AFFILIATE MARKETING

https://binomo.com?a=90810425bb57&t=0

Friday, October 3, 2025

ଚନ୍ଦ୍ର

*ଚନ୍ଦ୍ର*
                     
ଚନ୍ଦ୍ରଙ୍କ ପିତା ବିଷୟରେ ସାଧାରଣତଃ ବିଭିନ୍ନ କଥା ଆମ ସଂସ୍କୃତିରେ ରହିଛି । ପ୍ରଥମରେ, ଚନ୍ଦ୍ର ମହାଋଷି ଅତ୍ରୀଙ୍କ ପୂଣ୍ୟ ଲୁହରୁ ସୃଷ୍ଟି ତେଣୁ ଅତ୍ରିପୁତ୍ର । ଅତ୍ରିପୂତ୍ର ଦତ୍ତାତ୍ରେୟ ଓ ଦୂର୍ବାସାଙ୍କର ସେ ଭାଇ ବୋଲି ମହାଭାରତ ଓ ରାମାୟଣରେ ବର୍ଣ୍ଣିତ ।

ଦ୍ଵିତୀୟରେ ବ୍ରହ୍ମାଙ୍କ ସୃଷ୍ଟି ତେଣୁ ବ୍ରହ୍ମାପୁତ୍ର । ଦେବୀ ଭାଗବତ ପୁରାଣ ଅନୁଯାୟୀ ଚନ୍ଦ୍ର ହେଉଛନ୍ତି ବ୍ରହ୍ମାଙ୍କ ଅବତାର ।

ତୃତୀୟରେ, ଶିବପୁତ୍ର ବୋଲି ଶିବ ଚନ୍ଦ୍ରଙ୍କୁ ଆଗ୍ରହର ସହିତ ସବୁବେଳେ ମଥାରେ ବହନ କରନ୍ତି ।

ଚତୁର୍ଥରେ, ଚନ୍ଦ୍ର ପୃଥିବୀର ଏକ ଅଂଶ । ଉଲ୍କା "ଥେଇଆ" ଯେତେବେଳେ ପୃଥିବୀ ସହିତ ଧକ୍କା ହେଲା ସେହି ସଂଘର୍ଷର ସୃଷ୍ଟି ହିଁ ଚନ୍ଦ୍ର । ତେଣୁ ଚନ୍ଦ୍ରଙ୍କ ପିତା ହେଉଛନ୍ତି ପୃଥିବୀ ।

ଏହା ପରେ ବି ଆମେ ଚନ୍ଦ୍ରଙ୍କୁ ମାମୁଁ ବୋଲି ଗ୍ରହଣ କରିଛୁ । ମାତା ମହାଲକ୍ଷ୍ମୀଙ୍କ ଭାଇ ଭାବରେ ଚନ୍ଦ୍ର ଆମର ମାମୁଁ । କେତେକ ସ୍ଥାନରେ ବର୍ଣ୍ଣିତ ଯେ ଚନ୍ଦ୍ର ହେଉଛନ୍ତି ଧର୍ମପୁତ୍ର ତ ଆଉ କେଉଁଠି ସୂର୍ଯ୍ୟପୁତ୍ର । କେତେକ ପୁରାଣରେ ଉଲ୍ଲିଖିତ ଯେ ଚନ୍ଦ୍ର ତାରାଙ୍କ ସହିତ ଅବୈଧ ସମ୍ପର୍କରେ ଥିଲେ , ତାରାଙ୍କୁ ତାଙ୍କ ଠାରୁ ଛଡେଇ ଆଣିବାକୁ ଇନ୍ଦ୍ର ମହାସମରର ଆହ୍ଵାନ ମଧ୍ୟ ଦେଇଥିଲେ । ଚନ୍ଦ୍ର କିନ୍ତୁ ଦକ୍ଷଙ୍କର ସତେଇଶିଟି କନ୍ୟାଙ୍କୁ (ନକ୍ଷତ୍ର) ବିବାହ କରିଥିଲେ । ଚନ୍ଦ୍ରଙ୍କର ରୋହିଣୀଙ୍କ ପ୍ରତି ଅତ୍ୟଧିକ ଆସକ୍ତି କାରଣରୁ ଦକ୍ଷ ତାଙ୍କୁ କ୍ଷୟରୋଗ ଭୋଗିବାର ଅଭିଶାପ ଦେଇଥିଲେ ।

ଚନ୍ଦ୍ର ଅଷ୍ଟବସୁଙ୍କ ମଧ୍ୟରେ ଅନ୍ୟତମ ।

ରୁକ୍ ବେଦର ନବମ ମଣ୍ଡଳରେ ବର୍ଣ୍ଣିତ ଯେ ଚନ୍ଦ୍ରଙ୍କ ଅନ୍ୟନାମ ସୋମ । ସୋମ ହେଉଛନ୍ତି ସମସ୍ତ ବୃକ୍ଷ ଲତା ଓ ଜଙ୍ଗଲର ରାଜା । ଔଷଧୀୟ ବୃକ୍ଷ ସୋମର ପ୍ରତୀକ । ଏହି ସୋମ ବୃକ୍ଷର ରସ କୃଷ୍ଣଙ୍କ ଯାଦବ ବଂଶୀ ପାନ କରୁଥିଲେ , ଯାହା ଅମୃତର ଅନୁରୂପ ଥିଲା ।
   
    ଅନ୍ୟ ଅନେକ ଉପାଖ୍ୟାନ ଦିଗକୁ ନ ଯାଇ ମୁଁ ଏବେ ମୋର ଅସଲ ବକ୍ତବ୍ୟକୁ ଆସୁଛି । ଚନ୍ଦ୍ରକୁ  ଆମେ ଚାନ୍ଦ, ଜହ୍ନ ଆଦି ନାମରେ ସମ୍ବୋଧିତ କରୁ । ମୁଁ ଉଦାହରଣ ଦେଇ କାହା ମନରେ ବ୍ୟଥା ଆଣିବାକୁ ଚାହୁଁ ନାହିଁ , କିନ୍ତୁ ଅନେକ କବି / ଗୀତିକବି ଚନ୍ଦ୍ର / ଜହ୍ନକୁ ପୁରୁଷ ନୁହେଁ ନାରୀ ଭାବରେ ନେଇ ରଚନା କରିଛନ୍ତି । ଯେମିତିକି ବିଧବା ଜହ୍ନ ।
      ଏତିକି ଲେଖିଲା ପରେ ମୁଁ ଚାହିଁବି ମୋ ପ୍ରିୟ ବିଜ୍ଞ ପାଠକଙ୍କ ମତାମତ । ଅପେକ୍ଷାରେ, ମୁଁ ଆପଣଙ୍କର ବସନ୍ତ ଦାସ (ମଝିରେ କୁମାର ଅଛି କିନ୍ତୁ ଏ ବୟସରେ କୁମାର ହଜିଗଲାଣି 🙂🙂🙂🙂) ।।
ନମସ୍କାର ।।

No comments:

COASTAL NEWS

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା ପ୍ରାୟ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ବଣ୍...