AFFILIATE MARKETING

https://binomo.com?a=90810425bb57&t=0

Sunday, October 26, 2025

ଜିନ୍ଦଲ ଷ୍ଟିଲ୍‌କୁ ରୋଟାରି ଇଣ୍ଡିଆ ନ୍ୟାସନାଲ୍ ସିଏସଆର ଆୱାର୍ଡ ୨୦୨୫

‘ଓ୍ୱାସ’ ଅଭିଯାନ ଜରିଆରେ ଜୀବନକୁ ସ୍ୱାସ୍ଥ୍ୟକର କରିବାକୁ କାର୍ଯ୍ୟ କରୁଛି ଜିନ୍ଦଲ

ଭୁବନେଶ୍ୱର, ୨୬/୧୦: ଗ୍ରାମାଞ୍ଚଳ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ, ଜିନ୍ଦଲ ଷ୍ଟିଲ୍‌କୁ ଜଳ, ପରିମଳ ଏବଂ ସ୍ୱଚ୍ଛତା ମେଗା ବର୍ଗରେ ରୋଟାରି ଇଣ୍ଡିଆ ନ୍ୟାସନାଲ୍ ସିଏସଆର ଅୱାର୍ଡ (ପୂର୍ବାଞ୍ଚଳ) ୨୦୨୫ ପ୍ରଦାନ କରାଯାଇଛି । ୨୩ ଅକ୍ଟୋବର, ୨୦୨୫ରେ କୋଲକାତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ, ଜିନ୍ଦଲ ଷ୍ଟିଲର ସଭାପତି ଏବଂ ଗ୍ରୁପ୍ ହେଡ୍‌ ମୁଖ୍ୟ (ସିଏସଆର ଏବଂ ଏଜୁକେସନ), ଶ୍ରୀ ପ୍ରଶାନ୍ତ ହୋତା, ରୋଟାରି ଇଣ୍ଟରନ୍ୟାସନାଲ୍‌ର ଡିରେକ୍ଟର ଫ୍ଲାଇଟ୍ ଲେଫ୍ଟେନାଣ୍ଟ ରୋଟେରିଆନ୍ କେ.ପି. ନାଗେଶଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମଭୂଷଣ ଉଷା ଉଥୁପ୍‌, ପ୍ରସିଦ୍ଧ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତ ଓ ଅନ୍ୟାନ୍ୟ ଗଣ୍ୟବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ଲକ୍ଷ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସେମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିବା ପାଇଁ ଜିନ୍ଦଲ ଷ୍ଟିଲ ପକ୍ଷରୁ ଏହାର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଜରିଆରେ ରୂପାନ୍ତରକାରୀ କାର୍ଯ୍ୟକୁ ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରିଛି। ମାନ୍ୟବର ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିକୁ ଆଧାର କରି କମ୍ପାନିର ପରିମଳ ଓ ପରିଚ୍ଛନ୍ନତା ଅଭିଯାନ ‘ଜଳଛାୟା ପରିଚାଳନା’ ଏବଂ ‘ଓ୍ୱାସ’ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ସ୍ଥାନୀୟ ସମୁଦାୟଗୁଡ଼ିକରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣିପାରିଛି। ଜଳ ଛାୟା ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମ୍ୟ ଜଳଛାୟା କମିଟି ଜରିଆରେ କାର୍ଯ୍ୟକାରୀ ହେଉଛି। ଏହି କାର୍ଯ୍ୟକ୍ରମ ଉଲ୍ଲେଖନୀୟ ଭାବେ ପ୍ରକଳ୍ପ ଅଞ୍ଚଳର ଭୂତଳଜଳ ସ୍ତର, ମାଟିର ଆର୍ଦ୍ରତା, କୃଷି ଉତ୍ପାଦିକା ଶକ୍ତି ଓ ନିରନ୍ତର ଜଳଉପଲବ୍ଧତାକୁ ମଧ୍ୟ ବୃଦ୍ଧି କରିଛି।

ରୋଟାରୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆଓ୍ୱାର୍ଡ (ପୂର୍ବାଞ୍ଚଳ)ର ଜୁରୀ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ବିଶୁଦ୍ଧ ଜଳ, ଉପଯୁକ୍ତ ପରିମଳ ଓ ସ୍ୱାସ୍ଥ୍ୟକର ଜୀବନକୁ ସୁନିଶ୍ଚିତ କରିବା କେବଳ ଏକ ବିକାଶ ଲକ୍ଷ୍ୟ ନୁହେଁ ବରଂ ଏକ ଦାୟିତ୍ୱ, ଏବଂ ‘ଓ୍ୱାସ’ ଅଭିଯାନ ଜରିଆରେ ଆମେ ଜୀବନରେ ରୂପାନ୍ତରଣ ଆଣିବା ସହ ଏହାକୁ ସ୍ୱାସ୍ଥ୍ୟକର କରିବାକୁ କାର୍ଯ୍ୟ କରୁଛୁ ।”

ବିଭିନ୍ନ ଜଳ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଏବଂ ଦେଶର ଅନ୍ୟ ପ୍ରାନ୍ତର ୩୪୦୦ ଗ୍ରାମର ୧୨.୫ ନିୟୁତ ଗ୍ରାମୀଣ ଓ ଆଦିବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯାଇଛି। ନାବାର୍ଡ ସହବନ୍ଧନରେ ଅନୁଗୁଳ ଜଳଛାୟା ମଡେଲ ଜିନ୍ଦଲ ଷ୍ଟିଲ ଦ୍ୱାରା ବିକଶିତ ହୋଇଥିବା ବେଳେ ପରିବେଶ ପରିବର୍ତ୍ତନ ପ୍ରତି ସହନଶୀଳତା ବୃଦ୍ଧି ପାଇଁ ଏହା ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ବିକାଶକୁ ଅନ୍ତର୍ଭୁକ୍ତ କରିଛି। ଓଡ଼ିଶାର କାଶିଆ ମାଇନ୍ସ ଅଞ୍ଚଳ ଏବଂ ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ  କମ୍ପାନୀ ସୌରଶକ୍ତି ଚାଳିତ, ପ୍ରଯୁକ୍ତି ନିର୍ଭରଶୀଳ ନିରାପଦ ପାନୀୟ ଜଳ ସିଷ୍ଟମ ଉଦ୍ଭାବନ କରିଛି, ଯାହା ଅନୁନ୍ନତ ଅଞ୍ଚଳରେ ପରିବେଶ-ସହନଶୀଳ ଓ ନିରନ୍ତର ପରିଷ୍କାର ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିଛି। ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସରକାରୀ ସହବନ୍ଧନରେ ୫୦୦୦ ଶୌଚାଳୟ ନିର୍ମାଣ କରାଯାଇଛି। ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଲକ୍ଷ ଲକ୍ଷ ମହିଳା ଓ କିଶୋରୀଙ୍କୁ ନାପକିନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି।

ଜିନ୍ଦଲ ଷ୍ଟିଲ ତୃଣମୂଳସ୍ତରରେ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଜିନ୍ଦଲ ଷ୍ଟିଲର ନିରନ୍ତର ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ, ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଚିରନ୍ତନ ବିକାଶ, ନୂତନତା ଓ ସାମଗ୍ରିକ ଅଭିବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ପ୍ରଦାନ ସହ  ସମୁଦାୟକୁ ସଶକ୍ତ କରିବା, ସ୍ୱାସ୍ଥ୍ୟକର ଓ ଚିରନ୍ତନ ଭବିଷ୍ୟତ ନିର୍ମାଣ କରିବାରେ ଜିନ୍ଦଲ ଫାଉଣ୍ଡେସନ ଅବିରତ କାର୍ଯ୍ୟ କରୁଛି।

No comments:

COASTAL NEWS

ନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ ବିଷୟବସ୍ତୁର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବେ ରାଜନୈତିକ ଦଳ

ନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ ବିଷୟବସ୍ତୁର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବେ ରାଜନୈତିକ ଦଳ IT ନିୟମ, ୨୦୨୧ ଏବଂ ଏହି ସ...