AFFILIATE MARKETING

https://binomo.com?a=90810425bb57&t=0

Sunday, January 7, 2024

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

COASTAL NEWS ODIA 1649

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ


ଭୁବନେଶ୍ବର - (CNO) ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଶନିବାର ଠାରୁ ଖୋଲିଲା ରାଜଭବନ ଉଦ୍ୟାନ । ରାଜଭବନ ଉଦ୍ୟାନ ଭିତରେ ରଙ୍ଗ ବେରଙ୍ଗର ଫୁଲ ସାଙ୍ଗକୁ , ହରିଣ ପାର୍କ, ବିଭିନ୍ନ ପ୍ରକାର ଚଢ଼େଇ , ଭିନ୍ନ ପ୍ରକାର ମାଛ ଯାହା ଦର୍ଶକ ଓ ସ୍କୁଲ ପିଲାମାନଙ୍କୁ ଉଦ୍ୟାନ ପ୍ରତି ଆକୃଷ୍ଟ କରିଛି । ଆଜି ପ୍ରଥମ ଦିନରେ ଉଦ୍ୟାନ ବୁଲିବ ପାଇଁ ଖୁବ୍ ଭିଡ ଲାଗିଥିଲା । 

ସେହିପରି ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ । ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଭ୍ରମଣ ସମୟରେ ବନ୍ଧୁକ , ଅସ୍ତ୍ରଶସ୍ତ୍ର , କ୍ୟାମେରା , ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ କରାଯାଇଅଛି ।  ପ୍ରଥମ ଦିନରେ ଆଜି ପ୍ରାୟ ୨୫୦୦ ଲୋକ ରାଜଭବନ ଉଦ୍ୟାନ ବୁଲିଥିବା ସୂଚନା ମିଳିଛି। ଏହି ଉଦ୍ୟାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଲୋକେ ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ । ଦର୍ଶକମାନେ ବିନା କୌଣସି ପ୍ରବେଶ ଶୁଳ୍କରେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...