AFFILIATE MARKETING

https://binomo.com?a=90810425bb57&t=0

Sunday, January 7, 2024

ପ୍ରକାଶ ପାଇଲା ଭୋଟର ତାଲିକା

COASTAL NEWS ODIA 1647

ପ୍ରକାଶ ପାଇଲା ଭୋଟର ତାଲିକା 



ଭୁବନେଶ୍ବର - (CNO) ୨୦୨୪ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଭୋଟର ତାଲିକା  ଭବନେଶ୍ୱର:୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଶୁକ୍ରବାର (ଡିସେମ୍ବର ୫) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ହେଲେ ଚିଠା ଭୋଟର ତାଲିକାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ ଭୋଟର ଥିବାବେଳେ ସେଥିରେ ପୁରୁଷଙ୍କ ସଂଖ୍ୟା ୧କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଓ ମହିଳାଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ । ରାଜ୍ୟରେ ତୃତୀୟ ଲିଙ୍ଗ ଭୋର୍ଟଙ୍କ ସଂଖ୍ୟା ୩୩୮୦ ରହିଛି । 

ନୂତନ ଭୋଟର ତାଲିକା-୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ଭୋଟର ଯୋଡ଼ି ହୋଇଛନ୍ତି ଓ ସେଥିମଧ୍ୟରୁ ୧୮-୧୯ ବର୍ଷର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର୍ ନୂତନ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ ଇସ୍ତାହାର ପାଇଁ ଇସିଆଇ ନିୟମ ପ୍ରଣୟନ କରିଛନ୍ତି ବୋଲି ରାଜ୍ୟ - ମୁଖ୍ୟ ନିର୍ବାଚନ ଅଧୁକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି । 
 
ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଗାମୀ - ସାଧାରଣ ନିର୍ବାଚନ-୨୪ ନିମନ୍ତେ ସମସ୍ତ ଜାତୀୟ, ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଉକ୍ତ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥୁବା ନିର୍ବାଚନ ସଂପର୍କିତ ଅତି ଗୁରୁତ୍ୱପୂର୍ଣ ନିର୍ଦ୍ଦେଶାବଳୀ ସଂପର୍କରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରାଇଛନ୍ତି ।


ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନ ୨୦୨୪କୁ ଆଖି ଆଗରେ ରଖ୍ ଆମ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସରି ଗତ ୨୭ ଅକ୍ଟୋବର ୨୦୨୩ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ୫ ଜାନୁଆରୀ ୨୦୨୪ରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର୍ ତାଲିକା ୨୦୨୪ ଅନୁସାରେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ । 

ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ହେଲା ୩୩୮୦ । ରାଜ୍ୟରେ ଯୁବ ଭୋଟର (୧୮-୧୯ ବର୍ଷ)ଙ୍କ ସଂଖ୍ୟା ହେଲା ୭ ଲକ୍ଷ ୫୪ ହଜାର ୯୪୬, ଯାହାକି ବିଗତ ୫ ବର୍ଷରେ ସର୍ବାଧିକ ୨.୨୭ ପତିଶତ । ମୋଟ୍ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଲା ୪ ଲକ୍ଷ ୫୭ ହଜାର ୮୨୧ ଜଣ, ଅର୍ଥାତ୍ ୧.୩୮% ପ୍ରତିଶତ । ସେହିପରି ରାଜ୍ୟରେ ବରିଷ୍ଠ ଭୋଟରଙ୍କ ୮୦ ବର୍ଷରୁ ଅଧିକ ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮ ଜଣ ଅର୍ଥାତ ୨.୦୬% ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...