AFFILIATE MARKETING

https://binomo.com?a=90810425bb57&t=0

Friday, January 5, 2024

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା ! ଚାଲିଗଲା ଯୁବକଙ୍କ ଜୀବନ Transgender man held for brutal morder

COASTAL NEWS ODIA 1641

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା ! ଚାଲିଗଲା ଯୁବକଙ୍କ ଜୀବନ
Transgender man held for brutal morder 


ଖୋର୍ଦ୍ଧା - (CNO) ମହଙ୍ଗା ପଡ଼ିଲା କିନ୍ନର ବନ୍ଧୁଙ୍କ ସହ ପ୍ରେମ ସମ୍ପର୍କ । ଚାଲିଗଲା ପ୍ରେମିକ ଯୁବକଙ୍କ ଜୀବନ । ଦୁହିଁଙ୍କ ଭିତରେ ଜଣେ ଯୁବତୀଙ୍କ ଏଣ୍ଟ୍ରି ହେବାରୁ ବଳି ପଡ଼ିଗଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଭୀମପୁର ଗାଁର ରଶ୍ମୀ ରଞ୍ଜନ ବଳିୟାରସିଂହ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ । 

ଖବର ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡଭଗା ଗାଁର ରଶ୍ମୀରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଗକୁ ବଢ଼ିଥିଲା ପୁଲିସର ତଦନ୍ତ । 

ମିଳିଥିବା ସୂଚନା ମୁତାବକ  ଏକ ରାମ ନାଟକ ଯାତ୍ରାରେ ଅଭିନୟ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠି ନାମକ ଜଣେ ତୃତୀୟଲିଙ୍ଗିକୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ଶାରିରୀକ ସମ୍ପର୍କ ରଖିଥିଲେ ରଶ୍ମୀ ରଞ୍ଜନ । 2017 ରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା । କିନ୍ତୁ କିଛି ଦିନ ତଳେ ଏମାନଙ୍କ ଭିତରେ ଏଣ୍ଟ୍ରି ମାରିଥିଲେ ଜଣେ ଯୁବତୀ କଳାକାର । ଯାହାକୁ ସହି ପାରିନଥିଲେ କିନ୍ନର ବନ୍ଧୁ ସୋମନାଥ ଲାଠ । ମୃତ ରଶ୍ମୀଙ୍କ ସହ ଯୁବତୀଙ୍କ ସମ୍ପର୍କକୁ ନେଇ ଉଭୟ ରଶ୍ମୀ ଓ ସୋମନାଥଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ୱିକାର କରିଛି ଅଭିଯୁକ୍ତ । 

ରଶ୍ମୀରଞ୍ଜନର ସୋମନାଥ ସହିତ ପ୍ରେମ ବିଚ୍ଛେଦ ହେବାରୁ ଜାନୁଆରୀ 2 ତାରିଖ ଦିନ ରଶ୍ମୀରଞ୍ଜନର ପରିବାର ଲୋକ ଘରେ ନଥିବା ସୁଯୋଗରେ ଏକୁଟିଆ ପାଇ ଘର ଭିତରେ ତୃତୀୟଲିଙ୍ଗି ସୋମନାଥ ଲାଥ ଲୁହା ରଡରେ ଆକ୍ରମଣ କରିଥିଲା । ପରେ ରଶ୍ମୀରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ୍ କରି ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲା । ରଶ୍ମୀରଞ୍ଜନଙ୍କ ମା' ଏନେଇ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 
ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୋମନାଥକୁ ଧରିବା ପାଇଁ ପୋଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଶେଷରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଛି ପୋଲିସ । ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଜଙ୍କିଆ ଥାନାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...