AFFILIATE MARKETING

https://binomo.com?a=90810425bb57&t=0

Friday, January 5, 2024

ଆଳିରେ ମିଶନ ଶକ୍ତି ଏମ୍ ବି କେ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ

COASTAL NEWS ODIA 1643

ଆଳିରେ ମିଶନ ଶକ୍ତି ଏମ୍ ବି କେ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ



ଆଳି - (CNO) ଆଳିର ନିଆଳଠାରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ସାଇ ଆଡ଼ଭାନ୍ସ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରେ, ଆଳି ବ୍ଲକ ମିଶନଶକ୍ତିର ୩୨ ଜଣ ଏମ୍‌ବିକେ ମହିଳାମାନଙ୍କୁ ୨୦ ଦିନ ଧରି ସରକାରଙ୍କ ମିଶନଶକ୍ତି ବିଭାଗ ତରଫରୁ ମାଗଣାରେ କମ୍ପ୍ୟୁଟରପ୍ରଶିକ୍ଷଣ ଦିଆଯାଇଅଛି । 

ସାଇ କମ୍ପୁଟର ସେଣ୍ଟରର ନିର୍ଦ୍ଦେଶକ ଶରତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନର କାର୍ଯ୍ୟକ୍ରମ ସୁଚାରୁରୂପେ ସଂପାଦନ କରାଯାଇଛି । ଏହି ପ୍ରଶିକ୍ଷଣ ପରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଓପନ୍‌ ୟୁନିଭରସିଟି”ରୁ ପ୍ରଶିକ୍ଷଣପ୍ରାପ୍ତ ଏମ୍ ବି କେ ମହିଳାମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । 

ଏହି ପ୍ରଶିକ୍ଷଣ ଶିବିରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଆଭାସି ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ, ଆଳି ବ୍ଳକର ମିଶନଶକ୍ତିର ବିପିସି ମୋନାଲିସା ନାୟକ  ଏହାକୁ ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ବିଭୁଦତ୍ତ ବିଶ୍ୱାଳ, ଦୀପକ କୁମାର ମହାନ୍ତି, ପ୍ରକାଶ କୁମାର ଦାସ, ସୁଜାତା ରାଉତ, ମନୋରଞ୍ଜନ ପାଇଟାଲ୍ ଆଦି କର୍ମକର୍ତ୍ତାମାନେ ବିଭିନ୍ନ ସମୟରେ ସେଣ୍ଟର ପରିଦର୍ଶନ କରିଥିଲେ । 



ଆଜି ଉଦ୍‌ଯାପନୀ ଦିବସରେ ଡ଼ିପିସି ମିଶନଶକ୍ତିର କୈଳାସ ଚନ୍ଦ୍ର ସେନାପତି ଯୋଗଦାନ କରି କମ୍ପ୍ୟୁଟର ପ୍ରଶିକ୍ଷଣ ସମୟର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିବା ସହିତ କମ୍ପ୍ୟୁଟର ଶିକ୍ଷା ତାଙ୍କ କାର୍ଯ୍ୟଧାରାକୁ କେତେ ସହଜସାଧ୍ୟ କରିପାରିବ ସେ କଥ। ପଚାରି ବୁଝିଥିଲେ l  ଏହି କାର୍ଯ୍ୟକ୍ରମ ଆଳି ବ୍ଳକର ପ୍ରତିଦିନ ୩୨ ଜଣ ଏମ୍‌ବିକେ କମ୍ପ୍ୟୁଟର ସାଇ କମ୍ପ୍ୟୁଟର ଶିକ୍ଷାକୁ ଭୂୟସୀ ପ୍ରଶଂସା କରିବା ସହିତ ସରକାରଙ୍କ ଏହି ଅଭିନବ ପଦକ୍ଷେପକୁ ସ୍ବାଗତ କରିଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...