ଗାନ୍ଧୀନଗର, ୧୬/୧୦: ଗୁଜୁରାଟ ରାଜନୀତିରେ ବଡ ପରିବର୍ତ୍ତନ। ଏକାଥରେ ଇସ୍ତଫା ଦେଲେ ସବୁ ମନ୍ତ୍ରୀ। ଶୁକ୍ରବାର ହେବାକୁ ଥିବା ଏକ ବଡ଼ କ୍ୟାବିନେଟ୍ ଅଦଳବଦଳ ପୂର୍ବରୁ ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଥିବା ମନ୍ତ୍ରୀଙ୍କ ମଧ୍ୟରୁ ପ୍ରାୟ ସାତରୁ ଦଶ ଜଣଙ୍କୁ ପଦବୀରେ ରଖାଯିବ। ବାକି ପଦବୀରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ।
ସୂତ୍ର ଅନୁସାରେ, ବର୍ତ୍ତମାନର ଗୁଜରାଟ କ୍ୟାବିନେଟରେ ୧୬ ଜଣ ସଦସ୍ୟ ଅଛନ୍ତି। ଏହାକୁ ସମ୍ପ୍ରସାରଣ କରାଯାଇ ୨୬ ପଦବୀ କରାଯିବ। ମନ୍ତ୍ରିମଣ୍ଡଳ ପୁନର୍ଗଠନ ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବର୍ତ୍ତମାନ କ୍ୟାବିନେଟର ଏକମାତ୍ର ସଦସ୍ୟ ଯିଏ ପଦବୀରେ ରହିବେ। ଆଜି ରାତିରେ ସେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଆନୁଷ୍ଠାନିକ ଭାବରେ ସବୁ ମନ୍ତ୍ରୀଙ୍କ ଇସ୍ତଫାପତ୍ର ଦାଖଲ କରିବେ।
ଶୁକ୍ରବାର ପୂର୍ବାହ୍ନ ୧୧.୩୦ ମିନିଟରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନୂତନ ନବନିଯୁକ୍ତ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ବୈଠକରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ସୁନୀଲ ବଂଶଲ ଏବଂ ମୁଖ୍ୟମନ୍ତ୍ରୀ ପଟେଲ ଯୋଗ ଦେଇଥିଲେ।
No comments:
Post a Comment