AFFILIATE MARKETING

https://binomo.com?a=90810425bb57&t=0

Wednesday, January 3, 2024

ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ମୁଖ୍ୟ ଆକର୍ଷଣ 'ଅକ୍ସି ଟୁରିଜିମ'

COASTAL NEWS ODIA 1635

ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ମୁଖ୍ୟ ଆକର୍ଷଣ 'ଅକ୍ସି ଟୁରିଜିମ'


ବୌଦ୍ଧ - (CNO) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବୌଦ୍ଧ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ । ବିଶେଷ ଭାବରେ ବଣଭୋଜି ପାଇଁ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା ବାଘନଦୀ ଶଯ୍ୟାରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । 

ନୂଆ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଚାଲିଛି ବଣଭୋଜି । ଶୀତୁଆ ସକାଳର କୁହୁଡିଆ ପରିବେଶ ମଧ୍ୟରେ ପ୍ରକୃତିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ମଧ୍ୟରେ ବଣଭୋଜିର ନିଆରା ଅନୁଭୂତି ନେଉଛନ୍ତି ପର୍ଯ୍ୟଟକ । ଶୀତଳପାଣି, କୁମ୍ଭିଦରହ, ରାମଗଡ଼, ମର୍ଜାକୁଦ, ତାମ୍ବିଦରହ, ନନ୍ଦନବନ, ଡମ୍ବରୁଗଡ, ନାଏକପଡା, ଖରଖରି, ନୂଆପଡ଼ା ଗିରାସିଙ୍ଗା, ରେଘାମୁଣ୍ଡା, ଲତାଝରଣ ଭଳି ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ଅଟ୍ରି ଉଷ୍ଣପ୍ରସ୍ରବଣରେ ଗରମପାଣିରେ ଗାଧୋଇବାର ମଜା ନେଉଛନ୍ତି ପର୍ଯ୍ୟଟକ, ଅଟ୍ରିରେ ପ୍ରବଳ ଭିଡ ସେହିପରି ସଦର ବ୍ଲକ ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ ବାଘନଦୀର ଖଣ୍ଡିକନପାର ନଦୀ ଶଯ୍ୟା ବର୍ତ୍ତମାନ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକମାନଙ୍କ ପ୍ରଥମ ପସନ୍ଦ ପାଲଟିଛି । ଜିଲ୍ଲା ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକମାନେ ପ୍ରତ୍ୟେକ ଦିନ ଏଠାକୁ ବଣଭୋଜି ପାଇଁ ଛୁଟି ଆସୁଛନ୍ତି । 

ଏଠାରେ ଥିବା ଏକ ଅସ୍ଥାୟୀ କାଠ ଓ ବାଉଁଶ ର ପୋଲ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବାବେଳେ ବାଘନଦୀର ଅପର ପାର୍ଶ୍ୱରେ ଥିବା ଶୈବପୀଠ ଗୁପ୍ତେଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହି ପିକ୍‌ନିକ୍‌ ସ୍ପଟ୍‌ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 'ଅକ୍ସି ଟୁରିଜିମ୍‌' ମାଧ୍ୟମରେ କାର୍ଯ୍ୟ କରୁଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...