AFFILIATE MARKETING

https://binomo.com?a=90810425bb57&t=0

Sunday, October 12, 2025

ପିଏମ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ପାଣ୍ଡରାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।
ପିଏମ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଚାଷୀଙ୍କ ମନରେ ଖୁସି । ଦେଶର କୃଷକଙ୍କୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୃଷକ ସମୃଦ୍ଧିରେ ନୂଆ ଅଧ୍ୟାୟ । ପିଏମ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୪୨ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଓ ଯୋଜନା ଉଦଘାଟନ କରି ଫସଲର ଉଚିତ ମୂଲ୍ୟ ଓ ଚାଷୀଙ୍କ ଉନ୍ନତ ଭବିଷ୍ୟତର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି । କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲା ସମେତ ଦେଶର ୧୦୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଯୋଜନା । ସମ୍ବଲପୁରରେ ହେବ ଅତ୍ୟାଧୁନିକ ଆକ୍ବା ପାର୍କ । ଭୁବନେଶ୍ବର ପାଣ୍ଡରାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବଲପୁରରେ ୧୦୦ କୋଟି ଟଙ୍କା ବିନିଯୋଗରେ ହେବ ଅତ୍ୟାଧୁନିକ ଆକ୍ବା ପାର୍କ । ଭୁବନେଶ୍ବର ପାଣ୍ଡରାରେ ୬୦ କୋଟି ବ୍ୟୟରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପିଏମ୍ । ଧନ ଧାନ୍ୟ କୃଷି ଯୋଜନା, ଖାଦ୍ୟାନ୍ନ, ଡାଲି, ତୈଳ ଓ ଉଦ୍ୟାନ ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନକୁ ନୂଆ ସୋପାନରେ ପହଞ୍ଚାଇବ ବୋଲି କହିଛନ୍ତି ପିଏମ ମୋଦି ।

ଯୋଜନା କାର୍ଯ୍ୟକାରୀ ହେବା ଦ୍ବାରା ଚାଷୀ କେବଳ ଧାନ ଉପରେ ନିର୍ଭରଶୀଳ ନହୋଇ ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରି ହେବେ ଲାଭବାନ । କୃଷକଙ୍କ ଆୟ ଦୁଇ ଗୁଣ ବୃଦ୍ଧି ହେବା ସହ ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ, ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର ଏକ ଭେଲ୍ୟୁ ଚେନ୍ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି ।

 ୨୦୧୩-୧୪ରେ ଖାଦ୍ୟାନ୍ନ ଉତ୍ପାଦନ ୨୫୨.୦୨ ମିଲିୟନ ଟନ୍ ଥିବାବେଳେ ୨୦୨୪-୨୫ରେ ୩୫୩.୯୬ ମିଲିୟନ ଟନରେ ପହଞ୍ଚିଛି ।

 ଉଦ୍ୟାନ କୃଷିରେ ୨୦୧୩-୧୪ରେ ୨୭୭.୩୬ ମିଲିୟନ ଟନ ଉତ୍ପାଦନ ହୋଇଥିବାବେଳେ ୨୦୨୪-୨୫ରେ ୩୬୭.୭୨ ମିଲିୟନ ଟନ୍ ହୋଇଛି ।

 ୨୦୧୩-୧୪ରେ ଜାଲି ଜାତୀୟ ଫସଲ ୧୯.୨୫ ମିଲିୟନ ଟନ ହୋଇଥିବାବେଳେ ୨୦୨୪-୨୫ରେ ଉତତ୍ପାଦନ ୨୫.୨୪ ମିଲିୟନ ଟନରେ ପହଞ୍ଚିଛି ।

ସେହିପରି ୨୦୧୩-୧୪ରେ ତୈଳବୀଜ ଜାତୀୟ ଫସଲ ୧୯.୨୫ ମିଲିୟନ ଟନ ଉତ୍ପାଦନ ଥିବାବେଳେ ୨୦୨୪-୨୫ରେ ୪୨.୬୧ ମିଲିୟନ ଟନରେ ପହଞ୍ଚିଛି ।

କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ମାଛ ଚାଷୀଙ୍କ ଆୟ ଦୁଇ ଦୁଣା କରିବାକୁ ପଦକ୍ଷେପ ନେଇଥିବା ପୂର୍ବରୁ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୪୨ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଓ ଯୋଜନା ଦେଶକୁ ସମସ୍ତ ପ୍ରକାର ଖାଦ୍ୟ ଉତ୍ସାଦନରେ କରିବ ଆତ୍ମନିର୍ଭରଶୀଳ । ଆସନ୍ତା ୬ ବର୍ଷ ପାଇଁ ଦେଶରେ ଜାରି ରହିବ ପିଏମ ଧନ ଧାନ୍ୟ ଯୋଜନା ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...