AFFILIATE MARKETING

https://binomo.com?a=90810425bb57&t=0

Thursday, October 30, 2025

ହାର୍ଡୱେୟାର ଦୋକାନରେ ବିସ୍ଫୋରଣ, ୨୦ ଫୁଟ ଦୂରରେ ପଡ଼ିଲେ କର୍ମଚାରୀ

ହାର୍ଡୱେୟାର ଦୋକାନରେ ବିସ୍ଫୋରଣ, ୨୦ ଫୁଟ ଦୂରରେ ପଡ଼ିଲେ କର୍ମଚାରୀ

ଝୁଂଝୁନୁ : ରାଜସ୍ଥାନ ଝୁଂଝୁନୁ ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଖେତଡିର ନିଜାମପୁର ଛକସ୍ଥିତ ଏକ ହାର୍ଡୱେୟାର ଦୋକାନରେ ଭୟାବହ ବିସ୍ଫୋରଣ ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ କ୍ଷୟକ୍ଷତି ଘଟିଛି। ବିସ୍ଫୋରଣ ଫଳରେ ଦୋକାନର ଲୁହା ସଟର ୬୦ ଫୁଟ ଦୂରରେ ଛିଟକି ପଡିଥିଲା। ଏହି ସମୟରେ ଦୋକାନରେ ଶୋଇଥିବା ବ୍ୟକ୍ତି ବିସ୍ଫୋରଣରେ ୨୦ ଫୁଟ ଦୂରରେ ରାସ୍ତାରେ ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏହି ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।
ସ୍ଥାନୀୟଲୋକଙ୍କ କହିବାନୁସାରେ ବିଳମ୍ବିତ ରାତିରେ ଅଚାନକ ବିସ୍ଫୋରଣ ହୋଇଥିଲା। ଏଥିରେ ଆଖପାଖ ଦୋକାନର କାଚ ଭାଙ୍ଗିଯାଇଥିଲା। ଦୋକାନରୁ ଧୁଆଁ ବାହାରୁଥିବା ଦେଖି ପୁଲିସକୁ ସ୍ଥାନୀୟଲୋକେ ସୂଚନା ଦେଇଥିଲେ। ଖେତଡି ପୁଲିସ ପହଞ୍ଚି ମୃତଦେହକୁ ଜିଲା ହସ୍ପିଟାଲ ଶବାଗାର ପଠାଇବା ସହ ମାମଲାର ଯାଞ୍ଚ କରୁଛି। ତେବେ କାହିଁକି ଏବଂ କେମିତି ଏହି ବିସ୍ଫୋରଣ ହେଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

No comments:

COASTAL NEWS

ମହୁଲ ଝରା ରାତି

ଗୀତର ଶୀର୍ଷକ: "ମହୁଲ ଝରା ରାତି" ​(Style: Modern Sambalpuri Romantic Fusion) ​[Intro] (ମିଠା ବଂଶୀ ସ୍ୱର ସାଙ୍ଗକୁ ହଠାତ୍ ଢୋଲ...