AFFILIATE MARKETING

https://binomo.com?a=90810425bb57&t=0

Thursday, October 30, 2025

ଜୈଶ-ଇ-ମହମ୍ମଦର ଶତ୍ରୁମାନେ ‘ହିନ୍ଦୁ ମହିଳାମାନଙ୍କୁ ସେନାରେ’ ଭର୍ତ୍ତି କରୁଛନ୍ତି।






ଜୈଶ-ଇ-ମହମ୍ମଦର ଶତ୍ରୁମାନେ ‘ହିନ୍ଦୁ ମହିଳାମାନଙ୍କୁ ସେନାରେ’ ଭର୍ତ୍ତି କରୁଛନ୍ତି। ଜୈଶର ନୂଆ ମହିଳା ବ୍ରିଗେଡ ଜମାତ ଉଲ ମୁମିନାତର ଲକ୍ଷ୍ୟ ହେଲା ଏହାର କାଉଣ୍ଟର କରିବ। ଏଭଳି କିଛି କହିଛି ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଜୈଶର ମୁଖିଆ ମସୁଦ ଆଝାର।
ଭାରରତୀୟ ସେନାର ଅପରେସନ ସିନ୍ଦୂରରେ ଛିନଛତ୍ର ହୋଇ ଯାଇଥିବା ଜୈଶ କେମିତି ତା’ର ପ୍ରଥମ ମହିଳା ବ୍ରିଗେଡ ଖୋଲିଛି, ତା’ର ରିପୋର୍ଟ କିଛି ଦିନ ତଳେ ପ୍ରକାଶ ପାଇଥିଲା। ମିଳିତ ଜାତିସଂଘ ଦ୍ୱାରା ଆତଙ୍କୀ ସଂଗଠନର ଟ୍ୟାଗ୍‌ ପାଇଥିବା ଜୈଶ ପକ୍ଷରୁ ଜମାତ ଉଲ ମୁମିନାତ ନାଁରେ ପ୍ରଥମ ମହିଳା ୟୁନିଟ ତିଆରି କରାଯାଇଛି। ଏବେ ଆଝାର ସେମାନଙ୍କୁ କେମିତି ପ୍ରଭାବିତ କରୁଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। 

ସାମ୍ନାକୁ ଆସିଥିବା ୨୧ ମିନିଟର ଅଡିଓ ରେକର୍ଡିଂ କ୍ଲିପରେ ଆଝାର(Masood Azhar) କହିଛି ଯେ ଶତ୍ରୁମାନେ ହିନ୍ଦୁ ମହିଳାମାନଙ୍କୁ ସେନାରେ ଭର୍ତ୍ତି କରୁଛନ୍ତି। ଜମାତ ଉଲ ମୁମିନାତ ଏହାକୁ କାଉଣ୍ଟର କରିବ। ସେହିପରି ଜୈଶର ଶତ୍ରୁମାନେ ଆମ ବିରୋଧରେ ମହିଳା ସାମ୍ବାଦିକମାନଙ୍କୁ ଉପସ୍ଥାପନ କରୁଛନ୍ତି। ତେଣୁ ସେମାନଙ୍କ ସହ ପ୍ରତିଯୋଗିତା ଓ ଲଢ଼େଇ କରିବା ପାଇଁ ଜୈଶ ମଧ୍ୟ ମହିଳାମାନଙ୍କୁ ନିୟୋଜିତ କରିଛି।”

No comments:

COASTAL NEWS

ମିଠା ହସ

[Verse 1]  ତୋ ମିଠା ହସରେ ମୋର ଦିଲ୍ ଜିତି ଗଲୁ , ତେରଛା ନୟନେ ତୋର ବାଣ ମାରି ଦେଲୁ ।  ମୋ ହୃଦେ ବାଜିଲା ଗୋରୀ ମିଳନର ସ୍ଵର,  ଏ ଜନ୍ହ ରାତିରେ ବହେ ମ...