AFFILIATE MARKETING

https://binomo.com?a=90810425bb57&t=0

Sunday, January 14, 2024

ଶ୍ରୀଜଗନ୍ନାଥ ଙ୍କ ମାନବ ଲୀଳା

COASTAL NEWS ODIA 1658

*ଯଥା_ଦେହି_ତଥା_ଦେବ!* 


ଯେଉଁଭଳି ଭାବେ ମନୁଷ୍ୟ ନିଜର ଦୈନଦିନ ନିତ୍ୟ କର୍ମ କରିଥାଏ ଠିକ୍ ସେହିପରି ନିଳାଦ୍ରୀ କନ୍ଦର ରେ ରତ୍ନ ସିଂହାସନ ରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ,  ଶ୍ରୀବଳଭଦ୍ର, ମା ସୁଭଦ୍ରା , ଶ୍ରୀ ସୁଦର୍ଶନ, ଶ୍ରୀ ମାଧବ, ଶ୍ରୀଦେବୀ ଓ ଭୂଦେବୀ ଆଦି ସପ୍ତଧା ମୂର୍ତ୍ତୀ ଙ୍କର ମଧ୍ୟ କରାଯାଇଥାଏ। ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମ ରେ ମାନବୀୟ ଲୀଳା ସମ୍ବରଣ କରୁଛନ୍ତି। ସେ ଯେମିତି ସାରା ବିଶ୍ୱରେ ଅନନ୍ୟ ଠିକ୍ ସେପରି ତାଙ୍କ ନୀତି ପରମ୍ପରା ଯାନିଯାତ୍ରା ମଧ୍ୟ ଅନନ୍ୟ।

 *ବଡ଼_ଦେଉଳ* 


ଶ୍ରୀ ମନ୍ଦିର ର ଗର୍ଭ ଗୃହର ଆକାର ଉଭୟେ ଲମ୍ବା ଓ ପ୍ରସ୍ଥ ରେ ୩୦ ଫୁଟ ତଥା ଉଚ୍ଚତା ୪୮ ଫୁଟ  ବିଶିଷ୍ଟ ।ସିଂହାସନ ବା ରତ୍ନସିଂହାସନ  ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି  କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହେଇଛି ।ଏହି ବେଦୀ ବା ସିଂହାସନ ଉପରେ ତିନୋଟି କଳା ମୁଗୁନି ପଥରର ଚକା ରହିଛି ।ରତ୍ନବେଦିରେ ଯଥାକ୍ରମେ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ଜଗନ୍ନାଥ ଭୂଦେବୀ ଶ୍ରୀଦେବୀ ମାଧବ ସମେତ ଚକ୍ରରାଜ ସୁଦର୍ଶନ ବିରାଜମାନ କରିଛନ୍ତି ।ସ୍କନ୍ଦ ପୁରାଣ ବର୍ଣ୍ଣନାନୁସାରେ ଶ୍ରୀ ବଳଭଦ୍ର ୮୫ ଯବ ଉଚ୍ଚ ଓ ଶଙ୍ଖାକୃତି ଶୁଭ୍ରବର୍ଣ୍ଣ,ସୁଭଦ୍ରା ୫୨ ୧/୨ ଯବ ପଦ୍ମାକୃତି ହରିଦ୍ରାବର୍ଣ୍ଣ,ଶ୍ରୀଜଗନ୍ନାଥ ୮୪ ଯବ ଚକ୍ରାକୃତି ମେଘବର୍ଣ୍ଣ ଓ ସୁଦର୍ଶନ ୮୪ଯବ ଗଦାକୃତ ରକ୍ତବର୍ଣ୍ଣ  ସମ୍ପୂର୍ଣ୍ଣ ଶାସ୍ତ୍ର ଅନୁସାରେ ଶ୍ରୀବିଗ୍ରହ ମାନେ ଶଙ୍ଖ ଯନ୍ତ୍ର, ଚକ୍ର ଯନ୍ତ୍ର, ପଦ୍ମ ଯନ୍ତ୍ର ଓ ଗଦା ଯନ୍ତ୍ର ଅନୁସାରେ ନିର୍ମିତ ।ନବକଳେବର ସମୟରେ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ମାଧବ ଙ୍କର ମଧ୍ଯ କଳେବର ହୋଇଥାଏ ।ନିଳାଦ୍ରି ମହୋଦୟରେ ବର୍ଣ୍ଣିତ :-
       
       "ବଳେନ ଭଦ୍ରାୟାଯୁକ୍ତଃ ସୋ{ୟଂ ସହ ସୁଦର୍ଶନଃ।
         ବିଶ୍ୱଧାତ୍ର୍ୟାଚ ଲକ୍ଷ୍ମୀ ଚ ମାଧବେନ ସମଂ।
         ସପ୍ତଧାର ବିର୍ଭବୋଦେବଃ ସ୍ୱୟଂ ତତ୍ର ଦନାର୍ଦ୍ଦନଃ।"

 ସାଧାରଣ ମାନବ ଭଳି ଚତୁର୍ଦ୍ଧାମୂର୍ତ୍ତି ସ୍ୱୟଂ ମାନବୀୟଲୀଳା ପ୍ରକଟ କରୁଥିବାରୁ ସମସ୍ତ ମାନବୀୟ କର୍ମ ତାଙ୍କର ଉପଚାର ତଥା ଦୈନନ୍ଦିନ ଦିନଚର୍ଯ୍ୟାରେ ପ୍ରତିଫଳିତ ହୋଇଛି ।ରାଶି ନକ୍ଷତ୍ର ମଧ୍ୟ ତିନି ଠାକୁରଙ୍କ ର ରହିଛି ।


#ଶ୍ରୀବଳଭଦ୍ର :-ମକର ରାଶି ଓ ଶ୍ରବଣା ନକ୍ଷତ୍ର  ।

#ଦେବୀ_ସୁଭଦ୍ରା :-ବିଛା ରାଶି ଓ  ଜ୍ୟେଷ୍ଠା ନକ୍ଷତ୍ର ।

#ଶ୍ରୀଜଗନ୍ନାଥ :-ବୃଷରାଶି ଓ  ରୋହିଣୀ ନକ୍ଷତ୍ର ।

ସାଧାରଣରେ ଶ୍ରୀମନ୍ଦିରରେ ତିନିବାଡ଼ରେ ପରମ୍ପରା ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାବିଧି ପାଳିତ ହୋଇଥାଏ ଯଥା :-

ଶ୍ରୀ ବଳଭଦ୍ର  (ବଡବାଡ)ଦ୍ଵାଦଶାକ୍ଷର ମନ୍ତ୍ର"ଓଁ ନମୋ ଭଗବତେ ବାସୁଦେବାୟ"

ଶ୍ରୀ ସୁଭଦ୍ରା  (ମଝିବାଡ)"ଏକାକ୍ଷରୀ ଭୂବନେଶ୍ୱରୀମନ୍ତ୍ର ରେ 

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଡରେ ଅନ୍ୟ ସମସ୍ତ ବିଗ୍ରହ ସମେତ ଅର୍ଥାତ୍ ଭୂଦେବୀ ଶ୍ରୀଦେବୀ ମାଧବ ଓ ଚକ୍ରରାଜ ସୁଦର୍ଶନ ସମେତ :-ଅଷ୍ଟାଦଶକ୍ଷର ମନ୍ତ୍ର (ରାଜମନ୍ତ୍ର) "ଓଁ କ୍ଳୀଁ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଲ୍ଲଭାୟ ନମଃ "ଆଦି  ମନ୍ତ୍ର ରେ ପୂଜା ପାଇଥାନ୍ତି ।

 *ଦୈନିକ ନୀତି*

୧. ଦ୍ଵାରଫିଟା
୨. ମଙ୍ଗଳ_ଆଳତି
୩. ମୈଲମ (ବେଶ ଉଲାଗି)
୪. ଅବକାଶ
୫. ଅବକାଶ_ପରେ_ମୈଲମ
୬. ସାହାଣମେଲା ବା ସର୍ବସାଧାରଣ_ଦର୍ଶନ
୭. ବେଶ_ଲାଗି
୮. ରୋଷହୋମ
୯. ସୂର୍ଯ୍ୟ_ପୂଜା
୧୦. ଦ୍ଵାରପାଳ_ପୂଜା
୧୧. ଗୋପାଳବଲ୍ଲଭ_ଭୋଗ
୧୨. ସକାଳ_ଧୂପ
୧୩. ମଇଲମ ( ବେଶ ଉଲାଗି)
୧୪. ବେଶ
୧୫. ଭୋଗମଣ୍ଡପ 
୧୬. ମଧ୍ୟାହ୍ନ_ଧୂପ
୧୭. ମଧ୍ୟାହ୍ନ_ପହୁଡ଼
୧୮. ପହୁଡ଼_ଫିଟିବା ଓ ସନ୍ଧ୍ୟା_ଆଳତି
୧୯. ସନ୍ଧ୍ୟା_ଧୂପ
୨୦. ସନ୍ଧ୍ୟା_ଧୂପ_ପରେ_ସାହାଣମେଲା
୨୧. ମଇଲମ ଓ ଚନ୍ଦନଲାଗି
୨୨. ବଡ଼ସିଂହାର_ବେଶ
୨୩.  ବଡ଼ସିଂହାର_ଧୂପ
୨୪. ପହୁଡ଼, ବୀଣାଗାନ ଓ ଖଟସେଯ ଲାଗି, ପୁଷ୍ପାଞ୍ଜଳି, ପୁଷ୍ପ ଲାଗି, ମୁଦ ଓ ଶୋଧ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...