"ନମସ୍କାର, କୋଷ୍ଟାଲ୍ ନ୍ୟୁଜ୍କୁ ସ୍ୱାଗତ କରୁଛି... ଶେଖର ସୁମନ ଦାସ ।
.......
ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ବହୁ ନିଶ୍ଚଳ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏହି ସଙ୍କଟଜନକ ସ୍ଥିତିରେ ଆଜି ସ୍ଥିତି ପରଖିବାକୁ ସରଜମିନ ଅନୁଧ୍ୟାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।"
ଯାଜପୁର ବନ୍ୟା ପରିସ୍ଥିତି, ବୈତରଣୀ ଓ ବ୍ରାହ୍ମଣୀ ନଦୀର ଉଫାନ୍, ଏବଂ ନାଆରେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା,
"ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଦଶରଥପୁର ବ୍ଲକ୍ର କାସପା ଓ ତାରାପଡ଼ା ପଞ୍ଚାୟତରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ରାମଚନ୍ଦ୍ରପୁର, ବାଲ୍ଦା ଏବଂ ଧୋବାବିଲି ଗାଁର ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ସୁଖ-ଦୁଃଖ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଡଙ୍ଗାରେ ବସି ଗାଁ ଗାଁ ବୁଲି ବନ୍ୟା ପରିସ୍ଥିତି ଓ ଘାଇ ସ୍ଥିତିର ସମୀକ୍ଷା କରିଛନ୍ତି।"
ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହୋଇଥିଲେ ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ତଦାରଖ କରିଥିଲେ
"ବନ୍ୟା ବିପନ୍ନଙ୍କୁ ତୁରନ୍ତ ସୁଖିଲା ଓ ରନ୍ଧା ଖାଦ୍ୟ ସହ ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ସହ ଅଛନ୍ତି ଏବଂ ଉଦ୍ଧାର, ରିଲିଫ୍ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। ଏହାସହ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।"
"ଲୋକଙ୍କ ନିକଟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ। ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଅଛି। ପାଣି ଛାଡ଼ିବା ପରେ କ୍ଷତିପୂରଣ ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।"
"ଯାଜପୁର ସମେତ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆଗାମୀ ଅପଡେଟ୍ ପାଇଁ ସବସ୍କ୍ରାଇବ୍ କରନ୍ତୁ 'କୋଷ୍ଟାଲ୍ ନ୍ୟୁଜ୍'। ଧନ୍ୟବାଦ।"
କୋଷ୍ଟାଲ୍ ନିଉଜ୍
ବନ୍ଦେ ଉତ୍କଳ ଜନନୀ
No comments:
Post a Comment