AFFILIATE MARKETING

https://binomo.com?a=90810425bb57&t=0

Monday, January 15, 2024

ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ

COASTAL NEWS ODIA 1663

ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ


ମୋହାଲି - (CNO) ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ । ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳ 5 ୱିକେଟ୍ ହରାଇ 158 ରନ୍ କରିଥିଲା । 

ଏହାର ଜବାବରେ 159 ରନ୍ ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ 18 ଓଭରରେ 4 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଗତକାଲିର ଏହି ମ୍ୟାଚରେ ଶିବମ ଦୁବେ ଭାରତ ପାଇଁ ନିର୍ଣ୍ଣାୟକ ଭୂମିକା ନେଇଥିଲେ । ତାଙ୍କ କ୍ୟାରିୟରର ଦ୍ୱିତୀୟ ଟି-20 ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ନିଜର ଶ୍ରେଷ୍ଠ ଟି-20 ଅନ୍ତର୍ଜାତୀୟ ସ୍କୋର ମଧ୍ୟ ଏହି ମ୍ୟାଚରେ କରିଛନ୍ତି । 

ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ 60 ରନ କରିଥିବାବେଳେ ଜିତେଶ ଶର୍ମା 31 ରନ କରିଥିଲେ । ସେହିପରି ତିଳକ ବର୍ମା 26 ରନ କରିଥିବାବେଳେ ଶୁଭମନ ଗିଲ୍ 23ରନ କରିଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ 51 ରନ କରିଥିଲେ । ତେବେ ଗୁରୁବାଜ 23 ରନ ଓ ଜଦରାନ 25 ରନରେ ଆଉଟ ହୋଇଥିଲେ । 

ସେହିପରି ମହମ୍ମଦ ନବି 42 ରନ ଓ ଅଜମାତୁଲ୍ଲା 29 ରନ କରିଥିଲେ । ନଜିବୁଲ୍ଲା ଜଦରାନ 19 ରନ କରିଥିଲେ । ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ବିକେଟ ହରାଇ 158 ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର 2 ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।  ଏହି ସିରିଜରେ ମୋଟ 3 ଟି ଟି-20 ମ୍ୟାଚ ଖେଳାଯିବ । 2ୟ ଟି-20 ଆସନ୍ତା 14 ତାରିଖ ରବିବାର ଦିନ ଇନ୍ଦୋରଠାରେ ଓ ତୃତୀୟ ଟି-20 17 ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...