AFFILIATE MARKETING

https://binomo.com?a=90810425bb57&t=0

Tuesday, October 7, 2025

ଅଡ଼ୁଆରେ ଓଡ଼ିଶା ପୁଲିସ


ଅଡ଼ୁଆରେ ଓଡ଼ିଶା ପୁଲିସ

ଭୁବନେଶ୍ୱର: ପୁଲିସ ସବ୍ ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତିରେ ଦୁର୍ନୀତି, ଚୌଦ୍ବାର କାରାଗାରରୁ ବିହାରୀ କଏଦୀ ଚମ୍ପଟ ମାରିବା ଘଟଣାରେ ଓଡ଼ିଶା ପୁଲିସ ଅଡ଼ୁଆ ଜାଲରେ ଛନ୍ଦି ହୋଇଯାଇଛି। ଏସଆଇ ନିଯୁକ୍ତି ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପଛରେ ଥିବା ବଡ଼ବଡ଼ିଆଙ୍କ ନିକଟରେ ତଦନ୍ତକାରୀ ସଂସ୍ଥା ଏବେସୁଦ୍ଧା ପହଞ୍ଚି ପାରିନି। ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର କ୍ରାଇମବ୍ରାଞ୍ଚ ପତ୍ତା ପାଉନି। ଜଣେ ପରେ ଜଣେ ଦଲାଲଙ୍କୁ ଧରି କ୍ରାଇମବ୍ରାଞ୍ଚ ବାହାବା ନେବାକୁ ପ୍ରାଧାନ୍ୟ ଦେଇଛି। ସେହିପରି ଫେରାର ବିହାରୀ କଏଦୀଙ୍କୁ ଧରିବା ପୁଲିସ ପାଇଁ ଆହ୍ବାନ ପାଲଟିଛି। ଏହି ଦୁଇ ଘଟଣା ସରକାରଙ୍କର ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଓ କାରାଗାର ଉଭୟ ବିଭାଗର ଜଣେ ମୁଖିଆ ରହିଛନ୍ତି। ଏହି ଦୁଇ ଘଟଣା ସମ୍ପୃକ୍ତ ମୁଖିଆଙ୍କ ପାରିବାପଣିଆକୁ ପଦାରେ ପକାଇଛି।

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ପଛରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି। ରାଜଧାନୀରେ ଥିବା ଏକ ନାମୀଦାମୀ କୋଚିଂ ସେଣ୍ଟର ମାଲିକ ଏହି ଦୁର୍ନୀତିର ମଙ୍ଗ ଧରିଥିଲେ। ତାଙ୍କ ସହିତ ଜଣେ ରାଜନେତା ମଧ୍ୟ ସାମିଲ ହୋଇଥିଲେ। ଏହି ରାକେଟ କେବଳ ପୁଲିସ ଏସ୍‌ଆଇ ନୁହଁ, ପ୍ରଶାସନିକ ପଦ ନିଯୁକ୍ତିରେ ମଧ୍ୟ ଦୁର୍ନୀତି ହୋଇଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଏହି ରାକେଟ ପ୍ରାର୍ଥୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲା। ଏକାଧିକ ପ୍ରାର୍ଥୀଙ୍କଠାରୁ ରାକେଟ କୋଟି କୋଟି ଟଙ୍କା ହାତେଇବା ପରେ ଚାକିରି ଦେଉଥିଲା। ଅନୁରୂପଭାବେ ରାଜ୍ୟର ସର୍ବବୃହତ୍ ମଣ୍ଡଳ କାରାଗାରରୁ କୁଖ୍ୟାତ ବିହାରୀ ଅପରାଧୀ ଚମ୍ପଟ ମାରିବା ଜେଲ୍‌ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ସନ୍ଦେହ ଘେରକୁ ଆସିଛି। କାରାଗାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଶୂନ୍‌। ଦୁଇ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ତଦନ୍ତ ଆଳରେ ମୁଖିଆ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଦୁଇ ଘଟଣାରେ ଉଭୟ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇ ନିଜ କାନ୍ଧରୁ ଦୋଷ ଖସାଇ ଦେବା କେତେଦୂର ଯୁକ୍ତିଯୁକ୍ତ, ଏହା ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...