AFFILIATE MARKETING

https://binomo.com?a=90810425bb57&t=0

Wednesday, January 3, 2024

ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ମୁଖ୍ୟ ଆକର୍ଷଣ 'ଅକ୍ସି ଟୁରିଜିମ'

COASTAL NEWS ODIA 1635

ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ମୁଖ୍ୟ ଆକର୍ଷଣ 'ଅକ୍ସି ଟୁରିଜିମ'


ବୌଦ୍ଧ - (CNO) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବୌଦ୍ଧ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ । ବିଶେଷ ଭାବରେ ବଣଭୋଜି ପାଇଁ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା ବାଘନଦୀ ଶଯ୍ୟାରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । 

ନୂଆ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଚାଲିଛି ବଣଭୋଜି । ଶୀତୁଆ ସକାଳର କୁହୁଡିଆ ପରିବେଶ ମଧ୍ୟରେ ପ୍ରକୃତିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ମଧ୍ୟରେ ବଣଭୋଜିର ନିଆରା ଅନୁଭୂତି ନେଉଛନ୍ତି ପର୍ଯ୍ୟଟକ । ଶୀତଳପାଣି, କୁମ୍ଭିଦରହ, ରାମଗଡ଼, ମର୍ଜାକୁଦ, ତାମ୍ବିଦରହ, ନନ୍ଦନବନ, ଡମ୍ବରୁଗଡ, ନାଏକପଡା, ଖରଖରି, ନୂଆପଡ଼ା ଗିରାସିଙ୍ଗା, ରେଘାମୁଣ୍ଡା, ଲତାଝରଣ ଭଳି ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ଅଟ୍ରି ଉଷ୍ଣପ୍ରସ୍ରବଣରେ ଗରମପାଣିରେ ଗାଧୋଇବାର ମଜା ନେଉଛନ୍ତି ପର୍ଯ୍ୟଟକ, ଅଟ୍ରିରେ ପ୍ରବଳ ଭିଡ ସେହିପରି ସଦର ବ୍ଲକ ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ ବାଘନଦୀର ଖଣ୍ଡିକନପାର ନଦୀ ଶଯ୍ୟା ବର୍ତ୍ତମାନ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକମାନଙ୍କ ପ୍ରଥମ ପସନ୍ଦ ପାଲଟିଛି । ଜିଲ୍ଲା ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକମାନେ ପ୍ରତ୍ୟେକ ଦିନ ଏଠାକୁ ବଣଭୋଜି ପାଇଁ ଛୁଟି ଆସୁଛନ୍ତି । 

ଏଠାରେ ଥିବା ଏକ ଅସ୍ଥାୟୀ କାଠ ଓ ବାଉଁଶ ର ପୋଲ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବାବେଳେ ବାଘନଦୀର ଅପର ପାର୍ଶ୍ୱରେ ଥିବା ଶୈବପୀଠ ଗୁପ୍ତେଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହି ପିକ୍‌ନିକ୍‌ ସ୍ପଟ୍‌ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 'ଅକ୍ସି ଟୁରିଜିମ୍‌' ମାଧ୍ୟମରେ କାର୍ଯ୍ୟ କରୁଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...