AFFILIATE MARKETING

https://binomo.com?a=90810425bb57&t=0

Wednesday, October 1, 2025

ଆରଏସଏସ ଶତାବ୍ଦୀ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଜାରି କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦/୦୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବର ୨୦୨୫ ସକାଳ ୧୦:୩୦ ରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତାବ୍ଦୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରତି ଆରଏସଏସର ଅବଦାନକୁ ଦର୍ଶାଇ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଜାରି କରିବା ସହିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

୧୯୨୫ ମସିହାରେ ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ଦ୍ୱାରା ମହାରାଷ୍ଟ୍ରର ନାଗପୁରରେ ସ୍ଥାପିତ ଆରଏସଏସ ଏକ ସ୍ୱୟଂସେବକ-ଭିତ୍ତିକ ସଂଗଠନ ଭାବରେ ପ୍ରତିଷ୍ଠିତ ହୋଇଥିଲା ଯାହାର ଲକ୍ଷ୍ୟ ନାଗରିକମାନଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଅନୁଶାସନ, ସେବା ଏବଂ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ରର ପୁନଃନିର୍ମାଣ ପାଇଁ ଏକ ଅନନ୍ୟ ଜନ-ଘୋଷିତ ଆନ୍ଦୋଳନ । ଏହାର ଉଦୟକୁ ଶତାବ୍ଦୀର ବିଦେଶୀ ଶାସନର ପ୍ରତିକ୍ରିୟା ଭାବରେ ଦେଖାଯାଏ ଏବଂ ଏହାର ନିରନ୍ତର ଅଭିବୃଦ୍ଧି ଧର୍ମରେ ନିହିତ ଭାରତର ରାଷ୍ଟ୍ରୀୟ ଗୌରବର ଦୃଷ୍ଟିକୋଣର ଭାବନାତ୍ମକ ପ୍ରତିଧ୍ୱନିକୁ ଶ୍ରେୟ ଦିଏ ।

ସଂଘର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶପ୍ରେମ ଏବଂ ରାଷ୍ଟ୍ରୀୟ ଚରିତ୍ର ନିର୍ମାଣ । ଏହା ମାତୃଭୂମି ପ୍ରତି ସମର୍ପଣ, ଅନୁଶାସନ, ସଂଯମ, ସାହସ ଏବଂ ବୀରତ୍ୱକୁ ଉଦ୍ଦୀପିତ କରେ । ସଂଘର ଅନ୍ତିମ ଲକ୍ଷ୍ୟ ହେଉଛି ଭାରତର “ସର୍ବାଙ୍ଗୀନ ବିକାଶ’, ଯାହା ପାଇଁ ପ୍ରତ୍ୟେକ ସ୍ୱୟଂସେବକ ସମର୍ପଣ ଭାବନା ନେଇ କାମ କରୁଛନ୍ତି ।

ଗତ ଶତାବ୍ଦୀରେ ଆରଏସଏସ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ ଏବଂ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୁମିକା ନିଭାଇଛି । ଆରଏସଏସର ସ୍ୱୟଂସେବକମାନେ ବନ୍ୟା, ଭୂମିକମ୍ପ ଏବଂ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସଂଘର ବିଭିନ୍ନ ସହଯୋଗୀ ସଂଗଠନ ଯୁବପିଢ଼ି, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା, ଜନ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ସମୁଦାୟକୁ ସୁଦୃଢ଼ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

ଶତାବ୍ଦୀ ସମାରୋହ ପାଳନ କେବଳ ସଂଘର ଐତିହାସିକ ସଫଳତାକୁ ସମ୍ମାନ କରେ ନାହିଁ ବରଂ ଭାରତର ସାଂସ୍କୃତିକ ଯାତ୍ରାରେ ତାହାର ସ୍ଥାୟୀ ଯୋଗଦାନ ଏବଂ ରାଷ୍ଟ୍ରୀୟ ଏକତାର ସନ୍ଦେଶକୁ ଉଜାଗର କରିଥାଏ ।

No comments:

COASTAL NEWS

ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କରି ଚମକାଇଲା ବିଜେଡି

ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କରି ଚମକାଇଲା ବିଜେଡି   ଭୁବନେଶ୍ୱର,୧୫ା୧୦/ ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ସବୁ କଳ୍ପନାଜଳ୍ପନ...