AFFILIATE MARKETING

https://binomo.com?a=90810425bb57&t=0

Sunday, January 14, 2024

POACHER_ARRESTED IN SIMILIPAL ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ।

COASTAL NEWS ODIA 1661

POACHER_ARRESTED IN SIMILIPAL 

ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। 


ଶିମିଳିପାଳ - (CNO) ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଚାରି ଶିକାରୀକୁ ଗିରଫ କରିଛି ବନବିଭାଗ । ଏଥ୍‌ସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ଶିକାରୀ ୪ ଜଣ ହେଲେ ଗମେଇଘାଟି ଗାଁର ସଞ୍ଜୟ ସିଂ, ସଂଗ୍ରାମ ସିଂ ଏବଂ ସୁବର୍ଣ୍ଣମଞ୍ଜରୀ ଗ୍ରାମର ବିଶୁ ସିଂ ଓ ମଣ୍ଟୁ ସିଂ।

ଖବର ଅନୁଯାୟୀ ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ଘନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଯୁଗ୍ମ ଟାସ୍କ ଫୋର୍ସ ମୁଖ୍ୟ ଧୃବେନ୍ଦ୍ର ନାଥ ନାଏକ ଓ ଡେପୁଟି ରେଞ୍ଜର ସୁବାସ ସାହୁଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କିଛି ଶିକାରୀ ଦେଶୀ ବନ୍ଧୁକ ପାଖରେ ରଖି ଶିକାର କରିବା ଉଦ୍ଦେଶ୍ୟରେ ଲୁଚି ରହିଥିଲେ । 

ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଗୁଳି ଚଳାଇବେ ବୋଲି ସିଧାସଳଖ ଧମକ ଦେଇଥିଲେ । ହେଲେ ପାଟ୍ରୋଲିଂରେ ଥିବା ବନ ବିଭାଗର ଟିମ୍ ସାହସର ସହ ମୁକାବିଲା କରି ଶିକାରୀଙ୍କୁ କାବୁ କରିଥିଲା । ଏଥିସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ମୋବାଇଲ ଫୋନ, କିଛି ଲୁହା ବୋଲ୍ ଓ କିଛି ଶୁଖୁଲା ରାସନ୍ ସାମଗ୍ରୀ ଜବତ କରିଛି ବନ ବିଭାଗ । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରଖାଯିବା ସହିତ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ ୩୦ ତାରିଖରୁ କାଠ ମାଫିଆ ଓ ଶିକାରୀଙ୍କୁ ଜଗିବାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନିମନ୍ତେ ୧୪ କଷ୍ଟମାଇଜ୍ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ ମୁତୟନ କରାଯାଇଛି । ଅଲିଭ ଗ୍ରୀନ ରଙ୍ଗର ଗାଡ଼ିକୁ ସ୍ବତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଥୁରେ ରିମୋଟ କଣ୍ଟ୍ରୋଲ ସର୍ଜ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖୁପାରିବ । ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେପ୍ୟ ଅପରେସନରେ ବେଶ ସହାୟକ ହେବ । ଏହାଦ୍ବାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...