AFFILIATE MARKETING

https://binomo.com?a=90810425bb57&t=0

Thursday, January 11, 2024

ପରଲୋକରେ ରାଜମାତା

COASTAL NEWS ODIA 1652

ପଞ୍ଚଭୂତ ରେ ବିଲୀନ ହେଲେ ରାଜମାତା 


ଆଳି - (CNO) ଆଳିର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କର ୧୦ ତାରିଖ ବୁଧବାର ଅପରାହ୍ନରେ ରେ ପରଲୋକ ହୋଇଯାଇଛି । କଟକ ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।



୧୯୫୦ ମସିହାରେ ଅକ୍ଟୋବର ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ ଦେବୀ। ୧୯୭୧ରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୦ ମସିହାରେ ଜନତା ଦଳରୁ ଆଳି ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ। ସେ କଂଗ୍ରେସର ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ରହିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ରାଜ୍ୟସଭାର ସାଂସଦ ହୋଇଥିଲେ। ୨୦୦୨ରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟା ରହିଥିଲେ।

ଦିବଂଗତା ରାଜାମାତା ସୁଶ୍ରୀ ଦେବୀ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ରାଜା ସାହେବ ଶରତ ଦେବଙ୍କ ପତ୍ନୀ ଏବଂ ଓଡିଶା ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବଙ୍କ ମାତା। ସାଂସଦ ଭାବରେ କାର୍ଯ୍ୟ କରିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସଦ କମିଟିର ସଦସ୍ୟା ଥିଲେ।  



ଆଳି ରାଣୀ ସୁଶ୍ରୀ ଦେବୀ, 10 ଅକ୍ଟୋବର 1950 ରେ ଖରିଆର ରାଜା ଅନୁପ ସିଂ ଦେଓଙ୍କ ଝିଅ  ଭାବରେ ଛତିଶଗଡର ରାୟପୁରରେ ଜନ୍ମଗ୍ରହଣ କରିଥିଲେ l ଆଳି ରାଜା ସାହେବ ଶରତ କୁମାର ଦେବ ଙ୍କୁ ସେ 27 ଜାନୁଆରୀ 1969 ରେ ବିବାହ କରିଥିଲେ l

ଆଳି ରାଜମାତା ସୁଶ୍ରୀ ଦେବୀ (10 ଅକ୍ଟୋବର 1950 - 10 ଜାନୁଆରୀ 2024) ବିଜୁ ଜନତା ଦଳର ଜଣେ ଭାରତୀୟ ରାଜନେତା ଥିଲେ ଏବଂ ଭାରତୀୟ ସଂସଦର ଉପର ଗୃହରେ ରାଜ୍ୟସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଭାରତ ସଂସଦର ସଦସ୍ୟା ଥିଲେ। 



ଓଡିଶା ରାଜନୈତିକ ଇତିହାସରେ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ରହିବ ଜଣେ ସଫଳ ରାଜନେତା ଭାବେ ମହୀୟସୀ ନାରୀନେତ୍ରୀ ସୁଶ୍ରୀ ଦେବୀଙ୍କ ନାମ l କ୍ଷମତାରେ ଥିବା ବେଳେ ନିଜ ନିର୍ବାଚନମଣ୍ଡଳୀ ର ଉନ୍ନତି ପାଇଁ ଦଳମତ କୁ ଗୁରୁତ୍ଵ ନଦେଇ ନିର୍ବାଚନମଣ୍ଡଳୀ ରେ ବହୁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଇଥିଲେ ଓ ଦଳମତ ନିର୍ବିଶେଷରେ ଗରିବ ଓ ଅବହେଳିତ ବର୍ଗର ଉନ୍ନତିକଳ୍ପେ କାର୍ୟ କରୁଥିଲେ l ଦୁର୍ନୀତିମୁକ୍ତ ସୁସ୍ଥ ପ୍ରଶାସନ ଦେବାକୁ ପ୍ରୟାସ କରି ସେ ବିରୋଧର ସମ୍ମୁଖୀନ ହୋଇଥିଲେ କିନ୍ତୁ ଥରେ ନିଷ୍ପତ୍ତି ନେବାପରେ ପଛକୁ ଫେରିବା ତାଙ୍କ ନୀତି ବିରୋଧୀ ଥିଲା l ଭୋଟ ସର୍ବସ୍ଵ ରାଜନୀତି କୁ ସେ ଅନୁସରଣ କରିନଥିଲେ l ମମତାମୟୀ ମା ଭାବେ ସେ ଆଳି ବାସୀଙ୍କ ହୃଦୟରେ ସର୍ବଦା ଉଜ୍ଜୀବିତ ରହିବେ l



10 ରେ ଆରମ୍ଭ 10 ରେ ଶେଷ l  ଶେଷରେ ଆଳି ବାସୀଙ୍କୁ ନିଜ ସ୍ନେହ ଶ୍ରଦ୍ଧା ଓ ଆଶିର୍ବାଦ ରୁ ବଞ୍ଚିତ କରି ରାଜମାତା ସୁଶ୍ରୀ ଦେବୀ 10 ଜାନୁଆରୀ 2024 ରେ 73 ବର୍ଷ ବୟସରେ ଇହଲୋକ ସମ୍ବରଣ କରି ବୈକୁଣ୍ଠକୁ ପ୍ରାପ୍ତି କରିଛନ୍ତି l 




No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...