*୧୯ ଅକ୍ଟୋବର, ରବିବାର
ଆସନ୍ତା ୨୧ ତାରିଖରେ ଆସୁଛି ଲଘୁଚାପ, ୨୩ ତାରିଖ ସୁଦ୍ଧା ହେବ ଘନୀଭୂତ। ପୁଣି ବାତ୍ୟା ଆଶଙ୍କା
ଦୀପାବଳି ପାଇଁ ୨୦ ଓ ୨୧ ତାରିଖ ସରକାରୀ ଛୁଟି, ୨୧ ତାରିଖରେ ବ୍ୟାଙ୍କ ଓ ଅନ୍ୟ ବିତ୍ତିୟ ସଂସ୍ଥା ଖୋଲା ରହିବ।
ଦୀପାବଳି ପାଇଁ କମିଶନରେଟ ପୋଲିସର ଗାଇଡ଼ଲାଇନ, ରାତି ୯ଟା ପରେ ବାଣ ଫୁଟାଇଲେ କଡ଼ା ଆକ୍ସନ ହେବ।
ଜମି ଡିମାର୍କସେନ ପାଇଁ ଆଉ ତହସିଲ ଅଫିସ ଯିବାକୁ ପଡ଼ିବନି। ଅନଲାଇନରେ ଆବେଦନ କଲେ ତାରିଖ ମିଳିବ।
ସାଇବର ସୁରକ୍ଷା ପାଇଁ ୧୧୨୭ ନୂତନ ପୋଲିସ ପଦବୀ, ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ମିଳିବ ନିଯୁକ୍ତି।
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା।
ଟିଟିଲାଗଡ଼ ଷ୍ଟେସନ୍ରୁ ୭୦ ଲକ୍ଷ ଟଙ୍କା ଜବତ। ନୂଆପଡ଼ା ଉପନିର୍ବାଚନ ସହ ସମ୍ପର୍କର ସନ୍ଦେହ
ନୂଆପଡା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ଓ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟପୁତ୍ର ଜୟ।
ମୟୁରଭଞ୍ଜ ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରୁ ଯାତ୍ରୀବାହୀ ବସ୍ ଓଲଟି କାର ଉପରେ ଖସି ପଡ଼ିଲା, ୨୫ରୁ ଅଧିକ ଯାତ୍ରୀ ଆହତ।
ଭୁବନେଶ୍ବରରେ ଝାଡ଼ଖଣ୍ଡର ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କମିସନରେଟ ପୁଲିସ ୪ଜଣଙ୍କୁ ଗିରଫ କରିଛି।
କେନ୍ଦୁଝର ପୋଲିସ ପାଞ୍ଚବର୍ଷ ପରେ ୧୦୦ ଚୋରି ମୋବାଇଲ ଓ ୫୦୦ ବାଇକ ମାଲିକ ମାନଙ୍କୁ ଫେରାଇଲା
କଟକ ଆଠଗଡରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ସାମଗ୍ରୀ ଜବତ, ମାଫିଆ ଫେରାର।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅଂଚଳରୁ ଧାନ ଜମିରୁ ଜବରଦସ୍ତ ଧାନ କାଟି ନେବା ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ
ଭୁବନେଶ୍ବର ସାଲିଆସାହି ରାସ୍ତାର ୨୭୫ ପରିବାର ସ୍ଥାନାନ୍ତର ହେବେ। ତାଙ୍କୁ ସୁଲଭ ଆବାସ ଯୋଜନାରେ ଘର ଦିଆହେଲା
ଗଞ୍ଜାମ ଜିଲ୍ଲାରେ ଗତ ଦେଢ଼ ବର୍ଷରେ ୭୦୦ରୁ ଅଧିକ ଯୌତୁକ ନିର୍ଯାତନା ମାମଲା, ଯୌତୁକ ନିଆଁରେ ୪୦ ଜଣ ମୃତ
ଉଧାର ଟଙ୍କା ପାଇଁ ରାଜଧାନୀରୁ ବ୍ୟବସାୟୀଙ୍କୁ ଅପହରଣ କରି ଭଦ୍ରକରେ ପିଟିଲେ, ପତ୍ନୀଙ୍କୁ ଫୋନ୍ କରି ୬ଲକ୍ଷ ଟଙ୍କା ମାଗିଲେ। ଫାର୍ମା ମାଲିକଙ୍କ ସହ ତିନି ଗିରଫ
ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଛି ବ୍ରାଉନସୁଗାର। ଅନିତା ପରମଗୁରୁ ନାମ୍ନୀ ମହିଳାଙ୍କ ନେତୃତ୍ୱରେ ଚାଲିଛି ବେପାର
ବିହାରରେ ଇଣ୍ଡି ମେଣ୍ଟରୁ ଅଲଗା ହେଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା। ବିହାର ନିର୍ବାଚନରେ ଏକା ଲଢ଼ିବ
ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନରେ ସହରସା ବଗିରେ ନିଆଁ ଲାଗିଗଲା
କିନ୍ନର ମାନଙ୍କ ପାଇଁ ସମାନ ଚାକିରି ସୁଯୋଗ ଲାଗି ସୁପ୍ରିମକୋର୍ଟ କମିଟି ଗଠନ କଲେ
ଭାରତୀୟ ରିଜର୍ଭ ବ୍ୟାଙ୍କରେ ବୈଦେଶିକ ମୁଦ୍ରା ପରିମାଣ ୨୧୮ କୋଟି ଡଲାର ହ୍ରାସ ପାଇଲା
ଆଜିଠୁ ଭାରତ - ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ଶୃଙ୍ଖଳା ଆରମ୍ଭ।
ଆଫଗାନିସ୍ତାନ ଓ ପାକିସ୍ତାନ ଯୁଦ୍ଧର ଅସ୍ତ୍ରବିରତି ଘୋଷଣା ପରେ ବି ପାକିସ୍ତାନ ଆକ୍ରମଣରେ ୧୪ ଆଫଗାନି ନିହତ।
No comments:
Post a Comment