AFFILIATE MARKETING

https://binomo.com?a=90810425bb57&t=0

Friday, January 5, 2024

ଆଳିରେ ମିଶନ ଶକ୍ତି ଏମ୍ ବି କେ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ

COASTAL NEWS ODIA 1643

ଆଳିରେ ମିଶନ ଶକ୍ତି ଏମ୍ ବି କେ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ



ଆଳି - (CNO) ଆଳିର ନିଆଳଠାରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ସାଇ ଆଡ଼ଭାନ୍ସ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରେ, ଆଳି ବ୍ଲକ ମିଶନଶକ୍ତିର ୩୨ ଜଣ ଏମ୍‌ବିକେ ମହିଳାମାନଙ୍କୁ ୨୦ ଦିନ ଧରି ସରକାରଙ୍କ ମିଶନଶକ୍ତି ବିଭାଗ ତରଫରୁ ମାଗଣାରେ କମ୍ପ୍ୟୁଟରପ୍ରଶିକ୍ଷଣ ଦିଆଯାଇଅଛି । 

ସାଇ କମ୍ପୁଟର ସେଣ୍ଟରର ନିର୍ଦ୍ଦେଶକ ଶରତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନର କାର୍ଯ୍ୟକ୍ରମ ସୁଚାରୁରୂପେ ସଂପାଦନ କରାଯାଇଛି । ଏହି ପ୍ରଶିକ୍ଷଣ ପରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଓପନ୍‌ ୟୁନିଭରସିଟି”ରୁ ପ୍ରଶିକ୍ଷଣପ୍ରାପ୍ତ ଏମ୍ ବି କେ ମହିଳାମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । 

ଏହି ପ୍ରଶିକ୍ଷଣ ଶିବିରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଆଭାସି ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ, ଆଳି ବ୍ଳକର ମିଶନଶକ୍ତିର ବିପିସି ମୋନାଲିସା ନାୟକ  ଏହାକୁ ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ବିଭୁଦତ୍ତ ବିଶ୍ୱାଳ, ଦୀପକ କୁମାର ମହାନ୍ତି, ପ୍ରକାଶ କୁମାର ଦାସ, ସୁଜାତା ରାଉତ, ମନୋରଞ୍ଜନ ପାଇଟାଲ୍ ଆଦି କର୍ମକର୍ତ୍ତାମାନେ ବିଭିନ୍ନ ସମୟରେ ସେଣ୍ଟର ପରିଦର୍ଶନ କରିଥିଲେ । 



ଆଜି ଉଦ୍‌ଯାପନୀ ଦିବସରେ ଡ଼ିପିସି ମିଶନଶକ୍ତିର କୈଳାସ ଚନ୍ଦ୍ର ସେନାପତି ଯୋଗଦାନ କରି କମ୍ପ୍ୟୁଟର ପ୍ରଶିକ୍ଷଣ ସମୟର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିବା ସହିତ କମ୍ପ୍ୟୁଟର ଶିକ୍ଷା ତାଙ୍କ କାର୍ଯ୍ୟଧାରାକୁ କେତେ ସହଜସାଧ୍ୟ କରିପାରିବ ସେ କଥ। ପଚାରି ବୁଝିଥିଲେ l  ଏହି କାର୍ଯ୍ୟକ୍ରମ ଆଳି ବ୍ଳକର ପ୍ରତିଦିନ ୩୨ ଜଣ ଏମ୍‌ବିକେ କମ୍ପ୍ୟୁଟର ସାଇ କମ୍ପ୍ୟୁଟର ଶିକ୍ଷାକୁ ଭୂୟସୀ ପ୍ରଶଂସା କରିବା ସହିତ ସରକାରଙ୍କ ଏହି ଅଭିନବ ପଦକ୍ଷେପକୁ ସ୍ବାଗତ କରିଥିଲେ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...