିଶା ରାଜ୍ଯ ସରକାର ଙ୍କ ଦ୍ଵାରା ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରା ସଫଳ
ସୋମନାଥ ଧାମ୍ :
ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ରେଳଗାଡ଼ି ୧୫ ତାରିଖ ଦିନ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ୨୧ ତାରିଖ ଦିନ ଫେରି ଆସିବ। ଏହି ସାତ ଦିନିଆ ତୀର୍ଥଯାତ୍ରା ମାଧ୍ୟମରେ ରାଷ୍ଟ୍ର ଭକ୍ତ ଯାତ୍ରୀମାନେ ଭାରତର ଗୌରବମୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହ ନିଜକୁ ଅଧିକ ନିବିଡ଼ ଭାବରେ ଯୋଡ଼ିପାରିବେ।
ଏହା ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା, ଜାତୀୟ ସ୍ୱାଭିମାନ ଓ ଏକତାର ଏକ ଅନନ୍ୟ ପ୍ରତୀକ।
ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୋମନାଥଙ୍କ କୃପାରେ ଏହି ପବିତ୍ର ଯାତ୍ରା ସମସ୍ତ ରାଷ୍ଟ୍ର ଭକ୍ତ ଯାତ୍ରୀଙ୍କ ଜୀବନରେ ଶାନ୍ତି, ଶକ୍ତି, ପ୍ରେରଣା ଓ ରାଷ୍ଟ୍ରଭକ୍ତିର ନୂତନ ଚେତନା ଜାଗ୍ରତ କରିଛି ।
ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଉପଲକ୍ଷେ 1100 ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତମାନେ କେନ୍ଦ୍ରସରକାର ଓ ଓଡିଶା ତଥା ଗୁଜରାଟ ରାଜ୍ୟସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଗତ 15 ତାରିଖ ଦିନ ଯାତ୍ରା ଆରମ୍ଭ କରିଥିଲେ l ଏ ମାନଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଓ ଭଲ୍ଯୁଣ୍ଟର ମାନେ ମୁତୟନ ହୋଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଏହି ଯାତ୍ରାରେ କଟକ ରୁ 35, ଜଗତସିଂହପୂର ରୁ 18 କେନ୍ଦ୍ରାପଡ଼ା ରୁ 48, ଗଞ୍ଜାମ ରୁ 52, .ବାଲେଶ୍ୱର, ରୁ 31 ଗଜପତି ରୁ 21 ଖୋର୍ଦ୍ଧା ରୁ 39 ଯାଜପୁର ରୁ 12 ପୁରୀ, ରୁ 71, କେନ୍ଦୁଝର ରୁ - 15 ଢେଙ୍କାନାଳ ରୁ 15.ମୌରଭଞ୍ଜ ରୁ 29 ନୟାଗଡ଼ ରୁ 23 ଭଦ୍ରକ ରୁ 51 ଅନଗୁଳ ରୁ 12 ଓ କନ୍ଧମାଳ ରୁ 41 ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ l
ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ l
ଗୁଜରାଟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ଏହି ଶ୍ରଦ୍ଧାଳୁ ମାନଙ୍କୁ ନାଚ ଗୀତ ସହ ବାଜା ବାଦ୍ୟ ବଜାଇ ବହୁ ଆଡମ୍ବର ସହକାରେ ବେରାବଲ୍ ରେଳ ଷ୍ଟେସନ ଠାରେ ସ୍ଵାଗତ ଜଣା ଯାଇଥିଲା l
ଶ୍ରଦ୍ଧାଳୁ ମାନେ ଶ୍ରୀରାମ ମନ୍ଦିର, ତ୍ରିବେଣୀ ଘାଟ, ଗୋଲକଧାମ୍ , ଗୀତା ମନ୍ଦିର, ବଲ୍କା ତୀର୍ଥ, ବାଣ ଗଙ୍ଗା, ସୋମନାଥ ମ୍ୟୁଜିୟମ୍ ପ୍ରଭୃତି ଦର୍ଶନ କରି ଅଭିଭୂତ ହୋଇଥିଲେ l
ହିନ୍ଦୁ ମାନଙ୍କର ଆସ୍ଥା, ବିଶ୍ଵାସ ଓ ସ୍ବାଭିମାନର ପ୍ରତୀକ ସମଗ୍ର ଭାରତ ବର୍ଷରେ ଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ଯ ରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ପ୍ରଭୁ ଶ୍ରୀ ସୋମନାଥଙ୍କ ପୀଠରେ ଓଡ଼ିଶାର ଶ୍ରଦ୍ଧାଳୁଙ୍କ ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା ।
ଓଡ଼ିଶାରୁ ବିଭିନ୍ନ ଜିଲ୍ଲାରୁ ଯାଇଥିବା ପ୍ରାୟ ୧୧୦୦ ତୀର୍ଥଯାତ୍ରୀ ଭାରତର ପୂର୍ବରୁ ପଶ୍ଚିମ ଗୁଜରାଟର ସୌରାଷ୍ଟ୍ର ରେ ଆରବ ସାଗର କୂଳ ସ୍ପର୍ଶ କରିଥିବା ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ କରିବା ସହ ଜଳାଭିଷେକ ଓ ଆରତି ଦର୍ଶନ କରିବାର ଏକ ମହାର୍ଘ ସୁଯୋଗ ଲାଭ କରିଥିଲେ । ଗୁଜରାଟର ସରକାରଙ୍କ ତରଫରୁ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରେଇବା ସହିତ ସମସ୍ତ ଭକ୍ତଙ୍କୁ ମନ୍ଦିର ଟ୍ରଷ୍ଟ ତରଫରୁ ଉତ୍ତରୀୟ ସହ ପ୍ରସାଦ ଓ ଉପଢୌକନ ପ୍ରଦାନ କରଯାଇଥିଲା l ସନ୍ଧ୍ୟା ସମୟରେ ଆରତି ସମୟରେ ଏକକାଳୀନ 1100 ପ୍ରଦୀପ ପ୍ରଜ୍ଜଳନ ଓ ଲାଇଟ୍ ଆଣ୍ଡ ଶୋ ମାଧ୍ୟମରେ ସୋମନାଥ ମନ୍ଦିର ର ସ୍ରୁଷ୍ଟି ଓ ଇତିହାସର ସୂଚନା ଦିଆଯାଇଥିଲା l ବିଧର୍ମୀ ମାନଙ୍କ ଆକ୍ରମଣରେ ଧ୍ଵଂସ ହୋଇଥିବା ମନ୍ଦିରର ପୁନର୍ଗଠନ ରେ ଲୌହ ପୁରୁଷ ଶ୍ରୀ ପଟେଲ ଓ ବର୍ତ୍ତମାନ ହୋଇ ଥିବା ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଯୋଗଦାନ ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l ବଙ୍ଗୋପସାଗର କୂଳରୁ ଆରମ୍ଭ ଯାତ୍ରାର ଆରବ ସାଗର କୂଳରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦୁଇ ରାଜ୍ୟର ସଂସ୍କୃତି ଓ ଭାତୃଭାବକୁ ଆହୁରି ସଦୃଢ଼ କରିଛି।
ଗୁଜରାଟ ପ୍ରଶାସନ ପକ୍ଷରୁ ଓଡ଼ିଶାରୁ ଯାଇଥିବା ଏହି ବିଶାଳ ତୀର୍ଥଯାତ୍ରୀ ଦଳଙ୍କୁ ସେଠାରେ ଭବ୍ୟ
ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଗୁଜରାଟ ସରକାର ଓ ପ୍ରଶାସନ ପକ୍ଷରୁ ଅତିଥ୍ୟ ସେବାର ସୁନ୍ଦର ବ୍ୟବସ୍ଥା କରାଯାଇଥିଲା l ଶୀତତାପ ନିୟନ୍ତ୍ରିତ ହୋଟେଲ ରେ ରହଣି ବ୍ୟବସ୍ଥା ସହିତ ବିଭିନ୍ନ ମନ୍ଦିର ଓ ତୀର୍ଥସ୍ଥାନ ମାନଙ୍କୁ ଗସ୍ତ ନିମନ୍ତେ ପ୍ରାୟ 25 ଗୋଟି ଶୀତତାପ ନିୟନ୍ତ୍ରିତ ବସ୍ ଯୋଗାଇ ଦେଇଥିଲେ l
ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସଚିବ ଶ୍ରୀଯୁକ୍ତ ପ୍ରୀତୀଶ , ବରିଷ୍ଠ ଅଧିକାରୀ ଏବଂ ସୋମନାଥ ମନ୍ଦିର ସନାତନ ସ୍ବାଭିମାନର ପ୍ରତୀକ
କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ଦର୍ଶନ କାର୍ଯ୍ୟ ପରିଚାଳନା କରିଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁପରିଚାଳନା, ମୃଦୁ ବ୍ୟବହାର ପାଇଁ ତୀର୍ଥଯାତ୍ରୀମାନେ ଭାବବିହ୍ବଳ ହୋଇପଡ଼ିଥିଲେ।
No comments:
Post a Comment