AFFILIATE MARKETING

https://binomo.com?a=90810425bb57&t=0

Wednesday, January 3, 2024

୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର

COASTAL NEWS ODIA 1631

ବେଆଇନ୍ ଶ୍ରମିକ ଚାଲାଣ ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର



ପାଟଣାଗଡ଼ (CNO) ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ବେଳେ ଦାଦନ ଚାଲାଣ ଅଭିଯୋଗ ରେ ୩ ମଧ୍ୟସ୍ଥି ଙ୍କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। 

ଖବର ଅନୁସାରେ ଦାଦନ ଚାଲାଣ ସୂଚନା ପାଇଁ ଖପ୍ରାଖୋଲ ଥାନା ପୋଲିସ ଘୁଚାପାଲି ଛକ ନିକଟରେ ଛକି ବସିଥିବା ବେଳେ ଏକ ବୋଲେରୋ ଗାଡ଼ି ରେ ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ବେଳେ ପୋଲିସ ଗାଡ଼ି ଅଟକାଇ ପଚରାଉଚୁରା ବେଳେ ଜମୁନାପାଲି ଓ ଘୁଚାପାଲି ଗାଁ ର ୪ଜଣ ମହିଳା, ୪ଜଣ ପୁରୁଷ ସମେତ ୭ଜଣ ଶିଶୁଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନା କୁ ଆଣିଥିବା ବେଳେ ବୋଲେରୋ ଗାଡି ଓ ଏକ ମୋଟର ସାଇକେଲ ଜବତ କରିଥିଲେ।

ସେହି ପରି ବେଆଇନ୍ ଦାଦନ ଚାଲାଣ ଅଭିଯୋଗ ରେ ଖପ୍ରାଖୋଲ ଥାନା କେସ ନମ୍ବର ୨୭୨/୨୩ରେ ଏକ ମାମଲା ରୁଜୁ କରି ଚାଚରାଭଟା ଗାଁ ର ମକୁନ୍ଦ ମାଝୀ (୩୮), ଲାଠୋର ଗାଁ ର ମୁକ୍ତିରାମ ଠାକୁର (୩୮) ଓ ହେମନ୍ତ ନାଗ (୪୦) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଗାଁ କୁ ପଠେଇ ଦେଇଥିବା ପ୍ରକାଶ କରିଛନ୍ତି।
ସୁଚନା ଅନୁସାରେ ଖପ୍ରାଖୋଲ ଥାନା ପୋଲିସ ଚଳିତ ବର୍ଷ ବେଆଇନ୍ ଦାଦନ ଶ୍ରମିକ ଚାଲାଣ ବେଳେ ଚଢାଉ କରି ମୋଟ ୧୮ ମାମଲା ରୁଜୁ କରିଥିବା ବେଳେ ମୋଟ ୯୩ ଜଣ ଶ୍ରମିକ ଓ ୪୦ ଜଣ ଶିଶୁ ଙ୍କୁ ଉଦ୍ଧାର କରିଥିବା ବେଳେ ୨୭ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏହା ପରେବି ଦାଦନ ଚାଲାଣ ଥମୁନ ଥିବାବେଳେ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁରୁ ୨୦ରୁ ଉର୍ଦ୍ଧ୍ବ ପରିବାର ଶ୍ରମିକ ମାନଙ୍କୁ ଚାଲାଣ ପାଇଁ ସର୍ଦ୍ଦାର ମାନେ ଯୋଜନା ଚଳାଇଥିବା ବେଳେ ବିଫଳ ହୋଇଥିବା ସୂଚନା ମିଳିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...