AFFILIATE MARKETING

https://binomo.com?a=90810425bb57&t=0

Thursday, October 16, 2025

ଖବର ଆଜିର

*ଖବର ଆଜିର, 
ରାଜ୍ୟରୁ ବିଦାୟ ନେବ ମୌସୁମୀ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ରାସନ କାର୍ଡ ସୂଚନା। ଇ-କେୱାଇସି କରିନଥିଲେ ଆର ମାସରୁ ଚାଉଳ ମିଳିବନି। କେନ୍ଦ୍ର ସରକାର ଇ-କେୱାଇସିକୁ ବନ୍ଦ କରିଦେଲେ।

ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରି ୨ରୁ ଆରମ୍ଭ ହେବ। ଡିସେମ୍ବରରେ ଇଣ୍ଟରନାଲ ଆସେସମେଣ୍ଟ ହେବ

ରାଜ୍ୟର ବିଦ୍ଯାଳୟ ଗୁଡ଼ିକରେ ଆରମ୍ଭ ହେବ ବୀର ଗାଥା ୫୦। ଦେଶପ୍ରେମ ଓ ନାଗରିକ ଚେତନାରେ ଭାଗ ନେବେ ତୃତୀୟ ରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ

ଦୀପାବଳି ପାଇଁ ଆସିଲା ନିୟମ। ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ।

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ହେବ। ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସରକାର ପୁଣି ଦାବୀ କଲେ, ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର, ୱାକିଟକି ବ୍ୟବସ୍ଥା ହେବ।

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ୨ୟ ଉଦ୍ଭିଦ ସମ୍ପଦ କେନ୍ଦ୍ର।

ମହିଳା ଚଲାଇବେ ଟ୍ୟାକ୍ସି। “ଆମ ସୁବାହକ” ଯୋଜନାରେ ୧୦ ଲକ୍ଷ ଟଙ୍କା ଋଣ ମିଳିବ

ରାଜଧାନୀର ଅନେକ ରାସ୍ତାରେ ଖାଲ ଖଣ୍ଡିଆ। ନୂଆ ମରାମତି କାମରେ ଲୁଟିଛନ୍ତି ଠକ ଠିକାଦାର ଓ ଅସାଧୁ ସରକାରୀ ଜୁନିଅର ଇଞ୍ଜିନିୟର।

ଭୁବନେଶ୍ୱର ଟ୍ରାଫିକ ଅସୁରକ୍ଷିତ। ଅନେକ ଛକରେ ନାହାନ୍ତି ଟ୍ରାଫିକ ପୋଲିସ। ଯିଏ ଯୁଆଡେ ପଶି ପାରିଲା।

କଟକ ଚୌଦ୍ୱାର ଜେଲ ପରେ ଏବେ ପୁଣି ଭୁବନେଶ୍ୱର ଚନ୍ଦକା ଥାନାରୁ କନେଷ୍ଟବଳଙ୍କୁ ଧକ୍କା ଦେଇ ଫେରାର ହେଇଗଲା ଚୋର 

ମାଲକାନଗିରି ମାଥିଲି ମାଢିଗୁଡ଼ାରେ ବେଆଇନ ବାଲି ଘାଟରେ ମାଫିଆଙ୍କ ଦ୍ୱାରା ଦୁଇଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। 

ରାୟଗଡା ରାମନାଗୁଡ଼ା ରେ ସଡ଼କ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ମୃତ। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି ସହ ଜାତୀୟ ରାଜପଥ ଅବରୋଧ କଲେ

ବ୍ରହ୍ମପୁର ମେଡ଼ିକାଲ କଲେଜରେ ସ୍ବାଗତ ଉତ୍ସବ ବେଳେ ଡାକ୍ତରୀ ଛାତ୍ରଙ୍କ ମଧ୍ଯରେ ସଂଘର୍ଷ। କଲେଜ କ୍ୟାମ୍ପସରେ ଚାଲିଲା ଯୁଦ୍ଧ।

ଓଡିଆ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାରେ କଲିକତା ପୁଲିସ୍ ପୁରୁଷ ବନ୍ଧୁ ସହ ଛଅ ଜଣଙ୍କୁ ଗିରଫ କଲା।

ଭୁବନେଶ୍ୱର ଏମ୍ସ କର୍ମଚାରୀ ସୁଧାଂଶୁର ହତ୍ୟା ମାମଲାରେ ୪ ଜଣ ଗିରଫ। ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଧରିପାରୁନି

ନୟାଗଡରେ ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟ୍। ନଗଦ ଟଙ୍କା ଓ ୬୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟିନେଲେ

ମୟୁରଭଞ୍ଜ ରାଇରଙ୍ଗପୁର ରେ ନଦୀକୂଳରେ ଡକାୟତି ଯୋଜନା କଲାବେଳେ ୪ ଡକାୟତଙ୍କୁ ମାଡ଼ି ବସିଲା ପୁଲିସ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ଅବଦୁଲ ରଜାକକୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ

ରାଜସ୍ଥାନ ଜୈସଲମେରରେ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ଛତିଶଗଡ଼ରେ ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ।

ଜମ୍ମୁ କଶ୍ମୀର କଟରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡିଶା ସୁବର୍ଣ୍ଣପୁର ତରଭାର ୩ଜଣ ମୃତ, ଜଣେ ଗୁରୁତର।

ଅହମଦାବାଦରେ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିତି ସିରିଜ କ୍ଲିନ୍‍ ସ୍ୱିପ୍‍ କଲା ଭାରତ।

ଇପିଏଫଓରେ ନୂଆ ନିୟମ। କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ଥିଲେ, ଏକା ଥରକେ ଉଠାଇ ପାରିବେ ସମସ୍ତ ଟଙ୍କା।

ରୁପାର କିଲୋପିଛା ଦାମ୍ ୨ ଲକ୍ଷ ଟଙ୍କା, ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ୧,୧୭,୬୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୧,୨୮,୩୫୦ ଟଙ୍କା ହେଲା।

ପାକିସ୍ତାନ ସହ ସଂଘର୍ଷ ପରେ ତାଲିବାନ ପକ୍ଷରୁ କାବୁଲ ରାଜରାସ୍ତାରେ ବିଜୟ ଉତ୍ସବ ପାଳନ କରାଯାଉଛି।



No comments:

COASTAL NEWS

କାର୍ଯ୍ୟକ୍ଷମ ହୋଇପାରୁନି ଶୀତଳ ଭଣ୍ଡାର

କାର୍ଯ୍ୟକ୍ଷମ ହୋଇପାରୁନି ଶୀତଳ ଭଣ୍ଡାର, ଶାଗ-ମାଛ ଦରରେ ପରିବା ବିକୁଛନ୍ତି ଚାଷୀ ଅମଳ ସମୟରେ ମିଳିଲା ନାହିଁ ଶୀତଳ ଭଣ୍ଡାର ସୁବିଧା । ଟମାଟୋ କିଲୋପିଛା ୨ ଟଙ୍କା । ଶୀ...