AFFILIATE MARKETING

https://binomo.com?a=90810425bb57&t=0

Wednesday, January 31, 2024

COASTAL NEWS ODIA 1691 Accident in baramulla ବାରାମୁଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ୭ ମୃତ

COASTAL NEWS ODIA 1691

Accident in baramulla ବାରାମୁଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ୭ ମୃତ 


ନୂଆଦିଲ୍ଲୀ - (CNO) ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅଧିକ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାରାମୁଲ୍ଲା ଜିଲ୍ଲାର ବୋନିୟର ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡି ଏକ ଗଭୀର ଖାଇକୁ ଖସି ପଡ଼ିଥିଲା । ଯେଉଁଥିରେ କି ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି ।


ଜଣେ ଅଧିକାରୀ କହିଛନ୍ତି ଯେ ଆଜି ଅପରାହ୍ନରେ ଉତ୍ତର କଶ୍ମୀର ଜିଲ୍ଲାର ଉରିର ବୋନିଆର ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା । କଶ୍ମୀରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ପଲ୍ ସିଂହ କହିଛନ୍ତି ଯେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ମୃତଦେହଗୁଡ଼ିକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଆହତମାନଙ୍କୁ ବାରାମୁଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରାମୁଲା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ଲକ ମେଡିକାଲ ଅଫିସର ଖୁରସିଦ ଅହମ୍ମଦ ଖାନ ନିଶ୍ଚିତ କରିଛନ୍ତି ଯେ ବୋନିୟର ପିଏଚସିରେ ରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଆହତଙ୍କୁ ଜିଏମସି ବାରାମୁଲ୍ଲା ପଠାଯାଇଛି, ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...