AFFILIATE MARKETING

https://binomo.com?a=90810425bb57&t=0

Sunday, January 7, 2024

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

COASTAL NEWS ODIA 1649

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ


ଭୁବନେଶ୍ବର - (CNO) ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଶନିବାର ଠାରୁ ଖୋଲିଲା ରାଜଭବନ ଉଦ୍ୟାନ । ରାଜଭବନ ଉଦ୍ୟାନ ଭିତରେ ରଙ୍ଗ ବେରଙ୍ଗର ଫୁଲ ସାଙ୍ଗକୁ , ହରିଣ ପାର୍କ, ବିଭିନ୍ନ ପ୍ରକାର ଚଢ଼େଇ , ଭିନ୍ନ ପ୍ରକାର ମାଛ ଯାହା ଦର୍ଶକ ଓ ସ୍କୁଲ ପିଲାମାନଙ୍କୁ ଉଦ୍ୟାନ ପ୍ରତି ଆକୃଷ୍ଟ କରିଛି । ଆଜି ପ୍ରଥମ ଦିନରେ ଉଦ୍ୟାନ ବୁଲିବ ପାଇଁ ଖୁବ୍ ଭିଡ ଲାଗିଥିଲା । 

ସେହିପରି ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ । ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଭ୍ରମଣ ସମୟରେ ବନ୍ଧୁକ , ଅସ୍ତ୍ରଶସ୍ତ୍ର , କ୍ୟାମେରା , ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ କରାଯାଇଅଛି ।  ପ୍ରଥମ ଦିନରେ ଆଜି ପ୍ରାୟ ୨୫୦୦ ଲୋକ ରାଜଭବନ ଉଦ୍ୟାନ ବୁଲିଥିବା ସୂଚନା ମିଳିଛି। ଏହି ଉଦ୍ୟାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଲୋକେ ରାଜଭବନ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ । ଦର୍ଶକମାନେ ବିନା କୌଣସି ପ୍ରବେଶ ଶୁଳ୍କରେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...