AFFILIATE MARKETING

https://binomo.com?a=90810425bb57&t=0

Wednesday, October 1, 2025

ଆସୁଛି ଲଘୁଚାପ: ଚାରି ଦିନ ବର୍ଷା ସମ୍ଭାବନା


ଆସୁଛି ଲଘୁଚାପ: ଚାରି ଦିନ ବର୍ଷା ସମ୍ଭାବନା

ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲାରେ ଘଡ଼ଘଡ଼ି ସହ ଅଧିକ ବର୍ଷା ସମ୍ଭାବନା ଅଛି। ସେହିପରି ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

No comments:

COASTAL NEWS

“ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ ରିକୃଟମେଣ୍ଟ 2025” ର ବିସ୍ତୃତ ସମାଚାର

ନମସ୍କାର  କୋଷ୍ଟାଲ ନିଉଜ୍ ଓଡ଼ିଆ ରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଣିଛୁ ଏକ ନୂଆ ନିଯୁକ୍ତି ଖବର , ଯାହା ହେଉଛି  “ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ...