AFFILIATE MARKETING

https://binomo.com?a=90810425bb57&t=0

Thursday, October 30, 2025

ଏସଆଇ ଚାକିରି କେଳେଙ୍କାରୀ: ମୁକୁଳିଲେ ଆଶାୟୀମାସେ ପରେ ଜେଲରୁ ବାହାରିଲେ

ମାସେ ପରେ ଜେଲରୁ ବାହାରିଲେ

ବ୍ରହ୍ମପୁର, ୩୦/୧୦: ବ୍ରହ୍ମପୁର ଜେଲ୍‌ରୁ ବାହାରିଲେ ୧୧୪ SI ଆଶାୟୀ। କୋର୍ଟରୁ ଜାମିନ ମଞ୍ଜୁର ପରେ ଜେଲ୍‌ରୁ ବାହାରିଲେ। ପ୍ରାୟ ମାସେ ଧରି ଜେଲ୍‌ରେ ରହିଲା ପରେ ମୁକୁଳିଲେ। ଅକ୍ଟୋବର ୧ରେ ସେମାନେ ଗିରଫ ହୋଇଥିଲେ।

ଗତ କାଲି ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କରିଥିଲେ।

ଗିରଫ ହୋଇଥିବା ୧୨୩ ଜଣଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଥିବା ବେଳେ ବାକି ୯ ଜଣଙ୍କୁ ଜାମିନ ମିଳିନଥିଲା। କୋର୍ଟ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କାର ଜେଲ୍ ବଣ୍ଡ ଏବଂ ଦୁଇଜଣ ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, SI ପରୀକ୍ଷା ଦୁର୍ନୀତିର CBI ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା।

No comments:

COASTAL NEWS

ମିଠା ହସ

[Verse 1]  ତୋ ମିଠା ହସରେ ମୋର ଦିଲ୍ ଜିତି ଗଲୁ , ତେରଛା ନୟନେ ତୋର ବାଣ ମାରି ଦେଲୁ ।  ମୋ ହୃଦେ ବାଜିଲା ଗୋରୀ ମିଳନର ସ୍ଵର,  ଏ ଜନ୍ହ ରାତିରେ ବହେ ମ...