AFFILIATE MARKETING

https://binomo.com?a=90810425bb57&t=0

Monday, October 27, 2025

୨୧ ଜଣ ନକ୍ସଲ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ

୨୧ ଜଣ ନକ୍ସଲ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ 
ଛତିଶଗଡ଼ର ବସ୍ତର ରେଞ୍ଜର କାଙ୍କେର ଜିଲ୍ଲାରେ ରବିବାର ୨୧ ଜଣ ନକ୍ସଲ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଓ ୮ ଜଣ ପୁରୁଷ ଅଛନ୍ତି। 
ଆତ୍ମସମର୍ପଣ କରିଥିବା ଏହି ନକ୍ସଲମାନେ କେଶକାଳ ଡିଭିଜନର କୁଏମାରୀ/କିସକୋଡୋ ଏରିଆ କମିଟିର ସଦସ୍ୟ। 

ସେମାନଙ୍କ ମଧ୍ୟରେ ଜଣେ ଡିଭିଜନ କମିଟି ସଂପାଦକ ରହିଛନ୍ତି। ତାଙ୍କ ନାଁ ମୁକେଶ। ସେହିଭଳି ୪ ଜଣ ଡିଭିଜନ ଭାଇସ କମିଟି ମେମ୍ବର , ୯ ଜଣ ଏରିଆ କମିଟି ମେମ୍ବର ଓ ୮ ଜଣ ସଦସ୍ୟ ରହିଛନ୍ତି ବୋଲି ପୁଲିସ କହିଛି।

ଆତ୍ମସମର୍ପଣ କରିବା ସମୟରେ ଏହି କ୍ୟାଡର ନକ୍ସଲମାନେ ୧୮ଟି ଅସ୍ତ୍ରଶସ୍ତ୍ର ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେହି ଅସ୍ତ୍ରଶସ୍ତ୍ର ମଧ୍ୟରେ ଅଛି ୩ଟି ଏକେ-୪୭ ରାଇଫଲ, ୪ଟି ଏସ୍‌ଏଲଆର, ଦୁଇଟି ଇନ୍‌ସାସ୍‌ ରାଇଫଲ, ୬ଟି .୩୦୩ ରାଇଫଲ, ଦୁଇଟି ସିଙ୍ଗଲ-ଶଟ୍‌ ରାଇଫଲ ଓ ଗୋଟିଏ ବ୍ୟାରେଲ ଗ୍ରେନେଡ୍ ଲଞ୍ଚର l

ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରରାଜ କହିଛନ୍ତି, ହିଂସା ନିରର୍ଥକ ବୋଲି ବୁଝିବା ପରେ ଏହି କ୍ୟାଡର ନକ୍ସଲମାନେ ସମାଜର ମୁଖ୍ୟସ୍ରୋତକୁ ଫେରି ନୂଆ ଜୀବନ ବଞ୍ଚିବାକୁ ନିଷ୍ପତ୍ତି ନେଇଛନ୍ତି। ସମାଜର ଧାରା ସହିତ ସେମାନେ କିପରି ସହଜରେ ଜଡ଼ିତ ହୋଇପାରିବେ, ସେ ନେଇ ବସ୍ତର ପୁଲିସ ତା’ର ଦାୟିତ୍ୱ ନିର୍ବାହ କରିବ। 

ଗତ ୧୭ ତାରିଖରେ ରାଜ୍ୟରେ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ଏହି ନକ୍ସଲଙ୍କ ମଧ୍ୟରେ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ତାଙ୍କ ନାଁ ରୂପେଶ ଓରଫ ସତୀଶ। 

ଏକ ରିପୋର୍ଟ ଅନୁଯାୟୀ, ୨୦୨୫ରେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ରେ ୧୨ ଶହରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ୨୦୨୪ରେ ରାଜ୍ୟରେ ୮୮୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୨୦୨୩ରେ ୪୧୪, ୨୦୨୨ରେ ୪୧୭ ଓ ୨୦୨୧ରେ ୫୪୪ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ସରକାର ସଂକଳ୍ପ ନେଇଛନ୍ତି।

No comments:

COASTAL NEWS

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି ୨୪ ଘଣ୍ଟିଆ ନିରୀକ୍ଷଣ ଓ ସମନ୍ୱୟ ସହିତ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହ...