AFFILIATE MARKETING

https://binomo.com?a=90810425bb57&t=0

Wednesday, October 22, 2025

ପୀତବାସ ହତ୍ୟାକାଣ୍ଡ: ପୂର୍ବତନ ବିଜେଡ଼ି ବିଧାୟକଙ୍କ ସମେତ ୧୨ ଗିରଫ

ଜାମିନ୍ ନାମଞ୍ଜୁର ବିଚାର ବିଭାଗୀୟ ହାଜତକୁ ଗଲେ

ବ୍ରହ୍ମପୁର, ୨୨/୧୦: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ୍। ଏଥିସହ ପୁର୍ବତନ ମେୟର ଶିବଶଙ୍କର ଦାସ୍ ଓରଫ ପିଣ୍ଟୁ ମଧ୍ୟ ଗିରଫ ହୋଇଛନ୍ତି। ମୋଟ ୧୨ ଜଣଙ୍କୁ ପୋଲିସ୍ ଗିରଫ କରିଛି। କର୍ପୋରେଟର ମଳୟ ବିଶୋୟୀ ଗିରଫ ହୋଇଛନ୍ତି। ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ ବି ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ୍।

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଗତ ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ। ତାଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ଘନଘନ ପଚରାଉଚରା କରୁଥିଲା ପୋଲିସ। ଅନ୍ୟପଟେ ବିକ୍ରମ ପଣ୍ଡାଙ୍କୁ ସମର୍ଥକମାନେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି। ବ୍ରହ୍ମପୁର ଏସପି ଅଫିସ ଘେରାଉ କରିଛନ୍ତି ବିଜେଡି ନେତା।

ବିଜେଡ଼ି ନେତା ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ, ଆଗକୁ ନୂଆପଡ଼ା ଉପନିର୍ବାଚନ ଆସୁଥିବାରୁ ଏହା ବିକ୍ରମ ଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର। ବିକ୍ରମଙ୍କୁ ବସାଇବାକୁ ଉଦ୍ୟମ କରାଯାଇଛି। ବିଜେଡି ଆଇନଗତ ଲଢେଇ ଲଢିବ।

ପୁରୀରୁ ଜଣେ ସାର୍ପ ସୁଟରକୁ ଉଠାଇ ନେଇ ପୋଲିସ ପଚରାଉଚରା କରିଥିଲା। ତାଙ୍କ ବୟାନ ଆଧାରରେ ପୁରୀ ବେଳାଭୂମି ବାଲିରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି, ପୀତବାସଙ୍କ ହତ୍ୟାରେ ଏହି ବନ୍ଧୁକ ବ୍ୟବହୃତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ତାଙ୍କ ଚାମ୍ବରରୁ ରୁମକୁ ଯିବା ବେଳେ ପ୍ରାୟ ୮ଟା ୫୮ରେ ବୈକୁଣ୍ଠନଗରରେ ତାଙ୍କ ଉପରକୁ ପଏଣ୍ଟ ବ୍ଲାଙ୍କରେ ଗୁଳି କରିଥିଲେ ଦୁର୍ବୃତ୍ତ। ଏହା ପରେ ତୁରନ୍ତ ସେଠାରୁ ଚମ୍ପଟ ମାରିଥିଲେ।

No comments:

COASTAL NEWS

18 ADHYAYA BHAGABAT GEETA

कोस्टाल म्यूजिक निवेदित  श्रीमद्भगवद्गीता अष्टादशोऽध्यायः — मोक्षसन्न्यासयोगः अर्जुन उवाच । 1 सन्न्यासस्य महाबाहो तत्त्वमिच्छामि...