AFFILIATE MARKETING

https://binomo.com?a=90810425bb57&t=0

Thursday, October 16, 2025

କେଦାନରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ଲାଗିବ ମାତ୍ର ୩୬ ମିନିଟ୍ !

କେଦାନରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ଲାଗିବ ମାତ୍ର ୩୬ ମିନିଟ୍ ! 
ନୂଆଦିଲ୍ଲୀ, ୧୫ା୧୦: କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତର ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ୍ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୧୨.୯ କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୮-୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ପୂରା କରିହେବ।
ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିବା ଭିଡିଓରେ କୁହାଯାଇଛି କି କେଦାରନାଥ ଯାତ୍ରା ଲକ୍ଷ ଲକ୍ଷ ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର; କିନ୍ତୁ ରାସ୍ତା ଲମ୍ବା ରାସ୍ତା ଏହାକୁ କଷ୍ଟଦାୟକ କରୁଛି। ଏବେ ୧୨.୯ କିଲୋମିଟର ଲମ୍ବା ରୋପୱେ ସାହାଯ୍ୟରେ ପ୍ରତି ଘଣ୍ଟାରେ ୧ ହଜାର ୮୦୦ ଶ୍ରଦ୍ଧାଳୁ ଯାତ୍ରା କରିପାରିବେ। ଏହା ଅତ୍ୟାଧୁନିକ ସହ ସୁରକ୍ଷିତ ମଧ୍ୟ ହେବ। ଏହା ଫଳରେ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...