AFFILIATE MARKETING

https://binomo.com?a=90810425bb57&t=0

Sunday, January 14, 2024

POACHER_ARRESTED IN SIMILIPAL ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ।

COASTAL NEWS ODIA 1661

POACHER_ARRESTED IN SIMILIPAL 

ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। 


ଶିମିଳିପାଳ - (CNO) ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଚାରି ଶିକାରୀକୁ ଗିରଫ କରିଛି ବନବିଭାଗ । ଏଥ୍‌ସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ଶିକାରୀ ୪ ଜଣ ହେଲେ ଗମେଇଘାଟି ଗାଁର ସଞ୍ଜୟ ସିଂ, ସଂଗ୍ରାମ ସିଂ ଏବଂ ସୁବର୍ଣ୍ଣମଞ୍ଜରୀ ଗ୍ରାମର ବିଶୁ ସିଂ ଓ ମଣ୍ଟୁ ସିଂ।

ଖବର ଅନୁଯାୟୀ ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ଘନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଯୁଗ୍ମ ଟାସ୍କ ଫୋର୍ସ ମୁଖ୍ୟ ଧୃବେନ୍ଦ୍ର ନାଥ ନାଏକ ଓ ଡେପୁଟି ରେଞ୍ଜର ସୁବାସ ସାହୁଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କିଛି ଶିକାରୀ ଦେଶୀ ବନ୍ଧୁକ ପାଖରେ ରଖି ଶିକାର କରିବା ଉଦ୍ଦେଶ୍ୟରେ ଲୁଚି ରହିଥିଲେ । 

ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଗୁଳି ଚଳାଇବେ ବୋଲି ସିଧାସଳଖ ଧମକ ଦେଇଥିଲେ । ହେଲେ ପାଟ୍ରୋଲିଂରେ ଥିବା ବନ ବିଭାଗର ଟିମ୍ ସାହସର ସହ ମୁକାବିଲା କରି ଶିକାରୀଙ୍କୁ କାବୁ କରିଥିଲା । ଏଥିସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ମୋବାଇଲ ଫୋନ, କିଛି ଲୁହା ବୋଲ୍ ଓ କିଛି ଶୁଖୁଲା ରାସନ୍ ସାମଗ୍ରୀ ଜବତ କରିଛି ବନ ବିଭାଗ । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରଖାଯିବା ସହିତ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ ୩୦ ତାରିଖରୁ କାଠ ମାଫିଆ ଓ ଶିକାରୀଙ୍କୁ ଜଗିବାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନିମନ୍ତେ ୧୪ କଷ୍ଟମାଇଜ୍ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ ମୁତୟନ କରାଯାଇଛି । ଅଲିଭ ଗ୍ରୀନ ରଙ୍ଗର ଗାଡ଼ିକୁ ସ୍ବତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଥୁରେ ରିମୋଟ କଣ୍ଟ୍ରୋଲ ସର୍ଜ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖୁପାରିବ । ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେପ୍ୟ ଅପରେସନରେ ବେଶ ସହାୟକ ହେବ । ଏହାଦ୍ବାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...