AFFILIATE MARKETING

https://binomo.com?a=90810425bb57&t=0

Friday, October 3, 2025

ଚନ୍ଦ୍ର

*ଚନ୍ଦ୍ର*
                     
ଚନ୍ଦ୍ରଙ୍କ ପିତା ବିଷୟରେ ସାଧାରଣତଃ ବିଭିନ୍ନ କଥା ଆମ ସଂସ୍କୃତିରେ ରହିଛି । ପ୍ରଥମରେ, ଚନ୍ଦ୍ର ମହାଋଷି ଅତ୍ରୀଙ୍କ ପୂଣ୍ୟ ଲୁହରୁ ସୃଷ୍ଟି ତେଣୁ ଅତ୍ରିପୁତ୍ର । ଅତ୍ରିପୂତ୍ର ଦତ୍ତାତ୍ରେୟ ଓ ଦୂର୍ବାସାଙ୍କର ସେ ଭାଇ ବୋଲି ମହାଭାରତ ଓ ରାମାୟଣରେ ବର୍ଣ୍ଣିତ ।

ଦ୍ଵିତୀୟରେ ବ୍ରହ୍ମାଙ୍କ ସୃଷ୍ଟି ତେଣୁ ବ୍ରହ୍ମାପୁତ୍ର । ଦେବୀ ଭାଗବତ ପୁରାଣ ଅନୁଯାୟୀ ଚନ୍ଦ୍ର ହେଉଛନ୍ତି ବ୍ରହ୍ମାଙ୍କ ଅବତାର ।

ତୃତୀୟରେ, ଶିବପୁତ୍ର ବୋଲି ଶିବ ଚନ୍ଦ୍ରଙ୍କୁ ଆଗ୍ରହର ସହିତ ସବୁବେଳେ ମଥାରେ ବହନ କରନ୍ତି ।

ଚତୁର୍ଥରେ, ଚନ୍ଦ୍ର ପୃଥିବୀର ଏକ ଅଂଶ । ଉଲ୍କା "ଥେଇଆ" ଯେତେବେଳେ ପୃଥିବୀ ସହିତ ଧକ୍କା ହେଲା ସେହି ସଂଘର୍ଷର ସୃଷ୍ଟି ହିଁ ଚନ୍ଦ୍ର । ତେଣୁ ଚନ୍ଦ୍ରଙ୍କ ପିତା ହେଉଛନ୍ତି ପୃଥିବୀ ।

ଏହା ପରେ ବି ଆମେ ଚନ୍ଦ୍ରଙ୍କୁ ମାମୁଁ ବୋଲି ଗ୍ରହଣ କରିଛୁ । ମାତା ମହାଲକ୍ଷ୍ମୀଙ୍କ ଭାଇ ଭାବରେ ଚନ୍ଦ୍ର ଆମର ମାମୁଁ । କେତେକ ସ୍ଥାନରେ ବର୍ଣ୍ଣିତ ଯେ ଚନ୍ଦ୍ର ହେଉଛନ୍ତି ଧର୍ମପୁତ୍ର ତ ଆଉ କେଉଁଠି ସୂର୍ଯ୍ୟପୁତ୍ର । କେତେକ ପୁରାଣରେ ଉଲ୍ଲିଖିତ ଯେ ଚନ୍ଦ୍ର ତାରାଙ୍କ ସହିତ ଅବୈଧ ସମ୍ପର୍କରେ ଥିଲେ , ତାରାଙ୍କୁ ତାଙ୍କ ଠାରୁ ଛଡେଇ ଆଣିବାକୁ ଇନ୍ଦ୍ର ମହାସମରର ଆହ୍ଵାନ ମଧ୍ୟ ଦେଇଥିଲେ । ଚନ୍ଦ୍ର କିନ୍ତୁ ଦକ୍ଷଙ୍କର ସତେଇଶିଟି କନ୍ୟାଙ୍କୁ (ନକ୍ଷତ୍ର) ବିବାହ କରିଥିଲେ । ଚନ୍ଦ୍ରଙ୍କର ରୋହିଣୀଙ୍କ ପ୍ରତି ଅତ୍ୟଧିକ ଆସକ୍ତି କାରଣରୁ ଦକ୍ଷ ତାଙ୍କୁ କ୍ଷୟରୋଗ ଭୋଗିବାର ଅଭିଶାପ ଦେଇଥିଲେ ।

ଚନ୍ଦ୍ର ଅଷ୍ଟବସୁଙ୍କ ମଧ୍ୟରେ ଅନ୍ୟତମ ।

ରୁକ୍ ବେଦର ନବମ ମଣ୍ଡଳରେ ବର୍ଣ୍ଣିତ ଯେ ଚନ୍ଦ୍ରଙ୍କ ଅନ୍ୟନାମ ସୋମ । ସୋମ ହେଉଛନ୍ତି ସମସ୍ତ ବୃକ୍ଷ ଲତା ଓ ଜଙ୍ଗଲର ରାଜା । ଔଷଧୀୟ ବୃକ୍ଷ ସୋମର ପ୍ରତୀକ । ଏହି ସୋମ ବୃକ୍ଷର ରସ କୃଷ୍ଣଙ୍କ ଯାଦବ ବଂଶୀ ପାନ କରୁଥିଲେ , ଯାହା ଅମୃତର ଅନୁରୂପ ଥିଲା ।
   
    ଅନ୍ୟ ଅନେକ ଉପାଖ୍ୟାନ ଦିଗକୁ ନ ଯାଇ ମୁଁ ଏବେ ମୋର ଅସଲ ବକ୍ତବ୍ୟକୁ ଆସୁଛି । ଚନ୍ଦ୍ରକୁ  ଆମେ ଚାନ୍ଦ, ଜହ୍ନ ଆଦି ନାମରେ ସମ୍ବୋଧିତ କରୁ । ମୁଁ ଉଦାହରଣ ଦେଇ କାହା ମନରେ ବ୍ୟଥା ଆଣିବାକୁ ଚାହୁଁ ନାହିଁ , କିନ୍ତୁ ଅନେକ କବି / ଗୀତିକବି ଚନ୍ଦ୍ର / ଜହ୍ନକୁ ପୁରୁଷ ନୁହେଁ ନାରୀ ଭାବରେ ନେଇ ରଚନା କରିଛନ୍ତି । ଯେମିତିକି ବିଧବା ଜହ୍ନ ।
      ଏତିକି ଲେଖିଲା ପରେ ମୁଁ ଚାହିଁବି ମୋ ପ୍ରିୟ ବିଜ୍ଞ ପାଠକଙ୍କ ମତାମତ । ଅପେକ୍ଷାରେ, ମୁଁ ଆପଣଙ୍କର ବସନ୍ତ ଦାସ (ମଝିରେ କୁମାର ଅଛି କିନ୍ତୁ ଏ ବୟସରେ କୁମାର ହଜିଗଲାଣି 🙂🙂🙂🙂) ।।
ନମସ୍କାର ।।

No comments:

COASTAL NEWS

ରାଶନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମୁଣ୍ଡପିଛା ମିଳିବ ଅଧିକ ଚାଉଳ...

ରାଶନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମୁଣ୍ଡପିଛା ମିଳିବ ଅଧିକ ଚାଉଳ   ଭୁବନେଶ୍ୱର,୧୫ା୧୦: ରାଶନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି...