AFFILIATE MARKETING

https://binomo.com?a=90810425bb57&t=0

Wednesday, January 17, 2024

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

COASTAL NEWS ODIA 1671

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ



ପୁରୀ - ( ନିମାଇଁ ଚରଣ ଦାସ ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହେଉଥିବା ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପର ଶୁଭ ମୁହୂର୍ଷର ଶୁଭକ୍ଷଣ ଯୁଗଯୁଗକୁ ସାକ୍ଷୀ ହୋଇରହିବ । ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର ଭକ୍ତ ତଥା ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେଉଛି।ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ସୁବ୍ୟବସ୍ଥିତ କରିବା ଏବଂ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ନବୀନ ପଟ୍ଟନାୟକ ସ୍ଵପ୍ନ ଦେଖିଥିଲେ। 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ୧୯ ଅକ୍ଟୋବର ୨୦୧୯ରୁ ଆରମ୍ଭ ହୋଇଥିଲା । ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜା ଦିବ୍ୟସିଂହଦେବ ଶିଳା ସ୍ଥାପନ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୮ ମଠର ମହନ୍ତ ଓ ୧୦୮ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଦିତ ମଧ୍ୟ କରିଥିଲେ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୫–ଟି ଅଧ୍ୟକ୍ଷ ଭି କେ କାର୍ତ୍ତିକେୟନ ପାଣ୍ଡିଆନ ନିଜକୁ ସଂପୂର୍ଣ୍ଣଭାବେ ଉତ୍ସର୍ଗ କରିଦେଇଥିଲେ। ପ୍ରକଳ୍ପ ପାଇଁ ବହୁ ବାଧାବିଘ୍ନ, ଅଦାଲତ ଲଢ଼େଇର ସମ୍ମୁଖୀନ ହେବାକୁ ପଡ଼ିଥିଲା ।


ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଲକ୍ଷ୍ୟକରି ଶ୍ରୀକ୍ଷେତ୍ର ପୁରୀ ସଜେଇ ହୋଇଛି। ପୁରୀର ପ୍ରମୁଖ ସାହି ଗଳିକୁ ବିଭିନ୍ନ ଆଲୋକମାଳାରେ ଆଲୋକିତ କରାଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଆଲୋକୀକରଣ କରାଯାଇଛି। ଖାଲି ବଡ଼ଦାଣ୍ଡ ନୁହେଁ, ଶ୍ରୀମନ୍ଦିର ଚାରିପାଖ ବିଭିନ୍ନ ଆଲୋକରେ ଆଲୋକିତ ହୋଇଛି। ମେଘନାଦ ପାଚେରିର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଛି। ରାତିରେ ଆଲୋକରେ ଝଲସୁଛି ମେଘନାଦ ପାଚେରି। 

ଶ୍ରୀସେତୁର ଶିରି ବଢ଼ାଇଛି ପଥରର କାରୁକାର୍ଯ୍ୟ। ସେତୁର ଉଭୟ ପାର୍ଶ୍ଵରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କଥା କହୁଛି। ପଥରର ଭାସ୍କର୍ଯ୍ୟା ସେତୁ ବଖାଣୁଛି ମାଣବସା ଚିତା ପରମ୍ପରାର ଗାଥା ଅତ୍ୟାଧୁନିକ ସେତୁରେ ଝଲସୁଛି ପରମ୍ପରାର ଛିଟା।କଳିଙ୍ଗ କଳା ସ୍ଥାପତ୍ୟର ନିଦର୍ଶନ ଭେଟି ଦେଉଛି ଶ୍ରୀସେତୁ। ଭକ୍ତ କେବଳ ଏହି ଟ୍ରମ୍ପଟ ସେତୁର ଅନୁଭବ ନେଉନାହାନ୍ତି, ଯାତାୟତବେଳେ ଓଡ଼ିଶାର କାରିଗରଙ୍କ କଳାକୃତିରେ ବିଭୋର ହେଉଛନ୍ତି।

ଶ୍ରୀ ସେତୁର ପ୍ରବେଶ ପଥରୁ ଆରମ୍ଭକରି ଜଗନ୍ନାଥବଲ୍ଲଭ ପାର୍କିଂରେ ପହଞ୍ଚିବା ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ପଥରର କାରୁକାର୍ଯ୍ୟ ଅଟକାଇଦେଉଛି । ସେଲଫି ନେବାକୁ। ରାସ୍ତାର ଉଭୟ ପାର୍ଶ୍ଵ ରେ ପତିତପାବନ ବାନାଠାରୁ ଆରମ୍ଭ କରି ଗରୁଡ଼ ସ୍ତମ୍ଭ ,ରାମାନନ୍ଦୀ ତିଳକ, ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମ, କଠଉ, କୁଡୁଆରେ ଶ୍ରୀମନ୍ଦିରର ଭାସ୍କର୍ଯ୍ୟ ଶୋଭା ପାଉଛି। ପଥରେ ନିର୍ମିତ ସିଂହ ମୂର୍ତି ଓ ଶଙ୍ଖ ଚକ୍ର ମଧ୍ୟ ଭକ୍ତଙ୍କୁ ଆକୃଷ୍ଟ କରୁଛି। କିଛି ଭାସ୍କର୍ଯ୍ୟ ଏପରି ଭାରସାମ୍ୟରେ ସ୍ୱଳ୍ପ ସ୍ଥାନରେ
ପଥର ଉପରେ ଦଣ୍ଡାୟମାନ ହେଉଛି ଯାହାକୁ ଦେଖିଲେ ଭକ୍ତ ବା କଳାପ୍ରିୟ ଲୋକ ଅଭିଭୂତ ହୋଇଯାଉଛନ୍ତି। ଶ୍ରୀସେତୁର ନିର୍ମାଣ ଶୈଳୀ ଓ କଳା ସ୍ଥାପତ୍ୟ ଶୋଭାକୁ ଦ୍ବିଗୁଣିତ କରୁଛି।


ଦେଶ ବିଦେଶରୁ ପୁରୀ ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁ ଆଉ ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସିବେନି କି ସମୟର ଅପଚୟ ହେବନି। ସହଜ ହେବ ଶ୍ରୀମନ୍ଦିରରେ ପହଞ୍ଚିବା ଓ ମହାପ୍ରଭୁଙ୍କୁ ଦର୍ଶନ କରିବା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନକରି ଶ୍ରଦ୍ଧାଳୁ ସାଉଁଟିବେ ସୁଖଦ ଅନୁଭୂତି। ଟ୍ରାଫିକ ଯନ୍ତ୍ରଣାର ତିକ୍ତ ଅନୁଭୂତି ଦୂର ହେବ। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଭକ୍ତ ଓ ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇ ଦେବ। ଏହାମଧ୍ୟରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଧ୍ୟାନକେନ୍ଦ୍ର, ଲବି, ଫୁଡ଼କୋର୍ଟ ଓ ଶପିଂର ସୁବିଧା ରହିଛି। 

ଏହି ପ୍ରକଳ୍ପରେ ଭକ୍ତଙ୍କ ସୁବିଧାକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ପୂର୍ବରୁ ଧାଡ଼ି ବାନ୍ଧି ଖରାରେ ଠିଆ ହୋଇ ଦର୍ଶନ ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁ ଆଉ ଏ କଷ୍ଟ ପାଇବେ ନାହିଁ । ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି, ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲପାଇବା କାରଣରୁ ଏହି ପ୍ରକଳ୍ପ ବାସ୍ତବ ରୂପ ନେଇପାରିଛି ।

ନିମାଇଁ ଚରଣ ଦାସ
ବରିଷ୍ଠ ସାମ୍ବାଦିକ,ପ୍ଲଟ ନଂ ୯୩୧୦,
ଭିଏସ୍ଏସ୍ ନଗର, ଭୁବନେଶ୍ୱର
ମୋ: ୭୯୭୮୭୦୪୮୮୪ 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...