ବ୍ରହ୍ମପୁର, ୨୨/୧୦: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ। ଏହି ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ରାଜନୈତିକ ଶତ୍ରୁତା, ବ୍ୟକ୍ତିଗତ ଶତ୍ରୁତା ଏବଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ପରିଣାମ ବୋଲି ଜଣାପଡ଼ିଛି। ଏ ନେଇ ମହାଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍।
ସମ୍ପୂର୍ଣ୍ଣ ଘଟଣାବଳୀ:-
୬ ଅକ୍ଟୋବର ୨୦୨୫ ରାତି ୧୦ଟା ୧ରେ, ଆଇନଜୀବୀ ପୀତବାସ ପଣ୍ଡା ତାଙ୍କ ଚ୍ୟାମ୍ବରରୁ ଘରକୁ ଫେରୁଥିବା ବେଳେ ତାଙ୍କ ବାସଭବନ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଗୁଳି କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ବୈଦ୍ୟନାଥପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହେଲା।
ଏମିତି ଆରମ୍ଭ ହୋଇଥିଲା ହତ୍ୟାକାଣ୍ଡର ପୂରା ପ୍ଲାନିଂ:-
ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା। ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ସହଯୋଗରେ ପୂରା ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା। ବିକ୍ରମ ପଣ୍ଡା ଓ ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ସବୁ ଷଡ଼ଯନ୍ତ୍ର କରିଥିଲେ।
ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ କିଛି ସାର୍ପ ସୁଟରଙ୍କ ଏକ ଟିମ୍ ବ୍ରହ୍ମପୁର ଆଣିଥିଲେ ଉମା ବିଷୋୟୀ। ଯୋଗେନ୍ଦ୍ର ରାଉତଙ୍କ ନିର୍ଦ୍ଦେଶରେ ଉମା ଶଙ୍କର ବିଶୋଇ ସେମାନଙ୍କୁ ନିଯୁକ୍ତି ଦେଇଥିଲେ, ଯିଏ ମଳୟ ବିଶୋଇଙ୍କ ସହାୟତାରେ ଅଳକାପୁରୀରେ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ଉକ୍ତ ସାର୍ପ ସୁଟରଙ୍କ ରହିବା ବ୍ୟବସ୍ଥା କରିଥିଲେ। ଶିଶୁପାଳ କୁମାର ପାସୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ ଏବଂ ସୀମାଞ୍ଚଳ ନାୟକ ନାମକ ଚାରି ଜଣ ବ୍ୟକ୍ତି ସେପ୍ଟେମ୍ବର ୧୦ ରୁ ୧୪ ମଧ୍ୟରେ ପଣ୍ଡାଙ୍କ ଗତିବିଧିର ରେକି କରିଥିଲେ।
ହତ୍ୟାକୁ ପରିଣାମର ରୂପ ଦେବା ପାଇଁ ସେମାନେ ଅଳକାପୁରୀରେ ରହିଥିଲେ। ସେମାନଙ୍କ ରହଣି ସମୟରେ, ଉମା ବିଷୋୟୀ ଏବଂ ଯୋଗେନ୍ଦ୍ର ରାଉତ ସେମାନଙ୍କୁ ଖାଦ୍ୟ ଏବଂ ମୋଟରସାଇକେଲ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଥିଲେ।
ସେପ୍ଟେମ୍ବର ୧୨ ତାରିଖରେ, ସେମାନେ ପୀତବାସ ପଣ୍ଡାଙ୍କ ଚ୍ୟାମ୍ବରକୁ ଯାଇ ଦେଖିଥିଲେ ଏବଂ ହତ୍ୟା କରିବାକୁ ଯୋଜନା କରିଥିଲେ। କିନ୍ତୁ ବିହାରରୁ ଆସିଥିବା ଦୁଇ ସାର୍ପ ସୁଟରଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଦେହ ଅସୁସ୍ଥ ହେବାରୁ ସେମାନେ ବିହାର ଚାଲିଗଲେ ଏବଂ ହତ୍ୟା ଯୋଜନା ସେହିଠାରେ ହିଁ ଫେଲ୍ ମାରିଥିଲା।
ଏହା ପରେ ଦ୍ୱିତୀୟ ଥର ପ୍ଲାନିଂ କରିଥିଲେ ବିକ୍ରମ ପଣ୍ଡା। ମଳୟ ବିଷୋଇୟୀଙ୍କ ନିର୍ଦ୍ଦେଶରେ ଉମା ବିଷୋୟୀ ଏବଂ ଯୋଗୀ ରାଉତ ଦୁଇ ଜଣ ସ୍ଥାନୀୟ ଲୋକଙ୍କୁ କୂରୂପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ। ଚିଣ୍ଟୁ ବେଙ୍ଗାଲୁରୁରୁ ଆସିଥିଲେ ଏବଂ କୁରୁପତ୍ତି ତାଙ୍କ ଗାଁ ବାନ୍ଥପାଲିରୁ ଆସିଥିଲେ। ଉଭୟ ସେପ୍ଟେମ୍ବର ୨୯ ତାରିଖରୁ ଯୋଗୀ ରାଉତ ଏବଂ ଉମା ବିଷୋୟୀଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ଏକ ବାସସ୍ଥାନରେ ରହିଥିଲେ।
ସେମାନଙ୍କ ମଧ୍ୟରେ ଡିଲ୍ ହୋଇଥିଲା ଯେ, ଯିଏ ବାଇକ୍ ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଟଙ୍କା ମିଳିବ। ତେଣୁ ଏ ଘଟଣାରେ ଯୋଜନା ମୁତାବକ ପିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ। କୁରୁପତି ଭୂୟାଁ ଗି ଚଳାଇଥିଲେ।
ସେମାନେ ପ୍ରଥମେ ପୀତବାସ ପଣ୍ଡାଙ୍କ ଚ୍ୟାମ୍ବର, ଘଟଣାସ୍ଥଳ ଏବଂ ଘରର ରେକି କରିଥିଲେ। ଅକ୍ଟୋବର ୬ ରାତିରେ, ଯୋଗୀ ରାଉତ ସେମାନଙ୍କୁ ନକଲି ନମ୍ବର ପ୍ଲେଟ୍ ଥିବା ଏକ ବାଇକ୍, ନୂଆ ପୋଷାକ, ଜୋତା ଏବଂ ଦୁଇଟି ପିସ୍ତଲ ପ୍ରଦାନ କରିଥିଲେ। ରାତି ପ୍ରାୟ ୧୦ଟା ୧ ସମୟରେ, ଯେତେବେଳେ ପୀତବାସ ପଣ୍ଡା ତାଙ୍କ ଘର ପାଖରେ ପହଞ୍ଚିଲେ, କୁରୁପତି ତାଙ୍କୁ ଅଟକାଇ ନମସ୍କାର! ପୀତବାସ ପଣ୍ଡା ବୋଲି କହିଥିଲେ। ଏହା ପରେ ପୀତବାସ ପଚାରିଥିଲେ ଯେ ହଁ କିଏ? ଏହା ପରେ ପୀତବାସଙ୍କ ଉପରକୁ ଗୁଳି ଚଳାଇଥିଲେ କୁରୁପତି। ସେଠାରୁ ସିଧା ଯାଇ ସିତଳାପଲ୍ଲୀରେ ଡ୍ରେସ୍, ବନ୍ଧୁକ ଓ ଜୋତା ସବୁ ପୋତି ଦେଇଥିଲେ। ଏହା ପରେ ରାମେଶ୍ବରମ ଅଭିମୁଖେ ଯାଇଥିଲେ। ସେଠାରେ ଗାଡ଼ିଟି ଛାଡ଼ି ବସ୍ ଯୋଗେ ପୁରୀ ପଳାଇ ଯାଇଥିଲେ। ସେଠାରୁ ସେମାନେ କୋରାପୁଟ ଜିଲ୍ଲାର ଜୟପୁର ଯାଇ ସୁନୀଲ ହୋତାଙ୍କ ମାଲିକାନାରେ ଥିବା ଏକ ଫାର୍ମହାଉସରେ ଆଶ୍ରୟ ନେଇଥିଲେ, ଯିଏ ସେମାନଙ୍କ ସମ୍ପୃକ୍ତି ବିଷୟରେ ଜାଣିଥିଲେ। ବ୍ରହ୍ମପୁରର ପୂର୍ବତନ ବିଧାୟକ ଏବଂ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ହୋତା ଉଭୟ ହତ୍ୟାକାରୀଙ୍କୁ ରହିବା ବ୍ୟବସ୍ଥା ଯୋଗାଇଥିଲେ।
ଏମାନେ କେହି ବି ମୋବାଇଲ୍ ବ୍ୟବହାର କରିନଥିଲେ। ଚିଣ୍ଟୁ ସେଠାରୁ ବେଙ୍ଗାଲୁରୁ ପଳାଇଥିଲେ। କୁରୁପତି ପୁରୀରେ ଜଣକ ଆଶ୍ରୟରେ ରହିଥିଲେ। ଏହା ପରେ ସେମାନେ ଓଡିଶା ବାହାରକୁ ପଳାଇଥିଲେ। ଏଯାଏଁ ବି ସେମାନେ ଫେରାର ଅଛନ୍ତି।
ଏସପି କହିଛନ୍ତି, ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା। ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି।
ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି। ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧୀକ ଷଡ଼ଯନ୍ତ୍ର ପ୍ରମାଣ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି, ଆଉ ୩ ଜଣ ଫେରାର ଅଛନ୍ତି।
ଏହି ଘଟଣା ପୂରା ରାଜନୈତିକ ଶତ୍ରୁତା ପାଇଁ ହୋଇଥିବା ଏସ୍ପି କହିଛନ୍ତି। ରାଜନୈତିକ ଏବଂ ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ଏଭଳି କାଣ୍ଡ ଭିଆଇଥିବା ପୋଲିସ କହିଛି।
୨୦୧୩ ମସିହାରେ, ପଣ୍ଡା ପିଣ୍ଟୁଙ୍କ ବନ୍ଧୁ ଶାନ୍ତି ମିଶ୍ରଙ୍କ ହତ୍ୟା ସହ ଜଡିତ ଏକ ମାମଲାରେ ଅଭିଯୁକ୍ତଙ୍କ ମାମଲା ଲଢ଼ୁଥିଲେ ପୀତବାସ ଦାସ। ତେଣୁ ପିଣ୍ଟୁ ଭାବୁଥିଲେ ଯେ ବିଚାରରେ ବିଳମ୍ବ ଏବଂ ଅଭିଯୁକ୍ତଙ୍କୁ ଜାମିନ ପାଇବାରେ ସାହାଯ୍ୟ କରିବା ପାଇଁ ପୀତବାସ ପଣ୍ଡା ଦାୟୀ। ଏଥିସହ ବିଧାୟକ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପାଇଁ ମଧ୍ୟ ତାଙ୍କୁ ଦାୟୀ କରିଥିଲେ ପିଣ୍ଟୁ।
ଅନ୍ୟପକ୍ଷରେ, ବିକ୍ରମ ପଣ୍ଡା ଏବଂ ପୀତବାସ ପଣ୍ଡା, ଯେଉଁମାନେ ଏକଦା ଘନିଷ୍ଠ ବନ୍ଧୁ ଥିଲେ, ୨୦୧୮ ପରେ ବିକ୍ରମ ରାଜନୈତିକ ଦଳ ବଦଳାଇବା ପରେ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଓଡ଼ିଶା ବାର କାଉନସିଲ ନିର୍ବାଚନକୁ ନେଇ ବିବାଦ ପରେ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ଆହୁରି ବଢ଼ିବାକୁ ଲାଗିଲା।
No comments:
Post a Comment